ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ
ବେହେରା,୧୩।୭(ଭୂପେଶ ତିୱାରୀ)-କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଲାଜୋର ଗ୍ରାମର ଜଣେ ଯୁବକ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଚେନ୍ନାଇକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମଠାରେ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଦାଦନ ଶ୍ରମିକ ଜଣକ ଅଁଲାଜୋର ଗ୍ରାମର ଅଖିଳ ଜୁଏଡଙ୍କ ପୁଅ ହେତୁରାମ ଜୁଏଡ (୩୨)। ଅଭିଯୋଗ ମୁତାବକ, ହେତୁରାମ ଗତ ଜୁନ ୧୩ରେ ବଡଘୁମର ଗ୍ରାମର ନିରଞ୍ଜନ ଗୋପାଳ ଓ ଥବିର ଗୋପାଳଙ୍କ […] The post ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ appeared first on Dharitri Odia News.
ବେହେରା,୧୩।୭(ଭୂପେଶ ତିୱାରୀ)-କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଲାଜୋର ଗ୍ରାମର ଜଣେ ଯୁବକ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଚେନ୍ନାଇକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମଠାରେ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଦାଦନ ଶ୍ରମିକ ଜଣକ ଅଁଲାଜୋର ଗ୍ରାମର ଅଖିଳ ଜୁଏଡଙ୍କ ପୁଅ ହେତୁରାମ ଜୁଏଡ (୩୨)।
ଅଭିଯୋଗ ମୁତାବକ, ହେତୁରାମ ଗତ ଜୁନ ୧୩ରେ ବଡଘୁମର ଗ୍ରାମର ନିରଞ୍ଜନ ଗୋପାଳ ଓ ଥବିର ଗୋପାଳଙ୍କ ସହ ମିଶି ଦାଦନ ଶ୍ରମିକ ଭାବେ କାମ କରିବାକୁ ଚେନ୍ନାଇ ବାହାରିଥିଲେ। ରାତି ୧ଟା୩୦ରେ କେସିଙ୍ଗା ଷ୍ଟେସନଠାରୁ ଟାଟା ଏଲପି ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିଲେ। କିନ୍ତୁ ସକାଳ ୭ଟା ୩୦ରେ ବିଜୟନଗରମ ଷ୍ଟେଶନଠାରେ ହେତୁରାମଙ୍କୁ ଟ୍ରେନରେ ନ ଦେଖି ନିଜ ଦୁଇ ସାଙ୍ଗ ଖୋଜାଖୋଜି କରି ବାରମ୍ବାର ଫୋନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଫଳରେ ଉକ୍ତ ଦୁଇ ଯୁବକ ନିଜ ଗାଁକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ।
ପୁଅ ନିଖୋଜ ଥିବା ନେଇ ଧର୍ମଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଧର୍ମଗଡ ପୋଲିସ କିଛି ପଦକ୍ଷେପ ନେଇ ନ ଥିବା ପରିବାର ଲୋକେ କ୍ଷୋଭର ସହ ପ୍ରକାଶ କରିଥିଲେ।
The post ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ appeared first on Dharitri Odia News.