ଏଲଓସିରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ, ବିଏସଏଫ ଦେଲା ମୁହଁତୋଡ଼ ଜବାବ

ଜାମ୍ମୁ:  କାଙ୍ଗାଳର ଦ୍ଵାର ଦେଶରେ ଛିଡ଼ା ହୋଇଥିବା ପାକିସ୍ତାନ ସୁଧୁରିବାର ନାଁ ନେଉ ନାହିଁ। ପାକିସ୍ତାନ ଜାମ୍ମୁ-କାଶ୍ମୀର ସଂଲଗ୍ନ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ରେଞ୍ଜର୍ସ  ଜମ୍ମୁ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଆରଏଏସ ପୁରା ସେକ୍ଟରରେ ଗୁଳିମାଡ଼ କରିଛି। ଅଧିକାରୀ କହିଛନ୍ତି, ଯେଉଁ ଅଞ୍ଚଳରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି, ସେଠାକାର ବାସିନ୍ଦା କହିଛନ୍ତି ଏକ ଦଶନ୍ଧିରୁ ଅଧିକ ସମୟ ହେବ ସୀମାରେ ଗୁଳି ଦେଖିବାକୁ ମିଳିନ ଥିଲା। ଏହି ଗୁଳିମାଡ଼ କାରଣରୁ ଅଞ୍ଚଳରେ ଭୟର ମାହୋଲ ଲାଗି ରହିଛି। ବିଏସଏଫ ଯବାନ ମଧ୍ୟ ପାକିସ୍ତାନର ଏମିତି ଦୁଃସାହାସର ମୁହଁତୋଡ଼ ଜବାବ ଦେଇଛି। ଭାରତ ପକ୍ଷରୁ କୌଣସି ମୃତାହତର ଖବର ନାହିଁ। Also read- ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟ୍‌କା: ଫାରୁକ କହିଲେ- ଜାମ୍ମୁ-କାଶ୍ମୀରରେ ଆମେ ଲଢ଼ିବୁ, ଭବିଷ୍ୟତରେ ଏନ୍‌ଡିଏରେ ସାମିଲ୍ ହେବା ନେଇ ଚର୍ଚ୍ଚା ବିଏସଏଫ ଜମ୍ମୁ ଫ୍ରଣ୍ଟିୟରର ଜନସଂପର୍କ କାର୍ଯ୍ୟାଳୟ କହିଛନ୍ତି, ସନ୍ଧ୍ୟା ପ୍ରାୟ ୫ଟା ୫୦ ମିନିଟ୍‌ ପାକିସ୍ତାନ ରେଞ୍ଜର୍ସ ଆରଏସ ପୁରା ସେକ୍ଟରରେ ଅଯଥାରେ ଗୁଳିମାଡ଼ କରିଛନ୍ତି, ଯାହାର ମୁହଁତୋଡ଼ ଜବାବ ଦେଇଛନ୍ତି ବିଏସଏଫ। ଆଉ ଗୁଳିବିନିମୟ ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ବନ୍ଦ ହୋଇଥିଲା। ଏହି ଗୁଳିବିନିମୟରେ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ଖେଳି ଯାଇଛି। ଗତ ବର୍ଷ ନଭେମ୍ବର ୮-୯ ତାରିଖ ମଧ୍ୟରାତ୍ରିରେ ସାମ୍ବା ଜିଲ

ଏଲଓସିରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ, ବିଏସଏଫ ଦେଲା ମୁହଁତୋଡ଼ ଜବାବ

