ବିଜୁଳି, ଘଡଘଡି ସହ ଛେଚୁଛି ବର୍ଷା
ଦାରିଙ୍ଗବାଡ଼ି,୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନଠାରୁ ବର୍ଷା ଲାଗିରହିଛି। ଅଦିନିଆ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ସାମାନ୍ୟ ଆସ୍ବସ୍ତି ମିଳିଛି। ପ୍ରକାଶ ଯେ, ଅପରାହ୍ନଠାରୁ ପାଗ ମେଘୁଆ ରହିବା ସହ ଧୀରେଧୀରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ପବନ ବୋହିବା ସହ ବିଜୁଳି, ଘଡଘଡି ସହ ବର୍ଷା ହୋଇଥିଲା। କିଛି ସ୍ଥାନରେ କୁଆ ପଥର ପଡିଥିଲା। ଦାରିଙ୍ଗବାଡିର ସିମନବାଡି, ବ୍ରାହ୍ମଣୀଗାଁ, ବୁଡ଼ାଗୁଡା, କିଟିକୁଟି, ଗ୍ରୀନବାଡି,ବାଡାବାଙ୍ଗା ଆଦି ବିଭିନ୍ନ ପଞ୍ଚାୟତରେ ବର୍ଷା […] The post ବିଜୁଳି, ଘଡଘଡି ସହ ଛେଚୁଛି ବର୍ଷା appeared first on Dharitri Odia News.
ଦାରିଙ୍ଗବାଡ଼ି,୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନଠାରୁ ବର୍ଷା ଲାଗିରହିଛି। ଅଦିନିଆ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ସାମାନ୍ୟ ଆସ୍ବସ୍ତି ମିଳିଛି।
ପ୍ରକାଶ ଯେ, ଅପରାହ୍ନଠାରୁ ପାଗ ମେଘୁଆ ରହିବା ସହ ଧୀରେଧୀରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ପବନ ବୋହିବା ସହ ବିଜୁଳି, ଘଡଘଡି ସହ ବର୍ଷା ହୋଇଥିଲା। କିଛି ସ୍ଥାନରେ କୁଆ ପଥର ପଡିଥିଲା। ଦାରିଙ୍ଗବାଡିର ସିମନବାଡି, ବ୍ରାହ୍ମଣୀଗାଁ, ବୁଡ଼ାଗୁଡା, କିଟିକୁଟି, ଗ୍ରୀନବାଡି,ବାଡାବାଙ୍ଗା ଆଦି ବିଭିନ୍ନ ପଞ୍ଚାୟତରେ ବର୍ଷା ହୋଇଛି। ଖବର ଲେଖିବା ସୁଦ୍ଧା ବର୍ଷା ଚାଲିଛି।
The post ବିଜୁଳି, ଘଡଘଡି ସହ ଛେଚୁଛି ବର୍ଷା appeared first on Dharitri Odia News.