ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ

ମୟୁରଭଞ୍ଜ : ପୁଣି କ୍ୟାମେରା ଧରାଇଲା ୬ଜଣ ଶିକାରୀଙ୍କୁ । ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଧରାପଡ଼ିଲେ ୬ ଶିକାରୀ । AI କ୍ୟାମେରା ବ୍ୟବହାର କରାଯାଇ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି । ଶିକାରୀ ମାନେ ଉଦଳା ଥାନା ଅନ୍ତର୍ଗତ ବାଣିଆଦରା ଗ୍ରାମର । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ବାରୁଦ, ମାରଣାସ୍ତ୍ର ଜବତ ହୋଇଛି । ଶିକାରୀ ମାନେ ମାରାଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ […] The post ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ appeared first on KNews Odisha.

ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ
SIMILIPALA Q2

ମୟୁରଭଞ୍ଜ : ପୁଣି କ୍ୟାମେରା ଧରାଇଲା ୬ଜଣ ଶିକାରୀଙ୍କୁ । ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଧରାପଡ଼ିଲେ ୬ ଶିକାରୀ । AI କ୍ୟାମେରା ବ୍ୟବହାର କରାଯାଇ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି । ଶିକାରୀ ମାନେ ଉଦଳା ଥାନା ଅନ୍ତର୍ଗତ ବାଣିଆଦରା ଗ୍ରାମର । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ବାରୁଦ, ମାରଣାସ୍ତ୍ର ଜବତ ହୋଇଛି ।

ଶିକାରୀ ମାନେ ମାରାଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ବେଳେ ସେମାନଙ୍କ ଫଟୋ କ୍ୟାମେରାରେ କଏଦ ହୋଇଥିଲା । ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ୬ଜଣ ଶିକାରୀଙ୍କୁ ବାରିପଦା ସିଜିଏମ କୋର୍ଟ ଚାଲାଣ କରାଯାଇଛି। ସେଥି ମଧ୍ୟରୁ ୪ଜଣକୁ ଅଧିକ ତଦନ୍ତ ପାଇଁ ଦୁଇ ଦିନ ରିମାଣ୍ଡରେ ବନ ବିଭାଗ ଆଣିଛି ।

The post ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ appeared first on KNews Odisha.