ବଢ଼ିଲା ଦେଶରୁ କାର୍ ରପ୍ତାନୀ, ବାର୍ଷିକ ତୁଳନାରେ ୧୫.୫ ପ୍ରତିଶତ ବୃଦ୍ଧି, ସବୁଠୁ ଆଗରେ ମାରୁତୀ
ନୂଆଦିଲ୍ଲୀ: ଦେଶରୁ କାର୍ ରପ୍ତାନୀ ଚଳିତ ଆର୍ଥିକ ବର୍ଷର ଜୁନ୍ ତ୍ରୈମାସିକରେ ବାର୍ଷିକ ଆଧାରରେ ୧୫.୫ ପ୍ରତିଶତ ବଢ଼ିଛି। ତିନି ଚକିଆକୁ ବାଦ୍ ଦେଲେ ସବୁ ଅନ୍ୟ ବାହନର ରପ୍ତାନୀ ବଢ଼ିଛି। ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନୁଫ୍ୟାକଚର୍ସ (ସିୟାମ)ର ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଏପ୍ରିଲ-ଜୁନ ତ୍ରୈମାସିକରେ ସମୁଦାୟ ବାହନ ରପ୍ତାନୀ ୧୧,୯୨, ୫୭୭ ୟୁନିଟ୍ ରହିଛି। ଯାହା ଗତବର୍ଷ ବର୍ଷର ସମାନ ତ୍ରୈମାସିକରେ ହୋଇଥିବା ୧୦,୩୨, ୪୪୯ ୟୁନିଟ୍ ରପ୍ତାନୀରୁ ୧୫.୫ ପ୍ରତିଶତ ଅଧିକ। ସେହିଭଳି ପ୍ରଥମ ତ୍ରୈମାସିକରେ ଯାତ୍ରୀବାହି ଗାଡ଼ିର ରପ୍ତାନୀ ୧୯ ପ୍ରତିଶତ ବଢ଼ି ୧,୮୦, ୪୮୩ ରହିଛି। ଗତ ବର୍ଷ ସମାନ ଅବଧିରେ ଏହି ତଥ୍ୟ ୧,୫୨,୧୫୬ ୟୁନିଟ୍ ରହିଛି। ଗାଡ଼ି ରପ୍ତାନୀରେ ସବୁଠୁ ଆଗରେ ମାରୁତି ରହିଛି। ଆହୁରି ମଧ୍ୟରେ ଏହି ତ୍ରୈମାସିକରେ ଦେଶରେ ଦୁଇ ଚକିଆ ଯାନ ରପ୍ତାନୀ ୧୭ ପ୍ରତିଶତ ବଢ଼ି ୯,୨୩,୧୪୮ ୟୁନିଟ୍ ହୋଇଛି। ଯାହା ଗତ ବର୍ଷ ସମାନ ଅବଧିରେ ୭,୯୧,୩୧୬ ୟନିଟ୍ ଥିଲା।ଏହି ସମୟରେ କମର୍ସିଆଲ ଯାନର ରପ୍ତାନୀ ବାର୍ଷିକ ଆଧାରରେ ୮ ପ୍ରତିଶତ ବଢ଼ି ୧୫,୭୪୧ ୟୁନିଟ୍ ହୋଇଛି। ଯାହା ଏକ ବର୍ଷ ତଳେ ସମାନ ଅବଧିରେ ଏହି ସଂଖ୍ୟା ୧୪,୬୨୫ ୟୁନିଟ୍ ଥିଲା। ଅବଶ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ: ଦେଶରୁ କାର୍ ରପ୍ତାନୀ ଚଳିତ ଆର୍ଥିକ ବର୍ଷର ଜୁନ୍ ତ୍ରୈମାସିକରେ ବାର୍ଷିକ ଆଧାରରେ ୧୫.୫ ପ୍ରତିଶତ ବଢ଼ିଛି। ତିନି ଚକିଆକୁ ବାଦ୍ ଦେଲେ ସବୁ ଅନ୍ୟ ବାହନର ରପ୍ତାନୀ ବଢ଼ିଛି। ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନୁଫ୍ୟାକଚର୍ସ (ସିୟାମ)ର ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଏପ୍ରିଲ-ଜୁନ ତ୍ରୈମାସିକରେ ସମୁଦାୟ ବାହନ ରପ୍ତାନୀ ୧୧,୯୨, ୫୭୭ ୟୁନିଟ୍ ରହିଛି। ଯାହା ଗତବର୍ଷ ବର୍ଷର ସମାନ ତ୍ରୈମାସିକରେ ହୋଇଥିବା ୧୦,୩୨, ୪୪୯ ୟୁନିଟ୍ ରପ୍ତାନୀରୁ ୧୫.୫ ପ୍ରତିଶତ ଅଧିକ।
ସେହିଭଳି ପ୍ରଥମ ତ୍ରୈମାସିକରେ ଯାତ୍ରୀବାହି ଗାଡ଼ିର ରପ୍ତାନୀ ୧୯ ପ୍ରତିଶତ ବଢ଼ି ୧,୮୦, ୪୮୩ ରହିଛି। ଗତ ବର୍ଷ ସମାନ ଅବଧିରେ ଏହି ତଥ୍ୟ ୧,୫୨,୧୫୬ ୟୁନିଟ୍ ରହିଛି। ଗାଡ଼ି ରପ୍ତାନୀରେ ସବୁଠୁ ଆଗରେ ମାରୁତି ରହିଛି। ଆହୁରି ମଧ୍ୟରେ ଏହି ତ୍ରୈମାସିକରେ ଦେଶରେ ଦୁଇ ଚକିଆ ଯାନ ରପ୍ତାନୀ ୧୭ ପ୍ରତିଶତ ବଢ଼ି ୯,୨୩,୧୪୮ ୟୁନିଟ୍ ହୋଇଛି। ଯାହା ଗତ ବର୍ଷ ସମାନ ଅବଧିରେ ୭,୯୧,୩୧୬ ୟନିଟ୍ ଥିଲା।
ଏହି ସମୟରେ କମର୍ସିଆଲ ଯାନର ରପ୍ତାନୀ ବାର୍ଷିକ ଆଧାରରେ ୮ ପ୍ରତିଶତ ବଢ଼ି ୧୫,୭୪୧ ୟୁନିଟ୍ ହୋଇଛି। ଯାହା ଏକ ବର୍ଷ ତଳେ ସମାନ ଅବଧିରେ ଏହି ସଂଖ୍ୟା ୧୪,୬୨୫ ୟୁନିଟ୍ ଥିଲା। ଅବଶ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି।