ଜୟପୁରରେ ମଦ ଦୋକାନ ଭଙ୍ଗାରୁଜା ଘଟଣା, କୋର୍ଟରେ ହାଜର ହେଲେ ଜୟପୁର ବିଧାୟକ ତାରା ବାହିନୀପତି

ବ୍ରହ୍ମପୁର: ମଦ ଦୋକାନ ଭିତରେ ପଶି ଭଙ୍ଗାରୁଜା ଘଟଣାରେ ହୋଇଥିବା ମାମଲାରେ ବ୍ରହ୍ମପୁର ଏଡିଜେ ୩ କୋର୍ଟରେ ହଜାର ହୋଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସୂଚନା ଅନୁଯାୟୀ, ୨୦୧୭ ମସିହାରେ ଜୟପୁର ଥାନା ଅଞ୍ଚଳର ଥିବା ଏକ ମଦଭାଟି ଭାଙ୍ଗିବା ଘଟଣାରେ ଏକ ମାମଲା ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ମାମଲା ଜୟପୁରରୁ ବ୍ରହପୁର ସ୍ଥାନାନ୍ତରିତ ହୋଇଥିଲା। ଆଉ ଏହି କ୍ରମରେ ତାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ହୋଇଥିଲା। କିନ୍ତୁ ତାରା କୋର୍ଟରେ ହାଜର ହୋଇ ପାରିନଥିଲେ। ତେବେ ହାଜର ପାଇଁ ୱାରେଣ୍ଟ ଜାରି ପରେ ଗୁରୁବାର ବ୍ରହ୍ମପୁର ଏଡିଜେ ୩ କୋର୍ଟରେ ହାଜର ହୋଇଛନ୍ତି ତାରା। ଆଉ କୋର୍ଟରୁ ତାରାଙ୍କୁ ଜାମିନ ମିଳିବା ନେଇ ତାରାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। 

ଜୟପୁରରେ ମଦ ଦୋକାନ ଭଙ୍ଗାରୁଜା ଘଟଣା, କୋର୍ଟରେ ହାଜର ହେଲେ ଜୟପୁର ବିଧାୟକ ତାରା ବାହିନୀପତି

ବ୍ରହ୍ମପୁର: ମଦ ଦୋକାନ ଭିତରେ ପଶି ଭଙ୍ଗାରୁଜା ଘଟଣାରେ ହୋଇଥିବା ମାମଲାରେ ବ୍ରହ୍ମପୁର ଏଡିଜେ ୩ କୋର୍ଟରେ ହଜାର ହୋଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସୂଚନା ଅନୁଯାୟୀ, ୨୦୧୭ ମସିହାରେ ଜୟପୁର ଥାନା ଅଞ୍ଚଳର ଥିବା ଏକ ମଦଭାଟି ଭାଙ୍ଗିବା ଘଟଣାରେ ଏକ ମାମଲା ହୋଇଥିଲା। 

ପରବର୍ତ୍ତୀ ସମୟରେ ଉକ୍ତ ମାମଲା ଜୟପୁରରୁ ବ୍ରହପୁର ସ୍ଥାନାନ୍ତରିତ ହୋଇଥିଲା। ଆଉ ଏହି କ୍ରମରେ ତାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ହୋଇଥିଲା। କିନ୍ତୁ ତାରା କୋର୍ଟରେ ହାଜର ହୋଇ ପାରିନଥିଲେ। ତେବେ ହାଜର ପାଇଁ ୱାରେଣ୍ଟ ଜାରି ପରେ ଗୁରୁବାର ବ୍ରହ୍ମପୁର ଏଡିଜେ ୩ କୋର୍ଟରେ ହାଜର ହୋଇଛନ୍ତି ତାରା। ଆଉ କୋର୍ଟରୁ ତାରାଙ୍କୁ ଜାମିନ ମିଳିବା ନେଇ ତାରାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।