ଇସ୍ରୋ ବୈଜ୍ଞାନିକଙ୍କ ଖୁଲାସା, ଚନ୍ଦ୍ରର ମାଟି ତଳେ ରହିଛି ପ୍ରଚୁର ପରିମାଣର ବରଫ
ନୂଆଦିଲ୍ଲୀ ୦୩।୦୫: ଇସ୍ରୋର ନୂଆ ଅଧ୍ୟୟନ । ଚନ୍ଦ୍ରର ମାଟି ତଳେ ରହିଛି ପ୍ରଚୁର ବରଫ । ଚନ୍ଦ୍ରର ମେରୁ ଗର୍ତ୍ତରେ ବରଫ ଅବସ୍ଥାରେ ଜଳର ବ୍ୟାପକ ଉପସ୍ଥିତି ରହିଛି । ଚନ୍ଦ୍ର ପୃଷ୍ଠ ତଳେ ପ୍ରଥମ ଦୁଇ ମିଟରରେ ଥିବା ବରଫ ଉଭୟ ମେରୁରେ ଥିବା ବରଫ ପରିମାଣ ତୁଳନାରେ ପ୍ରାୟ ୫ରୁ ୮ ଗୁଣ ଅଧିକ । ଚନ୍ଦ୍ରର ମେରୁ ଗର୍ତ୍ତରେ ବରଫ ଅବସ୍ଥାରେ ଜଳର ବ୍ୟାପକ ଉପସ୍ଥିତିର ପ୍ରମାଣ ମିଳିଥିବା ଅଧ୍ୟୟନରେ ଖୁଲାସା କରିଛି । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍ର ବୈଜ୍ଞାନିକଙ୍କ ସମେତ ଆଇଆଇଟି କାନପୁର, ସଦର୍ନ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ଓ ଆଇଆଇଟି ଧନବାଦ୍ର ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନ ଅନୁସାରେ, ଚନ୍ଦ୍ର ପୃଷ୍ଠ ତଳେ ପ୍ରଥମ ଦୁଇ ମିଟରରେ ଥିବା ବରଫ ଉଭୟ ମେରୁର ପୃଷ୍ଠରେ ମହଜୁଦ ବରଫ ପରିମାଣ ତୁଳନାରେ ପ୍ରାୟ ୫ରୁ ୮ ଗୁଣ ଅଧିକ । ନମୁନା ସଂଗ୍ରହ, ବରଫ ଖନନ ଲାଗି ଚନ୍ଦ୍ରରେ ଡ୍ରିଲ୍ କରି ଭବିଷ୍ୟତ ମିଶନ ଓ ଦୀର୍ଘକାଳୀନ ମାନବ ଉପସ୍ଥିତି ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ । ଚନ୍ଦ୍ରର ଉତ୍ତର ମେରୁ ଅଞ୍ଚଳରେ ଜଳ ବରଫର ମାତ୍ରା ଦକ୍ଷିଣ ମେରୁ ଅଞ୍ଚଳର ବରଫ ତୁଳନାରେ ଦୁଇଗୁଣ । ଏହି ବରଫର ଉତ୍ପତ୍ତି ବିଷୟରେ ଅଧ୍ୟୟନ ସ୍ପଷ୍ଟ କରିଛି କି ଇମ୍ବ୍ରିଆନ୍ କାଳରେ ଆଗ୍ନେୟ ଉଦ୍ଗିରଣ ସମୟରେ ଗ୍ୟାସ୍ ନିର୍ଗମନ ହେଉଛି ଚନ୍ଦ୍ରର ମେରୁ ପ
ନୂଆଦିଲ୍ଲୀ ୦୩।୦୫: ଇସ୍ରୋର ନୂଆ ଅଧ୍ୟୟନ । ଚନ୍ଦ୍ରର ମାଟି ତଳେ ରହିଛି ପ୍ରଚୁର ବରଫ । ଚନ୍ଦ୍ରର ମେରୁ ଗର୍ତ୍ତରେ ବରଫ ଅବସ୍ଥାରେ ଜଳର ବ୍ୟାପକ ଉପସ୍ଥିତି ରହିଛି । ଚନ୍ଦ୍ର ପୃଷ୍ଠ ତଳେ ପ୍ରଥମ ଦୁଇ ମିଟରରେ ଥିବା ବରଫ ଉଭୟ ମେରୁରେ ଥିବା ବରଫ ପରିମାଣ ତୁଳନାରେ ପ୍ରାୟ ୫ରୁ ୮ ଗୁଣ ଅଧିକ । ଚନ୍ଦ୍ରର ମେରୁ ଗର୍ତ୍ତରେ ବରଫ ଅବସ୍ଥାରେ ଜଳର ବ୍ୟାପକ ଉପସ୍ଥିତିର ପ୍ରମାଣ ମିଳିଥିବା ଅଧ୍ୟୟନରେ ଖୁଲାସା କରିଛି ।
ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍ର ବୈଜ୍ଞାନିକଙ୍କ ସମେତ ଆଇଆଇଟି କାନପୁର, ସଦର୍ନ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ଓ ଆଇଆଇଟି ଧନବାଦ୍ର ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଅଧ୍ୟୟନ ଅନୁସାରେ, ଚନ୍ଦ୍ର ପୃଷ୍ଠ ତଳେ ପ୍ରଥମ ଦୁଇ ମିଟରରେ ଥିବା ବରଫ ଉଭୟ ମେରୁର ପୃଷ୍ଠରେ ମହଜୁଦ ବରଫ ପରିମାଣ ତୁଳନାରେ ପ୍ରାୟ ୫ରୁ ୮ ଗୁଣ ଅଧିକ । ନମୁନା ସଂଗ୍ରହ, ବରଫ ଖନନ ଲାଗି ଚନ୍ଦ୍ରରେ ଡ୍ରିଲ୍ କରି ଭବିଷ୍ୟତ ମିଶନ ଓ ଦୀର୍ଘକାଳୀନ ମାନବ ଉପସ୍ଥିତି ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ । ଚନ୍ଦ୍ରର ଉତ୍ତର ମେରୁ ଅଞ୍ଚଳରେ ଜଳ ବରଫର ମାତ୍ରା ଦକ୍ଷିଣ ମେରୁ ଅଞ୍ଚଳର ବରଫ ତୁଳନାରେ ଦୁଇଗୁଣ ।
ଏହି ବରଫର ଉତ୍ପତ୍ତି ବିଷୟରେ ଅଧ୍ୟୟନ ସ୍ପଷ୍ଟ କରିଛି କି ଇମ୍ବ୍ରିଆନ୍ କାଳରେ ଆଗ୍ନେୟ ଉଦ୍ଗିରଣ ସମୟରେ ଗ୍ୟାସ୍ ନିର୍ଗମନ ହେଉଛି ଚନ୍ଦ୍ରର ମେରୁ ପୃଷ୍ଠତଳେ ଜଳ ବରଫର ପ୍ରମୁଖ ଉତ୍ସ । ସେହି ଅବଧିରେ ଚନ୍ଦ୍ରର ଉତ୍ପତ୍ତି ଆରମ୍ଭ ହେଉଥିଲା । ଆଗ୍ନେୟଗିରି ଗତିବିଧିରୁ ନିର୍ଗତ ଗ୍ୟାସ୍ ଲକ୍ଷାଧିକ ବର୍ଷ ଧରି ଧୀରେ ଧୀରେ ପୃଷ୍ଠ ତଳେ ବରଫ ରୂପେ ଜମା ହୋଇଚାଲିଲା ।
ସଦ୍ୟ ଅଧ୍ୟୟନ ଇସ୍ରୋର ପୂର୍ବ ଅଧ୍ୟୟନଗୁଡ଼ିକୁ ମଧ୍ୟ ସମର୍ଥନ କରିଛି । ଚନ୍ଦ୍ରର କିଛି ମେରୁ ଗର୍ତ୍ତରେ ଜଳ ବରଫ ଉପସ୍ଥିତିର ସମ୍ଭାବନାକୁ ଏହା ଦର୍ଶାଇଛି । ଏହି ଅଧ୍ୟୟନରେ ଇସ୍ରୋର ପୂର୍ବ ଅଧ୍ୟୟନର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର୍ ଚନ୍ଦ୍ରଯାନ-୨ର ଡୁଆଲ ଫ୍ରିକ୍ୱେନ୍ସି ସିନ୍ଥେଟିକ୍ ଅପର୍ଚର ରାଡାର ଇନ୍ଷ୍ଟ୍ରୁମେଣ୍ଟ୍ର ତଥ୍ୟ ପ୍ରୟୋଗ କରାଯାଇଥିଲା ।
ସେତେବେଳେ ଚନ୍ଦ୍ରର ମେରୁ ଗର୍ତ୍ତ ତଳେ ବରଫର ଉପସ୍ଥିତି ଜଣାପଡ଼ିଥିଲା । ସଦ୍ୟତମ ଅଧ୍ୟୟନ ଇସ୍ରୋ ସମେତ ସମଗ୍ର ବିଶ୍ୱର ମହାକାଶ ଏଜେନ୍ସିଗୁଡ଼ିକୁ ଭବିଷ୍ୟତ ଚନ୍ଦ୍ର ମିଶନ ପାଇଁ ସହାୟକ ହେବ । ସେଠାରେ ଜଳ ଅନ୍ୱେଷଣ ଲାଗି ଏମାନେ ଡ୍ରିଲିଂ ମେସିନ୍ ପଠାଇ ପାରିବେ ।