ଜାମ୍ମୁ:  କାଙ୍ଗାଳର ଦ୍ଵାର ଦେଶରେ ଛିଡ଼ା ହୋଇଥିବା ପାକିସ୍ତାନ ସୁଧୁରିବାର ନାଁ ନେଉ ନାହିଁ। ପାକିସ୍ତାନ ଜାମ୍ମୁ-କାଶ୍ମୀର ସଂଲଗ୍ନ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ରେଞ୍ଜର୍ସ  ଜମ୍ମୁ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଆରଏଏସ ପୁରା ସେକ୍ଟରରେ ଗୁଳିମାଡ଼ କରିଛି। ଅଧିକାରୀ କହିଛନ୍ତି, ଯେଉଁ ଅଞ୍ଚଳରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି, ସେଠାକାର ବାସିନ୍ଦା କହିଛନ୍ତି ଏକ ଦଶନ୍ଧିରୁ ଅଧିକ ସମୟ ହେବ ସୀମାରେ ଗୁଳି ଦେଖିବାକୁ ମିଳିନ ଥିଲା। ଏହି ଗୁଳିମାଡ଼ କାରଣରୁ ଅଞ୍ଚଳରେ ଭୟର ମାହୋଲ ଲାଗି ରହିଛି। ବିଏସଏଫ ଯବାନ ମଧ୍ୟ ପାକିସ୍ତାନର ଏମିତି ଦୁଃସାହାସର ମୁହଁତୋଡ଼ ଜବାବ ଦେଇଛି। ଭାରତ ପକ୍ଷରୁ କୌଣସି ମୃତାହତର ଖବର ନାହିଁ।

Also read- ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟ୍‌କା: ଫାରୁକ କହିଲେ- ଜାମ୍ମୁ-କାଶ୍ମୀରରେ ଆମେ ଲଢ଼ିବୁ, ଭବିଷ୍ୟତରେ ଏନ୍‌ଡିଏରେ ସାମିଲ୍ ହେବା ନେଇ ଚର୍ଚ୍ଚା

ବିଏସଏଫ ଜମ୍ମୁ ଫ୍ରଣ୍ଟିୟରର ଜନସଂପର୍କ କାର୍ଯ୍ୟାଳୟ କହିଛନ୍ତି, ସନ୍ଧ୍ୟା ପ୍ରାୟ ୫ଟା ୫୦ ମିନିଟ୍‌ ପାକିସ୍ତାନ ରେଞ୍ଜର୍ସ ଆରଏସ ପୁରା ସେକ୍ଟରରେ ଅଯଥାରେ ଗୁଳିମାଡ଼ କରିଛନ୍ତି, ଯାହାର ମୁହଁତୋଡ଼ ଜବାବ ଦେଇଛନ୍ତି ବିଏସଏଫ। ଆଉ ଗୁଳିବିନିମୟ ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ବନ୍ଦ ହୋଇଥିଲା। ଏହି ଗୁଳିବିନିମୟରେ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ଖେଳି ଯାଇଛି।

ଗତ ବର୍ଷ ନଭେମ୍ବର ୮-୯ ତାରିଖ ମଧ୍ୟରାତ୍ରିରେ ସାମ୍ବା ଜିଲ୍ଲାର ରାମଗଢ ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସଙ୍କ  ଗୁଳିମାଡ଼ରେ ଜଣେ ବିଏସଏଫ ଯବାନଙ୍କ ପ୍ରାଣହାନୀ ଘଟିଥିଲା। ୨୦୨୧ ଫେବୃଆରୀ ୨୫ରେ ଦୁଇ ଦେଶ ମଧ୍ୟରେ ନୂତନ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ସହମତି ହେବା ପରେ ଏହା ପ୍ରଥମ ମାମଲା ଥିଲା।

ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ୨୬ରେ ଜମ୍ମୁ-କାଶ୍ମୀରର ଅରନିଆ ସେକ୍ଟରରେ ସୀମାପାର ଗୁଳିମାଡ଼ରେ ବିଏସଏସଫର ଦୁଇ ଜଣ ଯବାନ ଓ ଜଣେ ମହିଳା ଆହତ ହୋଇଥିଲେ। ପୁଣି ସେହି ମାସ ୧୭ ତାରିଖରେ ଘଟିଥିବା ଘଟଣାରେ ଜଣେ ବିଏସଏଫ ଯବାନ ଆହତ ହୋଇଥିଲେ।

The post ଏଲଓସିରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ, ବିଏସଏଫ ଦେଲା ମୁହଁତୋଡ଼ ଜବାବ appeared first on Prameya News7.