ବାଂଲାଦେଶରେ ବ୍ୟବସାୟୀଙ୍କୁ ହତ୍ୟା: ମୃତ୍ୟୁ ପରେ ଛାତି ଉପରେ ନାଚିଲେ, ତେଜିଲା ଛାତ୍ର ଆନ୍ଦୋଳନ

ନୂଆଦିଲ୍ଲୀ: ବାଂଲାଦେଶର ଭିଡ଼ ହିଂସା ଥମିବାର ନାଁ ନେଉନି। ଜଣେ କବାଡ଼ ବ୍ୟବସାୟୀଙ୍କୁ ହତ୍ୟା କରିବା ଘଟଣା ବାଂଲାଦେଶରେ ଉତ୍ତେଜନା ଦେଖା ଦେଇଛି। ଶନିବାର ଶହ ଶହ ଛାତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହମ୍ମଦ ୟୁନୁସଙ୍କର ମଧ୍ୟବର୍ତ୍ତୀକାଳୀନ ସରକାର ଭିଡ଼ ହିଂସାକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି। ବୁଧବାର ସ୍କାର୍ପ ଡିଲର ଲାଲ ଚାନ୍ଦ ସୋହାଗଙ୍କୁ ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଖରେ ବେଆଇନ ଭାବରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।ବୁଧବାର ଦିନ ପୁରୁଣା ଢାକା ଅଞ୍ଚଳର ମିଟଫୋର୍ଡ ହସ୍ପିଟାଲ ସମ୍ମୁଖରେ ଜବରଦଖଲକାରୀମାନେ କବାଡ଼ି ସାମଗ୍ରୀ ବ୍ୟବସାୟୀ ସୋହାଗଙ୍କୁ ହତ୍ୟା କରିଥିଲେ। ଯାହାର ଭିଡିଓ ଗୁରୁବାର ଭାଇରାଲ ହୋଇଥିଲା। ଭିଡିଓରେ ସୋହାଗଙ୍କୁ କଂକ୍ରିଟ୍ ସ୍ଲାବରେ ଛେଚି ଛେଚି ମାରିବାର ଦୃଶ୍ୟ ଦେଖାଯାଉଛି। ସୋହାଙ୍ଗ ମୃତ୍ୟୁ ପରେ ଆକ୍ରମଣକାରୀମାନେ ତାଙ୍କ ଶରୀର ଉପରେ ନାଚୁଥିବାର ଦେଖାଯାଉଛି।ଶନିବାର ଏହାକୁ ନେଇ ବାଂଲାଦେଶର ବିଭିନ୍ନ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ତେଜିଛି। ତୁମେ ପଶୁମାନଙ୍କୁ ଲୋକଙ୍କୁ ମାରିବାର ଅଧିକାର କିଏ ଦେଲା? ଯେତେବେଳେ ଚାନ୍ଦା ଆଦାୟକାରୀମାନେ ହିଂସାକାଣ୍ଡ ଘଟାଉଛନ୍ତି, ସେତେବେଳେ ଅନ୍ତରୀଣ ସରକାର କ'ଣ କରୁଛନ୍ତି? ବୋଲି ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ପ୍ରଶ୍ନ କରିଛନ୍ତି।ଶନିବାର ଦିନ

ବାଂଲାଦେଶରେ ବ୍ୟବସାୟୀଙ୍କୁ ହତ୍ୟା: ମୃତ୍ୟୁ ପରେ ଛାତି ଉପରେ ନାଚିଲେ, ତେଜିଲା ଛାତ୍ର ଆନ୍ଦୋଳନ

ନୂଆଦିଲ୍ଲୀ: ବାଂଲାଦେଶର ଭିଡ଼ ହିଂସା ଥମିବାର ନାଁ ନେଉନି। ଜଣେ କବାଡ଼ ବ୍ୟବସାୟୀଙ୍କୁ ହତ୍ୟା କରିବା ଘଟଣା ବାଂଲାଦେଶରେ ଉତ୍ତେଜନା ଦେଖା ଦେଇଛି। ଶନିବାର ଶହ ଶହ ଛାତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହମ୍ମଦ ୟୁନୁସଙ୍କର ମଧ୍ୟବର୍ତ୍ତୀକାଳୀନ ସରକାର ଭିଡ଼ ହିଂସାକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି। ବୁଧବାର ସ୍କାର୍ପ ଡିଲର ଲାଲ ଚାନ୍ଦ ସୋହାଗଙ୍କୁ ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଖରେ ବେଆଇନ ଭାବରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ବୁଧବାର ଦିନ ପୁରୁଣା ଢାକା ଅଞ୍ଚଳର ମିଟଫୋର୍ଡ ହସ୍ପିଟାଲ ସମ୍ମୁଖରେ ଜବରଦଖଲକାରୀମାନେ କବାଡ଼ି ସାମଗ୍ରୀ ବ୍ୟବସାୟୀ ସୋହାଗଙ୍କୁ ହତ୍ୟା କରିଥିଲେ। ଯାହାର ଭିଡିଓ ଗୁରୁବାର ଭାଇରାଲ ହୋଇଥିଲା। ଭିଡିଓରେ ସୋହାଗଙ୍କୁ କଂକ୍ରିଟ୍ ସ୍ଲାବରେ ଛେଚି ଛେଚି ମାରିବାର ଦୃଶ୍ୟ ଦେଖାଯାଉଛି। ସୋହାଙ୍ଗ ମୃତ୍ୟୁ ପରେ ଆକ୍ରମଣକାରୀମାନେ ତାଙ୍କ ଶରୀର ଉପରେ ନାଚୁଥିବାର ଦେଖାଯାଉଛି।

ଶନିବାର ଏହାକୁ ନେଇ ବାଂଲାଦେଶର ବିଭିନ୍ନ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ତେଜିଛି। ତୁମେ ପଶୁମାନଙ୍କୁ ଲୋକଙ୍କୁ ମାରିବାର ଅଧିକାର କିଏ ଦେଲା? ଯେତେବେଳେ ଚାନ୍ଦା ଆଦାୟକାରୀମାନେ ହିଂସାକାଣ୍ଡ ଘଟାଉଛନ୍ତି, ସେତେବେଳେ ଅନ୍ତରୀଣ ସରକାର କ'ଣ କରୁଛନ୍ତି? ବୋଲି ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ପ୍ରଶ୍ନ କରିଛନ୍ତି।

ଶନିବାର ଦିନ ବ୍ରାକ୍ ବିଶ୍ୱବିଦ୍ୟାଳୟ, ଏନ୍‌ଏସ୍‌ୟୁ, ପୂର୍ବ ପଶ୍ଚିମ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ପରିଚାଳିତ ଇଡେନ୍ କଲେଜ ଭଳି ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲାଲଙ୍କ ନିର୍ମମ ହତ୍ୟା ଭିଡିଓ ଭାଇରାଲ ହେବା ପରେ ଢାକା ବିଶ୍ୱବିଦ୍ୟାଳୟ ଏବଂ ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପ୍ରତିବାଦ ଆରମ୍ଭ ହୋଇଥିଲା।

ବାଂଲାଦେଶ ଖବର କାଗଜ ପ୍ରଥମ ଆଲୋର ରିପୋର୍ଟ ଅନୁସାରେ ଗୁରୁବାର ଲାଲ ଚାନ୍ଦଙ୍କ ଭଉଣୀ ମଞ୍ଜୁଆରା ବେଗମ (୪୨) ରାଜଧାନୀର କୋତୱାଲି ପୋଲିସ ଷ୍ଟେସନରେ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ମାମଲାରେ ୧୯ ଜଣ ଅଭିଯୁକ୍ତଙ୍କ ନାଁ ରହିଛି। ଏଫ୍ଆଇଆର୍‌ରେ ଅନ୍ୟ ୧୫-୨୦ ଜଣ ଅଜ୍ଞାତ ସନ୍ଦିଗ୍ଧଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

BDNews24ର ରିପୋର୍ଟ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଯୁବ ମୋର୍ଚ୍ଚାର କିଛି କର୍ମୀ ସୋହାଗଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋହାଗ ମଧ୍ୟ ବିଏନ୍‌ପିର ପୂର୍ବତନ କର୍ମୀ ଥିଲେ। ଘଟଣା ପରେ ଦଳ ୪ ଅଭିଯୁକ୍ତଙ୍କୁ ବହିଷ୍କାର କରିଛି।

ଘଟଣାରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଗୃହ ବ୍ୟାପାର ପରାମର୍ଶଦାତା, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଜାହାଙ୍ଗୀର ଆଲମ ଚୌଧୁରୀ କହିଛନ୍ତି ଯେ ପୋଲିସ ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଛି, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପାଖରେ ବେଆଇନ ଭାବରେ ଅସ୍ତ୍ରଶସ୍ତ୍ର ଅଛି। ତେବେ ଏହି ଘଟଣା ଏକ ସଭ୍ୟ ଦେଶ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜାହାଙ୍ଗୀର କହିଛନ୍ତି।

ଅଗଷ୍ଟ ୨୦୨୪ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ୧୬ ବର୍ଷର ଆୱାମୀ ଲିଗ ଶାସନ କ୍ଷମତାଚ୍ୟୁତ ହେବା ପରେ ଦେଶରେ ଭିଡ଼ହିଂସା ବୃଦ୍ଧି ପାଇଛି। ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲ ଜୁଲାଇ ୧୦ରେ ଏକ ରିପୋର୍ଟ ଦେଇ କହିଥିଲା ଯେ ୪ ଅଗଷ୍ଟ ୨୦୨୪ ଠାରୁ ୩୩୦ ଦିନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ୨,୪୪୨ଟି ସାମ୍ପ୍ରଦାୟିକ ହିଂସାର ସମ୍ମୁଖୀନ ହୋଇଛନ୍ତି। ସଂଖ୍ୟାଲଘୁଙ୍କୁ ହତ୍ୟା କରିବା, ମହିଳାଙ୍କୁ ଦୁଷ୍କର୍ମ ଆଦି ବଢି ଚାଲିଛି।