ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର

ଦାରିଙ୍ଗବାଡ଼ି,୨୪ା୩(ଅରୁଣ ସାହୁ): ଶଙ୍କରଙ୍କ ଦର୍ଶନ ପାଇଁ ଶଙ୍କର ବାହାରିଛନ୍ତି ସେ ବି ସାଇକଲରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଲୋହରା ସାହିରେ। ଉକ୍ତ ସାହିର ବୈକୁଣ୍ଠନାଥ ସାହୁଙ୍କ ୨୩ ବର୍ଷୀୟ ସାନ ପୁଅ ଶଙ୍କର ସୋମବାର ପୂର୍ବାହ୍ନରେ ନିଜ ଗ୍ରାମରୁ ଚାରିଧାମ ଯାତ୍ରା ଆରମ୍ଭ କରିଛନ୍ତି। ସେ ମଧ୍ୟ ସାଇକେଲରେ ପ୍ରାୟ ୧୨ ହଜାର କିଲୋମିଟର ଯାତ୍ରା କରି ଭାରତର ଚାରିଦିଗ ପରିଭ୍ରମଣ କରି ଚାରିଧାମ […] The post ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର appeared first on Dharitri Odia News.

ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର

ଦାରିଙ୍ଗବାଡ଼ି,୨୪ା୩(ଅରୁଣ ସାହୁ): ଶଙ୍କରଙ୍କ ଦର୍ଶନ ପାଇଁ ଶଙ୍କର ବାହାରିଛନ୍ତି ସେ ବି ସାଇକଲରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଲୋହରା ସାହିରେ। ଉକ୍ତ ସାହିର ବୈକୁଣ୍ଠନାଥ ସାହୁଙ୍କ ୨୩ ବର୍ଷୀୟ ସାନ ପୁଅ ଶଙ୍କର ସୋମବାର ପୂର୍ବାହ୍ନରେ ନିଜ ଗ୍ରାମରୁ ଚାରିଧାମ ଯାତ୍ରା ଆରମ୍ଭ କରିଛନ୍ତି। ସେ ମଧ୍ୟ ସାଇକେଲରେ ପ୍ରାୟ ୧୨ ହଜାର କିଲୋମିଟର ଯାତ୍ରା କରି ଭାରତର ଚାରିଦିଗ ପରିଭ୍ରମଣ କରି ଚାରିଧାମ ଦର୍ଶନ କରିବେ ନିଜ ପରିବାରର ବାପା, ମା’, ବଡ଼ ଭାଇଙ୍କ ପାଇଁ ସେ ଶଙ୍କରଙ୍କ ଦର୍ଶନ କରିବା ସହ ଶେଷରେ ଫେରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଘରକୁ ଫେରିବା କାର୍ଯ୍ୟକ୍ରମ ରହିଛି। ଏହି ଭ୍ରମଣର ଲକ୍ଷ ସମ୍ପର୍କରେ ଶଙ୍କର କୁହନ୍ତି ଯେ, ସେ ଦାରିଙ୍ଗବାଡ଼ିକୁ ସାରା ଭାରତ ବର୍ଷରେ ପରିଚୟ ସୃଷ୍ଟି କରିବା ପାଇଁ ପ୍ରଚାର ପ୍ରସାର କରିବା ସହ ଗଛ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦେବେ। ଏଥିସହ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ସହ ପରିବେଶକୁ ସୁରକ୍ଷା ଦେବା ଓ ଜଳବାୟୁ ପରିବର୍ତ୍ତନର କାରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ। ସେହିପରି କାମ ନ ଥିଲେ ବା ଛୋଟ ଛୋଟ କାର୍ଯ୍ୟ ପାଇଁ ନିକଟ ରାସ୍ତାକୁ ଯିବା ଆସିବା ପାଇଁ ସମସ୍ତେ କିଭଳି ଯାନ୍ତ୍ରିକ ୨ ଓ ୪ ଚକିଆ ଯାନ ବ୍ୟବହାର ନ କରି ସାଇକେଲ ବ୍ୟବହାର କରିବେ ସେ ନେଇ ସେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନିଜେ ହଜାର ହଜାର ମାଇଲ ବାଇକ୍‌ରେ ନ ଯାଇ ସାଇକେଲ ଯୋଗେ ଯାତ୍ରା କରୁଥିବା କହିଛନ୍ତି। ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହିବ ନିଜେ ଫିଟ୍‌ ରହିଲେ ସମାଜକୁ ଫିଟ୍‌ ରଖିହେବ ବୋଲି ଶଙ୍କର କହିଛନ୍ତି। ଶଙ୍କର ଜଣେ ଯୁବକ ହୋଇ ଏହି ସମୟରେ ନିଜକୁ ଏତେ ସଚେତନ ହୋଇଛନ୍ତି ତେଣୁ ଦାରିଙ୍ଗବାଡ଼ିରେ ତାଙ୍କ ଯାତ୍ରା କଥା ଶୁଣି ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ଦାରିଙ୍ଗବାଡ଼ି ଆଇଆଇସି କନକ କୁମାର ମାଝୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଇଆଇସି ତାଙ୍କୁ ଯାତ୍ରା ସମୟରେ କିଭଳି ଚାଲିବ ଓ ତାଙ୍କ ସହଯୋଗ ପାଇଁ ସେ ତାଙ୍କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶଙ୍କର ଏହି ଯାତ୍ରା ପୂର୍ବରୁ ଦାରିଙ୍ଗବାଡ଼ିର ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ବ୍ଲକ ଓ ଥାନାକୁ ଯାଇ ଆଇଆଇଆସିଙ୍କୁ ଭେଟିଥିଲେ। ଗ୍ରାମବାସୀ ତାଙ୍କୁ ଗାଁ ବାହାର ପର୍ଯ୍ୟନ୍ତ ବାଇକ୍‌ ଶୋଭାଯାତ୍ରାରେ ଛାଡ଼ିବାକୁ ବାହାରିଛନ୍ତି।

The post ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର appeared first on Dharitri Odia News.