ଚୋରି କରିବାକୁ ଆସି ଛେଚା ଖାଇଲେ ଯୁବକ, ୫ ଫେରାର

ବସ୍ତା,୨୨ା୫(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାରମାଢ଼ିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଚୋରି କରିବାକୁ ଆସି ଧରା ପଡ଼ି ଛେଚା ଖାଇଛନ୍ତି ଜଣେ ଯୁବକ। ୫ ଜଣ ଫେରାର ଅଛନ୍ତି। ମିଳିଥିବା ସୂଚନାନୁସାରେ, ବୁଧବାର ରାତିରେ ୬ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ବାରମାଢ଼ିଆ ଗ୍ରାମର ମଡ଼ାଗଡ଼ିଆ ଆଦିବାସୀ ସାହିର ଜୟନ୍ତୀ ରାମ ଘରେ ନଥିବାର ସୁଯୋଗ ନେଇ ଗ୍ରୀଲ୍‌ ଏବଂ କବାଟ ତାଲା ଭାଙ୍ଗି ଘର ଭିତରେ ପଶିଥିବା ସମୟରେ […] The post ଚୋରି କରିବାକୁ ଆସି ଛେଚା ଖାଇଲେ ଯୁବକ, ୫ ଫେରାର appeared first on Dharitri Odia News.

ଚୋରି କରିବାକୁ ଆସି ଛେଚା ଖାଇଲେ ଯୁବକ, ୫ ଫେରାର

ବସ୍ତା,୨୨ା୫(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାରମାଢ଼ିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଚୋରି କରିବାକୁ ଆସି ଧରା ପଡ଼ି ଛେଚା ଖାଇଛନ୍ତି ଜଣେ ଯୁବକ। ୫ ଜଣ ଫେରାର ଅଛନ୍ତି।

ମିଳିଥିବା ସୂଚନାନୁସାରେ, ବୁଧବାର ରାତିରେ ୬ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ବାରମାଢ଼ିଆ ଗ୍ରାମର ମଡ଼ାଗଡ଼ିଆ ଆଦିବାସୀ ସାହିର ଜୟନ୍ତୀ ରାମ ଘରେ ନଥିବାର ସୁଯୋଗ ନେଇ ଗ୍ରୀଲ୍‌ ଏବଂ କବାଟ ତାଲା ଭାଙ୍ଗି ଘର ଭିତରେ ପଶିଥିବା ସମୟରେ ପଡ଼ିଶା ଲୋକେ ଜାଣିପାରି ଥିଲେ। ତୁରନ୍ତ ଗ୍ରାମର ଯୁବଗୋଷ୍ଠୀ ଚୋରମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ଚୋରମାନେ ଏହା ଜାଣିପାରି ଘଟଣାସ୍ଥଳରୁ ୫ ଜଣ ଚୋର ଏକ ବାଇକ୍‌ ନେଇ ଫେରାର ହୋଇଯାଇଥିବା ବେଳେ ଗ୍ରାମବାସୀ ଜଣେ ଚୋର ସହ ଏକ ନମ୍ବର ବିହୀନ ବାଇକ୍‌କୁ କାବୁ କରି ବସ୍ତା ପୋଲିସକୁ ହସ୍ତାନ୍ତର କରିଥିଲେ। ଚୋର ଜଣକର ଘର ହଳଦୀପଦାସ୍ଥିତ ଗୋବିନ୍ଦା ଗ୍ରାମର ରଞ୍ଜନ ପରିଡ଼ା ବୋଲି ଜଣାପଡ଼ିଛି। ଅଟକ ଚୋରଙ୍କୁ ପୋଲିସ ମେଡିକାଲ ପଠାଇ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୋଗ କାରିଣୀ ଜୟନ୍ତୀ ରାମ ତାଙ୍କ ଘରୁ ଗୋଟିଏ ସୁନା ଓ ରୁପା ହାର ନଗଦ ୮ ହଜାର ଟଙ୍କା ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି।

The post ଚୋରି କରିବାକୁ ଆସି ଛେଚା ଖାଇଲେ ଯୁବକ, ୫ ଫେରାର appeared first on Dharitri Odia News.