ପୁଣି ଚିନ୍ତା ବଢାଇଲା ଡିପ୍ଥେରିଆ,କୋରାପୁଟର ଜଣେ ଆକ୍ରାନ୍ତ MKCGରେ ଭର୍ତ୍ତି
ବ୍ରହ୍ମପୁର ୧୫/୭: MKCG ମେଡିକାଲରେ ଡିପ୍ଥେରିଆ ରୋଗୀ । କୋରାପୁଟ ନାରାୟଣପାଟଣା ଅଞ୍ଚଳର ଲମ୍ବୁ ଆଡିକିଙ୍କ ୮ ବର୍ଷର ପୁଅ ରଞ୍ଜନ ଡିପ୍ଥେରିଆ ରୋଗରେ ଆକ୍ରାନ୍ତ ହୋଇ ଶିଶୁ ବିଭାଗରେ ଭର୍ତ୍ତି ହୋଇଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ରଞ୍ଜନଙ୍କର ଚିକିତ୍ସା କରୁଥିବାବେଳେ ଅବସ୍ଥା ଗୁରୁତର ଥିବା କହିଛନ୍ତି ଶିଶୁ ବିଭାଗ ମୁଖ୍ୟ ଡାକ୍ତର । ଗଳା ଫୁଲିଥିବାବେଳେ ହାର୍ଟବିଟ୍ ଅଧିକ ରହିଛି । ତାଙ୍କୁ ଆଣ୍ଟି ଡିପ୍ଥେରିଆ ଇଞ୍ଜେକସନ ଦିଆଯାଇଛି । ରକ୍ତ ନମୁନା ଭୁବନେଶ୍ବର ଆର୍ଏମ୍ଆରସିକୁ ପଠାଯାଇଛି । ବାରମ୍ବାର ଗୋଟିଏ ଅଞ୍ଚଳରୁ ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାପ୍ରକଟ କରିଛନ୍ତି ଡାକ୍ତରୀ ଟିମ୍ । ସଂପୃକ୍ତ ଅଞ୍ଚଳରେ ଟିକାକରଣ ଠିକ ଭାବରେ ହେଉନଥିବାରୁ ରୋଗୀଙ୍କ ସଂଖ୍ୟା ବଢୁଥିବା କହିଛନ୍ତି ଡାକ୍ତର । ଏ ଦିଗରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଇ ସବୁ ପିଲାଙ୍କୁ ଟିକା ଦେବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ସେ । ଗତ ମାସରେ ରାୟଗଡା ଓ କୋରାପୁଟ ଜିଲ୍ଲାରୁ ପ୍ରାୟ ୭ ଜଣ ରୋଗୀ MKCGରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏବେ ପୁଣି ଆଉ ଜଣେ ଡେପଥେରିଆ ରୋଗୀ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି ।