ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !
ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍ ପ୍ଲେ ଅଫ୍ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ ନେଇ ଅଧିନାୟକ ଭାବେ ଲୋକେଶ ରାହୁଲଙ୍କ ଭବିଷ୍ୟତକୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ମ୍ୟାଚ୍ରେ ରାହୁଲଙ୍କ ଅଧିନାୟକତ୍ୱ ପ୍ରଶଂସନୀୟ ନ ଥିଲା। ଏପରିକି ପରାଜିତ ହେବା ପରେ ମାଲିକ ସଞ୍ଜୟ ଗୋଏଙ୍କା ମଧ୍ୟ ତାଙ୍କୁ ଗାଳି କରିଥିଲେ। ଏଣୁ ଲକ୍ଷ୍ନୌରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିଛି। ଅଧିନାୟକ ନିଜେ […] The post ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ ! appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍ ପ୍ଲେ ଅଫ୍ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ ନେଇ ଅଧିନାୟକ ଭାବେ ଲୋକେଶ ରାହୁଲଙ୍କ ଭବିଷ୍ୟତକୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ମ୍ୟାଚ୍ରେ ରାହୁଲଙ୍କ ଅଧିନାୟକତ୍ୱ ପ୍ରଶଂସନୀୟ ନ ଥିଲା। ଏପରିକି ପରାଜିତ ହେବା ପରେ ମାଲିକ ସଞ୍ଜୟ ଗୋଏଙ୍କା ମଧ୍ୟ ତାଙ୍କୁ ଗାଳି କରିଥିଲେ। ଏଣୁ ଲକ୍ଷ୍ନୌରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିଛି।
ଅଧିନାୟକ ନିଜେ ପଦ ଛାଡ଼ି ବାକି ଥିବା ୨ ମ୍ୟାଚ୍ରେ ନିଜ ବ୍ୟାଟିଂ ଉପରେ ଧ୍ୟାନ ଦେବେ ବୋଲି ଆଶା କରାଯାଉଥିଲା। ହେଲେ ମାତ୍ର ୨ ମ୍ୟାଚ୍ ଥିବାରୁ ରାହୁଲଙ୍କ ଟିମ୍ ନେତୃତ୍ୱ ନେବାର ଆଶା କରାଯାଉଛି। ଯଦିଓ ରାହୁଲ ନେତୃତ୍ୱ ଛାଡ଼ନ୍ତି ତେବେ ଦଳ ଆଉ କାହାକୁ ଅଧିନାୟକ କରିପାରେ। ଏହି ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ନିକୋଲାସ ପୁରନ୍। ତାଙ୍କ ନିକଟରେ ଅନୁଭବ ସହ ସେ ଦଳର ଉପ ଅଧିନାୟକ ଥିବାରୁ ସବୁକିଛି ସହଜ ରହିବ।
ଏବେ ବି ଲକ୍ଷ୍ନୌ ନିକଟରେ ପ୍ଲେ ଅଫ୍ରେ ପହଞ୍ଚିବାର ସୁଯୋଗ ରହିଛି। କାରଣ ଦଳ ଆଉ ୨ ମ୍ୟାଚ୍ ଖେଲିବ। ଯଦି ଏହି ମ୍ୟାଚ୍ ଜିତିଯାଏ ତେବେ ଦଳ ୧୬ ପଏଣ୍ଟ ପାଇବ। ହେଲେ ମାଇନସ୍ .୭୬୦ ନେଟ୍ ରନ୍ରେଟ୍ରେ ସୁଧାର କରିପାରିବା ବହୁତ କଷ୍ଟକର ହେବ।
The post ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ ! appeared first on Dharitri Odia News.