ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ

ଦୁବାଇ,୨୨ା୨: ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଲାଗି ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି। ଦଳ ଲାଗି ଧାର୍ଯ୍ୟ ହୋଇଥିବା ସମୟର ଏକ ଘଣ୍ଟା ପୂର୍ବରୁ କୋହଲି ନେଟ୍ସରେ ପହଞ୍ଚିଥିଲେ। ତାଙ୍କ ସହିତ ବ୍ୟାଟିଂ କୋଚ ସିତାଂଶୁ କୋଟାକ ଓ ଥ୍ରୋ ଡାଉନ ବିଶେଷଜ୍ଞ ନୁଓ୍ବାନ ସେନେଭିରତ୍ନେ ଓ ଡି. ରଘୁଭେନ୍ଦ୍ର ଯୋଗ ଦେଇଥିଲେ। ଦଳର ଅନ୍ୟ ସଦସ୍ୟ ସେମାନଙ୍କର ଓ୍ବାର୍ମଅପ ଆରମ୍ଭ କଲା ବେଳକୁ କୋହଲି ତାଙ୍କର ପ୍ରଥମ […] The post ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ appeared first on Dharitri Odia News.

ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ

ଦୁବାଇ,୨୨ା୨: ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଲାଗି ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି। ଦଳ ଲାଗି ଧାର୍ଯ୍ୟ ହୋଇଥିବା ସମୟର ଏକ ଘଣ୍ଟା ପୂର୍ବରୁ କୋହଲି ନେଟ୍ସରେ ପହଞ୍ଚିଥିଲେ। ତାଙ୍କ ସହିତ ବ୍ୟାଟିଂ କୋଚ ସିତାଂଶୁ କୋଟାକ ଓ ଥ୍ରୋ ଡାଉନ ବିଶେଷଜ୍ଞ ନୁଓ୍ବାନ ସେନେଭିରତ୍ନେ ଓ ଡି. ରଘୁଭେନ୍ଦ୍ର ଯୋଗ ଦେଇଥିଲେ। ଦଳର ଅନ୍ୟ ସଦସ୍ୟ ସେମାନଙ୍କର ଓ୍ବାର୍ମଅପ ଆରମ୍ଭ କଲା ବେଳକୁ କୋହଲି ତାଙ୍କର ପ୍ରଥମ ନେଟ୍ସ ସେସନ ଶେଷ କରିସାରିଥିଲେ।

ବର୍ଷୀୟ କୋହଲି ବାଂଲାଦେଶ ବିପକ୍ଷ ମ୍ୟାଚରେ ଲେଗ ସ୍ପିନର ରିଶାଦ ହୋସେନଙ୍କ ବଲରେ ଆଉଟ ହୋଇଥିଲେ। ଦିନିକିଆରେ ଲଗାତର ଷଷ୍ଠ ଥର ପାଇଁ ସେ ସ୍ପିନରଙ୍କ ବିପକ୍ଷରେ ଆଉଟ ହୋଇଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ କୋହଲିଙ୍କୁ ଅବରାର ଅହମ୍ମଦ, ଖୁଶଦିଲ ଶାହା ଓ ସଲମାନ ଆଘାଙ୍କ ଭଳି ସ୍ପିନରଙ୍କ ସମ୍ମୁଖୀନ ହେବାକୁ ପଡ଼ିବ।

ତେବେ ଶାହିନ ଶାହା ଆଫ୍ରିଦୀ, ହାରିସ ରୌଫ ଓ ନସିମ ଶାହାଙ୍କୁ ନେଇ ଗଠିତ ପେସ ଆକ୍ରମଣର ସମ୍ମୁଖୀନ ହେବା ଭାରତୀୟ ଦଳ ଲାଗି ମୁଖ୍ୟ ଚ୍ୟାଲେଞ୍ଜ ହୋଇପାରେ। ଫର୍ମରେ ନ ଥିଲେ ବି କ୍ରିକେଟ ପ୍ରତି କୋହଲିଙ୍କର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ। କୋହଲି ଅନ୍ୟ ସାଥି ଖେଳାଳିଙ୍କଠାରୁ ଏକ ଘଣ୍ଟା ପୂର୍ବରୁ ଟ୍ରେନିଂ ଲାଗି ଆସିଥିଲେ ଏବଂ ସମସ୍ତଙ୍କ ପରେ ଗ୍ରାଉଣ୍ଡରୁ ଯାଇଥିଲେ। ନେଟ୍ସରେ ସେ ପ୍ରାୟତଃ ସ୍ପିନର ବିପକ୍ଷରେ ବ୍ୟାଟିଂ କରିଥିଲେ।

The post ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ appeared first on Dharitri Odia News.