ଜର୍ମାନୀରେ ବଡ଼ ଓଲଟପାଲଟ; ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟି ବିଜୟୀ, ଫ୍ରେଡିରିକ୍ ହେବେ ଚାନସେଲର
ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜର୍ମାନୀରେ ବଡ଼ ଓଲଟପାଲଟ । ସାଧାରଣ ନିର୍ବାଚନରେ ବିଜାୟୀ ହୋଇ ଶାସନ କ୍ଷମତାକୁ ଫେରିଛି କଞ୍ଜରଭେଟିଭ୍ ପାର୍ଟି । ଫଳରେ ବରିଷ୍ଠ ନେତା ଫ୍ରେଡିରିକ୍ ମାର୍ଜଙ୍କ ପାଇଁ ଚାନସେଲର ହେବାର ରାସ୍ତା ସଫା ହୋଇଛି । ଖୁବ୍ଶୀଘ୍ର ନୂଆ ଜର୍ମାନୀରେ ନୂଆ ସରକାର ଗଢ଼ିବେ ଫେଡ୍ରିକ୍ । ଅନ୍ୟପଟେ ସୋସିଆଲ ଡେମୋକ୍ରାଟିକ୍ ଦଳ ପରାଜୟ ସ୍ବୀକାର କରି କଞ୍ଜରଭେଟିଭ୍ ପାର୍ଟି ନେତାଙ୍କୁ ଶୁଭେଚ୍ଛା ଜଣାଇଛି । ଜେଡ୍ଡିଏଫ୍ ପବ୍ଲିକ ବ୍ରଡକାଷ୍ଟର ଦ୍ୱାରା ପ୍ରକାଶିତ ଏକ୍ଜିଟ୍ ପୋଲ୍ରେ ବିରୋଧୀ ଦଳ ସିଡିୟୁ/ସିଏସ୍ୟୁ ମେଣ୍ଟକୁ ୨୮.୫% ଭୋଟ୍ ହାସଲ କରିଛି । ସେହିଭଳି ୨୦% ଭୋଟ ସହ ଦକ୍ଷିଣପନ୍ଥୀ ଅଲ୍ଟରନେଟିଭ ଫର୍ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଛି । ଓଲାଫ୍ ସ୍କଲ୍ଜଙ୍କ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ୧୬.୫% ଭୋଟ୍ ପାଇ ପରାଜିତ ହୋଇଛି ।ସବୁଠାରୁ ବଡ଼ କଥା ହେଲା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ Alternative for Germanyକୁ ଏତେ ବଡ଼ ବିଜୟ ମିଳିଛି । ଏହି ଦଳକୁ ଏକ କଟ୍ଟରପନ୍ଥୀଙ୍କ ଦଳ ବୋଲି କୁହାଯାଉଥିଲା । ହେଲେ ୨୦୨୫ ନିର୍ବାଚନ ଐତିହାସିକ ବିଜୟ ହୋଇଛି । ସଂସଦରେ ବେଆଇନ ପ୍ରବାସୀଙ୍କ ମୁଦ୍ଦା ଉଠାଇଥିବା Alternative for Germany ଏବେ ଜର୍ମାନୀ ରାଜନୀତିର ମୁଖ୍ୟ ଅଂଶ ହୋଇଯାଇଛି । ହେଲେ କଞ୍ଜରଭେଟିଭ୍ ପାର୍ଟି ନେତା ଫ୍ରେଡିରିକ୍ ମାର୍ଜ ଏହି କଟ୍ଟରପନ୍ଥି ଦଳକୁ ନିଜ ସ
ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜର୍ମାନୀରେ ବଡ଼ ଓଲଟପାଲଟ । ସାଧାରଣ ନିର୍ବାଚନରେ ବିଜାୟୀ ହୋଇ ଶାସନ କ୍ଷମତାକୁ ଫେରିଛି କଞ୍ଜରଭେଟିଭ୍ ପାର୍ଟି । ଫଳରେ ବରିଷ୍ଠ ନେତା ଫ୍ରେଡିରିକ୍ ମାର୍ଜଙ୍କ ପାଇଁ ଚାନସେଲର ହେବାର ରାସ୍ତା ସଫା ହୋଇଛି । ଖୁବ୍ଶୀଘ୍ର ନୂଆ ଜର୍ମାନୀରେ ନୂଆ ସରକାର ଗଢ଼ିବେ ଫେଡ୍ରିକ୍ । ଅନ୍ୟପଟେ ସୋସିଆଲ ଡେମୋକ୍ରାଟିକ୍ ଦଳ ପରାଜୟ ସ୍ବୀକାର କରି କଞ୍ଜରଭେଟିଭ୍ ପାର୍ଟି ନେତାଙ୍କୁ ଶୁଭେଚ୍ଛା ଜଣାଇଛି । ଜେଡ୍ଡିଏଫ୍ ପବ୍ଲିକ ବ୍ରଡକାଷ୍ଟର ଦ୍ୱାରା ପ୍ରକାଶିତ ଏକ୍ଜିଟ୍ ପୋଲ୍ରେ ବିରୋଧୀ ଦଳ ସିଡିୟୁ/ସିଏସ୍ୟୁ ମେଣ୍ଟକୁ ୨୮.୫% ଭୋଟ୍ ହାସଲ କରିଛି । ସେହିଭଳି ୨୦% ଭୋଟ ସହ ଦକ୍ଷିଣପନ୍ଥୀ ଅଲ୍ଟରନେଟିଭ ଫର୍ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଛି । ଓଲାଫ୍ ସ୍କଲ୍ଜଙ୍କ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ୧୬.୫% ଭୋଟ୍ ପାଇ ପରାଜିତ ହୋଇଛି ।
ସବୁଠାରୁ ବଡ଼ କଥା ହେଲା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ Alternative for Germanyକୁ ଏତେ ବଡ଼ ବିଜୟ ମିଳିଛି । ଏହି ଦଳକୁ ଏକ କଟ୍ଟରପନ୍ଥୀଙ୍କ ଦଳ ବୋଲି କୁହାଯାଉଥିଲା । ହେଲେ ୨୦୨୫ ନିର୍ବାଚନ ଐତିହାସିକ ବିଜୟ ହୋଇଛି । ସଂସଦରେ ବେଆଇନ ପ୍ରବାସୀଙ୍କ ମୁଦ୍ଦା ଉଠାଇଥିବା Alternative for Germany ଏବେ ଜର୍ମାନୀ ରାଜନୀତିର ମୁଖ୍ୟ ଅଂଶ ହୋଇଯାଇଛି । ହେଲେ କଞ୍ଜରଭେଟିଭ୍ ପାର୍ଟି ନେତା ଫ୍ରେଡିରିକ୍ ମାର୍ଜ ଏହି କଟ୍ଟରପନ୍ଥି ଦଳକୁ ନିଜ ସାଥିରେ ନେବାକୁ ମନା କରୁଥିଲେ ମଧ୍ୟ ସରକାର ଗଠନ ପାଇଁ ଏହାକୁ ସାମିଲ୍ କରିବାକୁ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।...