ବର୍ଷ ଆରମ୍ଭରୁ ରକ୍ତରେ ଭିଜିଲା ଲକ୍ଷ୍ନୌର ହୋଟେଲ, ପାରିବାରିକ କଳହରୁ ମା' ଓ ୪ ଭଉଣୀଙ୍କୁ ମାରିଲା ପୁଅ
ଲକ୍ଷୌ ୦୧/୦୧: ନୂଆ ବର୍ଷ ଅବସରରେ ରକ୍ତରେ ଭିଜିଲା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ । ମାଆ ଓ ୪ ଭଉଣୀଙ୍କୁ ମାରିଲା ନରହନ୍ତା ପୁଅ । ସଂଗୀନ ଅଭିଯୋଗ ପରେ ଅଭିଯୁକ୍ତ ୨୪ ବର୍ଷୀୟ ଅର୍ଶଦକୁ ଗିରଫ କରିଛି ପୋଲିସ । ଲକ୍ଷ୍ନୌ ପୋଲିସ ଷ୍ଟେସନ ନାକା ଅଞ୍ଚଳରେ ଅବସ୍ଥିତ ହୋଟେଲ ଶରଣଜିତରେ ପରିବାରର ପାଞ୍ଚଜଣ ସଦସ୍ୟଙ୍କୁ ହତ୍ୟା କରିଛି ଅର୍ଶଦ । ଏହି ହୃଦୟ ବିଦାରକ ଘଟଣା ପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ସୂଚନା ଥାଉକି, ନୂଆ ବର୍ଷର ପ୍ରଥମ ଦିନରେ ଲକ୍ଷ୍ନୌର ପୋଲିସ୍ ଷ୍ଟେସନ ନାକା ଅଞ୍ଚଳରେ ଅବସ୍ଥିତ ହୋଟେଲ ଶରଣଜିତରେ ଘଟିଥିବା ଏହି ଘଟଣା ହୃଦୟସବିଦାରକ ଘଟଣା ଘଟିଛି । ମୃକମାନେ ହେଲେ ୯ ବର୍ଷୀୟା ଭଉଣୀ ଆଲିଆ, ୧୯ ବର୍ଷୀୟା ଆଲଶିୟା, ୧୬ ବର୍ଷୀୟା ଆକ୍ସା, ୧୮ ବର୍ଷୀୟା ରେହମାନଙ୍କ ମାଆ ଅସ୍ମା । ଅଭିଯୁକ୍ତ ଯୁବକ ଅର୍ଶଦ ଆଗ୍ରା ଅଞ୍ଚଳର । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଥିଲେ । ଅଭିଯୁକ୍ତ ଅର୍ଶଦଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପାରିବାରିକ କଳହରୁ ଏପରି ଘଟଣା ଘଟିଛି ।
ଲକ୍ଷୌ ୦୧/୦୧: ନୂଆ ବର୍ଷ ଅବସରରେ ରକ୍ତରେ ଭିଜିଲା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ । ମାଆ ଓ ୪ ଭଉଣୀଙ୍କୁ ମାରିଲା ନରହନ୍ତା ପୁଅ । ସଂଗୀନ ଅଭିଯୋଗ ପରେ ଅଭିଯୁକ୍ତ ୨୪ ବର୍ଷୀୟ ଅର୍ଶଦକୁ ଗିରଫ କରିଛି ପୋଲିସ । ଲକ୍ଷ୍ନୌ ପୋଲିସ ଷ୍ଟେସନ ନାକା ଅଞ୍ଚଳରେ ଅବସ୍ଥିତ ହୋଟେଲ ଶରଣଜିତରେ ପରିବାରର ପାଞ୍ଚଜଣ ସଦସ୍ୟଙ୍କୁ ହତ୍ୟା କରିଛି ଅର୍ଶଦ । ଏହି ହୃଦୟ ବିଦାରକ ଘଟଣା ପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା।
ସୂଚନା ଥାଉକି, ନୂଆ ବର୍ଷର ପ୍ରଥମ ଦିନରେ ଲକ୍ଷ୍ନୌର ପୋଲିସ୍ ଷ୍ଟେସନ ନାକା ଅଞ୍ଚଳରେ ଅବସ୍ଥିତ ହୋଟେଲ ଶରଣଜିତରେ ଘଟିଥିବା ଏହି ଘଟଣା ହୃଦୟସବିଦାରକ ଘଟଣା ଘଟିଛି । ମୃକମାନେ ହେଲେ ୯ ବର୍ଷୀୟା ଭଉଣୀ ଆଲିଆ, ୧୯ ବର୍ଷୀୟା ଆଲଶିୟା, ୧୬ ବର୍ଷୀୟା ଆକ୍ସା, ୧୮ ବର୍ଷୀୟା ରେହମାନଙ୍କ ମାଆ ଅସ୍ମା । ଅଭିଯୁକ୍ତ ଯୁବକ ଅର୍ଶଦ ଆଗ୍ରା ଅଞ୍ଚଳର ।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଥିଲେ । ଅଭିଯୁକ୍ତ ଅର୍ଶଦଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପାରିବାରିକ କଳହରୁ ଏପରି ଘଟଣା ଘଟିଛି ।