ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଓ୍ବାଲାବି ମୃତ, ଗତ ବର୍ଷ ଅଣାଯାଇଥିଲା ହାଇଦ୍ରାବାଦରୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିରଳ ଅଣ୍ଡିରା ଓ୍ବାଲାବିର ମୃତ୍ୟୁ।ଏହି ଓ୍ବାଲାବିଟି କିଛିଦିନ ହେବ ଅସୁସ୍ଥ ରହିଥିଲା । ଆଉ ସୋମବାର ତା’ର ମୃତ୍ୟୁ ଘଟିଛି। OUATର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଏହି ଓ୍ବାଲାବିର ଚିକିତ୍ସା କରୁଥିଲେ।କଙ୍ଗାରୁ ଭଳି ପ୍ରତୀୟମାନ ହେଉଥିବା ଏକ ଅଣ୍ଡିରା ଏବଂ ଏକ ମାଈକୁ ଗତ ବର୍ଷ ଡିସେମ୍ବରରେ ହାଇଦ୍ରାବାଦରୁ ଅଣାଯାଇଥିଲା। ମାତ୍ର ସୋମବାର ଅଣ୍ଡିରା ଓ୍ବାଲାବିର ମୃତ୍ୟୁ ପରେ ଏବେ ନନ୍ଦନକାନନରେ କେବଳ ଗୋଟିଏ ମାଈ ଓ୍ବାଲାବି ରହିଛି।ସୂଚନାଥାଉକି, ଗତ ଶୁକ୍ରବାର ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ୨ଟି ନୀଳଗାଈଙ୍କ ମୃତ୍ୟୁ ଘଟିଥିଲା।ସେମାନଙ୍କ ମଧ୍ୟରେ ଗୋଟିଏ ବୟସ୍କ ନୀଳଗାଈ ଥିବାବେଳେ ଅନ୍ୟଟି ଶାବକ। ବୟସ୍କଟି ନିମୋନିଆରେ ଏବଂ ଶାବକଟି ଜନ୍ମରୁ ରୋଗାକ୍ରାନ୍ତ ଥିବାରୁ ମୃତ୍ୟୁ ହୋଇଥିଲା।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଓ୍ବାଲାବି ମୃତ, ଗତ ବର୍ଷ ଅଣାଯାଇଥିଲା ହାଇଦ୍ରାବାଦରୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିରଳ ଅଣ୍ଡିରା ଓ୍ବାଲାବିର ମୃତ୍ୟୁ।ଏହି ଓ୍ବାଲାବିଟି କିଛିଦିନ ହେବ ଅସୁସ୍ଥ ରହିଥିଲା । ଆଉ ସୋମବାର ତା’ର ମୃତ୍ୟୁ ଘଟିଛି। OUATର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଏହି ଓ୍ବାଲାବିର ଚିକିତ୍ସା କରୁଥିଲେ।

କଙ୍ଗାରୁ ଭଳି ପ୍ରତୀୟମାନ ହେଉଥିବା ଏକ ଅଣ୍ଡିରା ଏବଂ ଏକ ମାଈକୁ ଗତ ବର୍ଷ ଡିସେମ୍ବରରେ ହାଇଦ୍ରାବାଦରୁ ଅଣାଯାଇଥିଲା। ମାତ୍ର ସୋମବାର ଅଣ୍ଡିରା ଓ୍ବାଲାବିର ମୃତ୍ୟୁ ପରେ ଏବେ ନନ୍ଦନକାନନରେ କେବଳ ଗୋଟିଏ ମାଈ ଓ୍ବାଲାବି ରହିଛି।

ସୂଚନାଥାଉକି, ଗତ ଶୁକ୍ରବାର ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ୨ଟି ନୀଳଗାଈଙ୍କ ମୃତ୍ୟୁ ଘଟିଥିଲା।ସେମାନଙ୍କ ମଧ୍ୟରେ ଗୋଟିଏ ବୟସ୍କ ନୀଳଗାଈ ଥିବାବେଳେ ଅନ୍ୟଟି ଶାବକ। ବୟସ୍କଟି ନିମୋନିଆରେ ଏବଂ ଶାବକଟି ଜନ୍ମରୁ ରୋଗାକ୍ରାନ୍ତ ଥିବାରୁ ମୃତ୍ୟୁ ହୋଇଥିଲା।