ଶନିବାର ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ରେଜଲ୍ଟ; ଏବେଠୁ ନେତାଙ୍କ ଛାତି ଧଡ଼ଧଡ଼
ନୂଆଦିଲ୍ଲୀ: ଏକ୍ଜିଟ୍ ପୋଲ୍ ଏକଜାଟ୍ ହେବ କି ? ଶନିବାର ଅର୍ଥାତ୍ ଆସନ୍ତା କାଲି ପ୍ରକାଶ ପାଇବ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରେଜଲ୍ଟ । ଏନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରର ୨୮୮ ଆସନରେ ଭୋଟ୍ ଗ୍ରହଣ ହୋଇଛି । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ୮୧ ବିଧାନସଭା ଆସନରେ ଭୋଟିଂ ହୋଇଛି । ଆସନ୍ତାକାଲି ନିର୍ବାଚନୀ ରେଜଲ୍ଟ ଉପରେ ସମସ୍ତ ନଜର ରହିଛି । ହେଲେ ଏହା ପୂର୍ବରୁ ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି । ମହାରାଷ୍ଟ୍ରର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ଭୋଟିଂ ହୋଇଥିଲା । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ୩ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି । ତେଣୁ ଏଥରର ନିର୍ବାଚନ ବେଶ୍ ଗୁରୁତ୍ବପୂର୍ଣ୍ଣ । ସେପଟେ ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ୮୧ ଆସନରେ ଭୋଟିଂ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୩ ଆସନ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୩୮ ସିଟରେ ମତଦାନ ହୋଇଛି । ବିଜେପି ଏବଂ ଜେଏମଏମ ମଧ୍ୟରେ ଏଠି କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ କିଏ ଜିତିବ ଝାଡ଼ଖଣ୍ଡ ତା’ ଉପରେ ସବୁ ରାଜନୈତିକ ଦଳ ନଜର ରହିଛି ।
ନୂଆଦିଲ୍ଲୀ: ଏକ୍ଜିଟ୍ ପୋଲ୍ ଏକଜାଟ୍ ହେବ କି ? ଶନିବାର ଅର୍ଥାତ୍ ଆସନ୍ତା କାଲି ପ୍ରକାଶ ପାଇବ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରେଜଲ୍ଟ । ଏନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରର ୨୮୮ ଆସନରେ ଭୋଟ୍ ଗ୍ରହଣ ହୋଇଛି । ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ୮୧ ବିଧାନସଭା ଆସନରେ ଭୋଟିଂ ହୋଇଛି । ଆସନ୍ତାକାଲି ନିର୍ବାଚନୀ ରେଜଲ୍ଟ ଉପରେ ସମସ୍ତ ନଜର ରହିଛି । ହେଲେ ଏହା ପୂର୍ବରୁ ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି ।
ମହାରାଷ୍ଟ୍ରର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ଭୋଟିଂ ହୋଇଥିଲା । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ୩ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି । ତେଣୁ ଏଥରର ନିର୍ବାଚନ ବେଶ୍ ଗୁରୁତ୍ବପୂର୍ଣ୍ଣ । ସେପଟେ ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ୮୧ ଆସନରେ ଭୋଟିଂ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୩ ଆସନ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୩୮ ସିଟରେ ମତଦାନ ହୋଇଛି । ବିଜେପି ଏବଂ ଜେଏମଏମ ମଧ୍ୟରେ ଏଠି କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ କିଏ ଜିତିବ ଝାଡ଼ଖଣ୍ଡ ତା’ ଉପରେ ସବୁ ରାଜନୈତିକ ଦଳ ନଜର ରହିଛି ।