ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାରରେ ୩ ରଥ, ବୁଧବାର ସୁନାବେଶ, ଶୁକ୍ରବାର ନୀଳଦ୍ରି ବିଜେ

ପୁରୀ,୧୬/୦୭: ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଲେ ବାହୁଡ଼ାବ୍ରହ୍ମ । ଶ୍ରୀମନ୍ଦିର ସିଂହଦ୍ବାରା ସାମ୍ନାରେ ଲାଗିଛି ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ । ହେଲେ ମଙ୍ଗଳବାର ଦଶମୀ ତିଥୀ ପଡ଼ୁଥିବାରୁ ମହାପ୍ରଭୁଙ୍କ ସୁନାବେଶ ଗୋଟିଏ ଦିନ ବିଳମ୍ବରେ ହେଉଛି । ଫଳରେ ଆଜି ରଥାରୁଢ଼ ରହିବେ ଚତୁର୍ଦ୍ଧାମୂର୍ତ୍ତି । ମହାବାହୁଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ ହେବ । ସକାଳ ୬ଟାରୁ ମଙ୍ଗଳଆଳତି ହୋଇଥିବା ବେଳେ ୭ଟାରେ ମଇଲମ ଓ ୮ଟାରେ ଠାକୁରଙ୍କ ଅବକାଶନୀତି ସମ୍ପନ୍ନ ହୋଇଛି । ଏହା ପରେ ରଥାରୁଢ଼ ଦିଅଁଙ୍କର ବେଶ ଶେଷ ହୋଇଛି । ଦିନ ୧୦ଟାରୁ ୧୧ ମଧ୍ୟରେ ଗୋପଳବହ୍ଲଭ ଭୋଗ ଲାଗି ହେବ । ଦିନ ୧୧.୩୦ରୁ ୧୨.୩୦ ମଧ୍ୟରେ ସକାଳଧୂପ ହେବ । ପରେ ମଧ୍ୟାହ୍ନ ଧୂପ ନୀତି ଏବଂ ସଂଧ୍ୟା 5ଟାରେ ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟା ଆଳତୀ ହେବ । ସେହିପରି ବୁଧବାର ଦିନ ମହାପ୍ରଭୁ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସଂଧ୍ୟା 5ଟାରୁ ଶ୍ରୀଜିଉଙ୍କ ସୁନାବେଶ ନୀତି ଆରମ୍ଭ ହେବ । ରାତି ସାଢ଼େ ୧ଟା ଯାଏ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ  । ସେହିଭଳି ଗୁରୁବାର ଦିନ ଅଧରପଣା ନୀତି ହେବ ଏବଂ ଶୁକ୍ରବାର ନୀଳକନ୍ଦରକୁ ବାହୁଡିବେ ନୀଳାଦ୍ରନାଥ ।    

ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାରରେ ୩ ରଥ, ବୁଧବାର ସୁନାବେଶ, ଶୁକ୍ରବାର ନୀଳଦ୍ରି ବିଜେ

ପୁରୀ,୧୬/୦୭: ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଲେ ବାହୁଡ଼ାବ୍ରହ୍ମ । ଶ୍ରୀମନ୍ଦିର ସିଂହଦ୍ବାରା ସାମ୍ନାରେ ଲାଗିଛି ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ । ହେଲେ ମଙ୍ଗଳବାର ଦଶମୀ ତିଥୀ ପଡ଼ୁଥିବାରୁ ମହାପ୍ରଭୁଙ୍କ ସୁନାବେଶ ଗୋଟିଏ ଦିନ ବିଳମ୍ବରେ ହେଉଛି । ଫଳରେ ଆଜି ରଥାରୁଢ଼ ରହିବେ ଚତୁର୍ଦ୍ଧାମୂର୍ତ୍ତି । ମହାବାହୁଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ ହେବ । ସକାଳ ୬ଟାରୁ ମଙ୍ଗଳଆଳତି ହୋଇଥିବା ବେଳେ ୭ଟାରେ ମଇଲମ ଓ ୮ଟାରେ ଠାକୁରଙ୍କ ଅବକାଶନୀତି ସମ୍ପନ୍ନ ହୋଇଛି । ଏହା ପରେ ରଥାରୁଢ଼ ଦିଅଁଙ୍କର ବେଶ ଶେଷ ହୋଇଛି । ଦିନ ୧୦ଟାରୁ ୧୧ ମଧ୍ୟରେ ଗୋପଳବହ୍ଲଭ ଭୋଗ ଲାଗି ହେବ । ଦିନ ୧୧.୩୦ରୁ ୧୨.୩୦ ମଧ୍ୟରେ ସକାଳଧୂପ ହେବ । ପରେ ମଧ୍ୟାହ୍ନ ଧୂପ ନୀତି ଏବଂ ସଂଧ୍ୟା 5ଟାରେ ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟା ଆଳତୀ ହେବ । 

ସେହିପରି ବୁଧବାର ଦିନ ମହାପ୍ରଭୁ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସଂଧ୍ୟା 5ଟାରୁ ଶ୍ରୀଜିଉଙ୍କ ସୁନାବେଶ ନୀତି ଆରମ୍ଭ ହେବ । ରାତି ସାଢ଼େ ୧ଟା ଯାଏ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ  । ସେହିଭଳି ଗୁରୁବାର ଦିନ ଅଧରପଣା ନୀତି ହେବ ଏବଂ ଶୁକ୍ରବାର ନୀଳକନ୍ଦରକୁ ବାହୁଡିବେ ନୀଳାଦ୍ରନାଥ ।