ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ପକ୍ଷରୁ ଦୀପ ଦାନ
କଟକ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ ହୋଇ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମିତିରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି କଟକ ଝାଞ୍ଜିରମଙ୍ଗଳା ମନ୍ଦିରରେ ଜିଲ୍ଲା ବିଜେପି ପକ୍ଷରୁ ଦୀପ ଦାନ କରାଯାଇଛି। କଟକରେ ମା’ କାଳୀଙ୍କ ଭସାଣି ଉତ୍ସବ ଥିବାରୁ ସେହି ଅବସରରେ ବିଜେପି ପକ୍ଷରୁ ମା’ଙ୍କ ନିକଟରେ ଦୀପ ଦାନ କରାଯାଇଛି।ସୂଚନାଥାଉକି, ଗତ ଶୁକ୍ରବାର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମୀର ଦେଙ୍କ ଛାତିରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଅବଶ୍ୟ ଏବେ ସମୀର ଦେଙ୍କ ଅବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ତାଙ୍କର ସଫଳ କିଡନି ପ୍ରତିରୋପଣ କରାଯାଇଥିଲା। ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି।
କଟକ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ ହୋଇ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମିତିରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି କଟକ ଝାଞ୍ଜିରମଙ୍ଗଳା ମନ୍ଦିରରେ ଜିଲ୍ଲା ବିଜେପି ପକ୍ଷରୁ ଦୀପ ଦାନ କରାଯାଇଛି। କଟକରେ ମା’ କାଳୀଙ୍କ ଭସାଣି ଉତ୍ସବ ଥିବାରୁ ସେହି ଅବସରରେ ବିଜେପି ପକ୍ଷରୁ ମା’ଙ୍କ ନିକଟରେ ଦୀପ ଦାନ କରାଯାଇଛି।
ସୂଚନାଥାଉକି, ଗତ ଶୁକ୍ରବାର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମୀର ଦେଙ୍କ ଛାତିରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଅବଶ୍ୟ ଏବେ ସମୀର ଦେଙ୍କ ଅବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ତାଙ୍କର ସଫଳ କିଡନି ପ୍ରତିରୋପଣ କରାଯାଇଥିଲା।
ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି।