ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି
ଭୁବନେଶ୍ୱର, ୧୭।୬: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଓଡ଼ିଶାକୁ ଏଥର ଆଗଆ ମୌସୁମୀ ପ୍ରବେଶ କରିଥିଲେ ହେଁ ବର୍ଷା ଟିକେ ହେଉନାହିଁ। ସକାଳ ୮ଟା ବାଜିଲେ ବି ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ୨୦ତାରିଖ ପର୍ଯ୍ୟନ୍ତ ଏହିଭଳି ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏସବୁ ଭିତରେ ଜୁନ୍ ୧୮ରେ ସ୍କୁଲ ଖୋଲିବ ବୋଲି ପୂର୍ବତନ ସରକାର ଘୋଷଣା କରିଥିଲେ। ଯଦି ଏଭଳି ପାଗ ରହେ ତେବେ ସ୍କୁଲ ଛୁଟି ଆଉ […] The post ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି appeared first on Dharitri Odia News.
ଭୁବନେଶ୍ୱର, ୧୭।୬: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଓଡ଼ିଶାକୁ ଏଥର ଆଗଆ ମୌସୁମୀ ପ୍ରବେଶ କରିଥିଲେ ହେଁ ବର୍ଷା ଟିକେ ହେଉନାହିଁ। ସକାଳ ୮ଟା ବାଜିଲେ ବି ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ୨୦ତାରିଖ ପର୍ଯ୍ୟନ୍ତ ଏହିଭଳି ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏସବୁ ଭିତରେ ଜୁନ୍ ୧୮ରେ ସ୍କୁଲ ଖୋଲିବ ବୋଲି ପୂର୍ବତନ ସରକାର ଘୋଷଣା କରିଥିଲେ। ଯଦି ଏଭଳି ପାଗ ରହେ ତେବେ ସ୍କୁଲ ଛୁଟି ଆଉ କିଛି ଦିନ ଘୁଞ୍ଚାଯିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ଆଜି ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଏକ ବୈଠକ ହେବ। ଏହି ବୈଠକରେ ସ୍କୁଲ ଛୁଟି ହେବ କି ନାହିଁ ତାହା ଜଣାପଡିବ। ତେବେ ସ୍କୁଲ ଛୁଟି ଆଉ ୩-୪ ଦିନ ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ଦାବି କରାଯାଇଛି।
The post ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି appeared first on Dharitri Odia News.