ସ୍କୁଲ ଚାଲିଥିବାବେଳେ ପଶିଗଲା ଚିତାବାଘ: ଆଉ ତା’ପରେ

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ବିଜନୋର ଜିଲାର ହାଲଦୌର ଅଞ୍ଚଳରେ ଏକ ଚିତାବାଘ ଆତଙ୍କ ସୃଷ୍ଟି କରିଛି। ସ୍କୁଲ ଚାଲିଥିବାବେଳେ ଚିତାବାଘ ପଶିଯିବାରୁ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଚିତାବାଘ ପଜାନିଆର ଇସାପୁର ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରିଥିଲେ। ବାଘ ଗର୍ଜନ ଶୁଣି ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନେ ରୁମ୍‌ରେ ପ୍ରବେଶ କରିଥିଲେ। ସୌଭାଗ୍ୟବଶତଃ ବର୍ଷା ହେତୁ ଛାତ୍ରଛାତ୍ରମାନେ ସ୍କୁଲକୁ ଆସି ନ ଥିଲେ। ଏହି କାରଣରୁ ଏକ ବଡ଼ ଦୁର୍ଘଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଶୁକ୍ରବାର ବର୍ଷା […] The post ସ୍କୁଲ ଚାଲିଥିବାବେଳେ ପଶିଗଲା ଚିତାବାଘ: ଆଉ ତା’ପରେ appeared first on Dharitri Odia News.

ସ୍କୁଲ ଚାଲିଥିବାବେଳେ ପଶିଗଲା ଚିତାବାଘ: ଆଉ ତା’ପରେ

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ବିଜନୋର ଜିଲାର ହାଲଦୌର ଅଞ୍ଚଳରେ ଏକ ଚିତାବାଘ ଆତଙ୍କ ସୃଷ୍ଟି କରିଛି। ସ୍କୁଲ ଚାଲିଥିବାବେଳେ ଚିତାବାଘ ପଶିଯିବାରୁ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
ଚିତାବାଘ ପଜାନିଆର ଇସାପୁର ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରିଥିଲେ। ବାଘ ଗର୍ଜନ ଶୁଣି ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନେ ରୁମ୍‌ରେ ପ୍ରବେଶ କରିଥିଲେ। ସୌଭାଗ୍ୟବଶତଃ ବର୍ଷା ହେତୁ ଛାତ୍ରଛାତ୍ରମାନେ ସ୍କୁଲକୁ ଆସି ନ ଥିଲେ। ଏହି କାରଣରୁ ଏକ ବଡ଼ ଦୁର୍ଘଘଟଣାକୁ ଏଡ଼ାଇ ଦିଆଯାଇଥିଲା।

ଶୁକ୍ରବାର ବର୍ଷା ହେତୁ ଇସାପୁର ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକମାନଙ୍କୁ ଡକାଯାଇଥିଲା। ସକାଳେ ସେମାନେ ଚିତାବାଘ ଗର୍ଜନ ଶୁଣି ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ରୁମ୍‌ ଭିତରେ ପଶି କବାଟ ବନ୍ଦ କରିଦେଇଥିଲେ। ଫଳରେ ସ୍କୁଲ ପରିସରରେ ଚିତାବାଘ ଘୁରି ବୁଲୁଥିବା ଦେଖାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, ଗତ ତିନି ଦିନ ଧରି ବିଦ୍ୟାଳୟ ପରିସରରେ ଚିତାବାଘଙ୍କ ପାଦ ଚିହ୍ନ ଦେଖିବାକୁ ମିଳିଥିଲା।

The post ସ୍କୁଲ ଚାଲିଥିବାବେଳେ ପଶିଗଲା ଚିତାବାଘ: ଆଉ ତା’ପରେ appeared first on Dharitri Odia News.