କଂଗ୍ରେସ ବିଧାୟକଙ୍କ ମହିଳା ବିରୋଧୀ ବୟାନକୁ ସାଇନା ନେହଓ୍ବାଲ୍ଙ୍କ ସମାଲୋଚନା
ବେଙ୍ଗାଲୁରୁ, ୩୦।୩: କର୍ନାଟକର ଦାବ୍ନଗେରେ ଆସନରୁ ଭାଜପାର ମହିଳା ପ୍ରାର୍ଥୀ ଗାୟତ୍ରୀ ସିଧେଶ୍ୱର କେବଳ ଖାଦ୍ୟ ରାନ୍ଧିବାକୁ ଉପଯୁକ୍ତ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ଶିବଶଙ୍କରପ୍ପାଙ୍କ ବୟାନକୁ ମହିଳା ବିରୋଧୀ ଦର୍ଶାଇ ଆପତ୍ତି ଉଠାଇଛନ୍ତି ବ୍ୟାଡ୍ମିଣ୍ଟନ ଷ୍ଟାର୍ ସାଇନା ନେହଓ୍ବାଲ୍। ”ଲଡ଼କୀ ହୁଁ ଲଢ଼ ସକତୀ ହୁଁ“ ନାରା ଦେଉଥିବା ପାର୍ଟିର ନେତାଙ୍କ ଠାରୁ ଏପରି ବୟାନ ଆଶା କରାଯାଉ ନ ଥିବା ସେ ନିଜ ଏକ୍ସ’ ହ୍ୟାଣ୍ଡେଲ୍ରେ ଲେଖିଛନ୍ତି। ଦେଶର ମହିଳା ମାନେ ପ୍ରତ୍ୟେକ କ୍ଷେତ୍ରରେ […] The post କଂଗ୍ରେସ ବିଧାୟକଙ୍କ ମହିଳା ବିରୋଧୀ ବୟାନକୁ ସାଇନା ନେହଓ୍ବାଲ୍ଙ୍କ ସମାଲୋଚନା appeared first on Dharitri Odia News.
ବେଙ୍ଗାଲୁରୁ, ୩୦।୩: କର୍ନାଟକର ଦାବ୍ନଗେରେ ଆସନରୁ ଭାଜପାର ମହିଳା ପ୍ରାର୍ଥୀ ଗାୟତ୍ରୀ ସିଧେଶ୍ୱର କେବଳ ଖାଦ୍ୟ ରାନ୍ଧିବାକୁ ଉପଯୁକ୍ତ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ଶିବଶଙ୍କରପ୍ପାଙ୍କ ବୟାନକୁ ମହିଳା ବିରୋଧୀ ଦର୍ଶାଇ ଆପତ୍ତି ଉଠାଇଛନ୍ତି ବ୍ୟାଡ୍ମିଣ୍ଟନ ଷ୍ଟାର୍ ସାଇନା ନେହଓ୍ବାଲ୍। ”ଲଡ଼କୀ ହୁଁ ଲଢ଼ ସକତୀ ହୁଁ“ ନାରା ଦେଉଥିବା ପାର୍ଟିର ନେତାଙ୍କ ଠାରୁ ଏପରି ବୟାନ ଆଶା କରାଯାଉ ନ ଥିବା ସେ ନିଜ ଏକ୍ସ’ ହ୍ୟାଣ୍ଡେଲ୍ରେ ଲେଖିଛନ୍ତି।
ଦେଶର ମହିଳା ମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ଛାପ ଛାଡ଼ିବାକୁ ଚାହୁଁଥିବାବେଳେ, ଜଣେ ମହିଳା ନେତ୍ରୀଙ୍କ ପ୍ରତି ଏପରି ଘୃଣ୍ୟ ମନ୍ତବ୍ୟ ତାଙ୍କୁ ବ୍ୟଥିତ କରିଥିବା ସାଇନା କହିଛନ୍ତି। ସୂଚନାଯୋଗ୍ୟ, କର୍ନାଟକର ଦାବ୍ନଗେରେ ଆସନରୁ ଭାଜପା ଗାୟତ୍ରୀ ସିଧେଶ୍ୱରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ସମାଲୋଚନା କରିଥିଲେ ସ୍ଥାନୀୟ କଂଗ୍ରେସ ବିଧାୟକ ଶିବଶଙ୍କରପ୍ପା। ଠିକ୍ ଭାବେ କଥା କହି ପାରୁ ନ ଥିବା ଗାୟତ୍ରୀ ନିର୍ବାଚନ କ’ଣ ଲଢ଼ିବେ ବୋଲି ସେ ପ୍ରଶ୍ନ କରିଥିଲେ। ସେ କେବଳ ଖାଦ୍ୟ ରାନ୍ଧିବା ପାଇଁ ଉପଯୁକ୍ତ ହୋଇଥିବାବେଳେ ତାଙ୍କର ଦାବ୍ନଗେରେ ଅଞ୍ଚଳର ସମସ୍ୟା ନେଇ କୌଣସି ଜ୍ଞାନ ନ ଥିବା ଶିବଶଙ୍କରପ୍ପା କହିଥିଲେ।
The post କଂଗ୍ରେସ ବିଧାୟକଙ୍କ ମହିଳା ବିରୋଧୀ ବୟାନକୁ ସାଇନା ନେହଓ୍ବାଲ୍ଙ୍କ ସମାଲୋଚନା appeared first on Dharitri Odia News.