ବ୍ରାଉନସୁଗାର ର଼୍ୟାକେଟରେ ଶିକ୍ଷିତା ଯୁବତୀ, ପୁଡ଼ିଆ କରି ବିକୁଥିଲେ

ଭୁବନେଶ୍ୱର,୨୪।୩ (ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଘର ଭଡା ନେଇ ଚଳାଇଥିଲେ ବ୍ରାଉନସୁଗାର ବେପାର। ଏଥିରେ ସାମିଲ ଥିଲେ ଶିକ୍ଷିତା ଯୁବତୀ। ମାଷ୍ଟରମାଇଣ୍ଡ ବ୍ରାଉନସୁଗାର ପହଞ୍ଚାଇବା ପରେ ଏହି ଯୁବତୀମାନେ ତାହାକୁ ପୁଡ଼ିଆ କରି ସହରର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ। ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଥିବା ଏକ ଘରେ ଗତ ଏକବର୍ଷ ଧରି ଚାଲିଥିବା ଏହି ର଼୍ୟାକେଟକୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଧରିବା ସହ ଏଥିରେ ସମ୍ପୃକ୍ତ ୨ ଯୁବତୀଙ୍କୁ […] The post ବ୍ରାଉନସୁଗାର ର଼୍ୟାକେଟରେ ଶିକ୍ଷିତା ଯୁବତୀ, ପୁଡ଼ିଆ କରି ବିକୁଥିଲେ appeared first on Dharitri Odia News.

ବ୍ରାଉନସୁଗାର ର଼୍ୟାକେଟରେ ଶିକ୍ଷିତା ଯୁବତୀ, ପୁଡ଼ିଆ କରି ବିକୁଥିଲେ

ଭୁବନେଶ୍ୱର,୨୪।୩ (ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଘର ଭଡା ନେଇ ଚଳାଇଥିଲେ ବ୍ରାଉନସୁଗାର ବେପାର। ଏଥିରେ ସାମିଲ ଥିଲେ ଶିକ୍ଷିତା ଯୁବତୀ। ମାଷ୍ଟରମାଇଣ୍ଡ ବ୍ରାଉନସୁଗାର ପହଞ୍ଚାଇବା ପରେ ଏହି ଯୁବତୀମାନେ ତାହାକୁ ପୁଡ଼ିଆ କରି ସହରର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ। ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଥିବା ଏକ ଘରେ ଗତ ଏକବର୍ଷ ଧରି ଚାଲିଥିବା ଏହି ର଼୍ୟାକେଟକୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଧରିବା ସହ ଏଥିରେ ସମ୍ପୃକ୍ତ ୨ ଯୁବତୀଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ବାଇଁ (୨୩) ଓ ବାଲେଶ୍ୱର ବସ୍ତା ଅଞ୍ଚଳର କରିସ୍ମା ରାଉତ(୩୦)। ଉଭୟ ରହୁଥିବା ଘରେ ପୋଲିସ ଚଢାଉ ବେଳେ ୨୬୫ ଗ୍ରାମ ବ୍ରାଉନସୁଗାର, ୩ଟି ମୋବାଇଲ ଫୋନ୍‌ ଓ ଗୋଟିଏ ଲାପ୍‌ଟପ୍‌ ଜବତ କରିଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ଗିରଫ କରିସ୍ମା ଯୁକ୍ତ୨ ପାସ କରି ଏକ ପ୍ରାଇଭେଟ୍‌ ଫାର୍ମରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବାବେଳେ ପ୍ରଜ୍ଞା କମ୍ପ୍ୟୁଟର ଆପ୍ଲିକେଶନରେ ପିଜି କରିଥିବା ପୋଲିସ କମିଶନର ସଞ୍ଜୀବ ପଣ୍ଡା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ସେମାନଙ୍କୁ ବ୍ରାଉନସୁଗାର ଯୋଗାଉଥିବା କିଙ୍ଗପିନ୍‌ ଉପରେ ନଜର ରଖାଯାଇଛି। ତାଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ତେବେ ଅଧିକ ଟଙ୍କା ଲୋଭରେ ପଡି ଯୁବତୀଦ୍ୱୟ ପିଙ୍କ୍‌ପିନ୍‌ଙ୍କ ନିର୍ଦ୍ଦେଶରେ ପାର୍ଟଟାଇମ୍‌ ଭାବେ ଏହି ବେଆଇନ କାରବାର କରି ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଯୋଗାଉଥିଲେ। ପୁଡିଆ ପିଛା ୬ଶହରୁ ୧୨ଶହ ଟଙ୍କାରେ ବିକ୍ରି କରୁଥିଲେ ବୋଲି କମିଶନର ପଣ୍ଡା କହିଛନ୍ତି।

ସୂଚନାନୁସାରେ, ଯଦୁପୁର ଗାଁରେ ଏକ ଭଡାଘରେ ଯୁବତୀଦ୍ୱୟ ରହି ନିଶା ବେପାର କରୁଥିବା ନେଇ କୌଣସି ସୂତ୍ରରୁ ପୋଲିସ ଜାଣିବା ପରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଶୁକ୍ରବାର ରାତିରେ ଉକ୍ତ ଘରେ ଚଢାଉ କରି ଯାଞ୍ଚ କରିବାରୁ ସେଠାରୁ ବ୍ରାଉନସୁଗାର ମିଳିଥିଲା। ଏହାପରେ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନ ମିଳିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ରାଜଧାନୀରେ ମହିଳା ଓ ଯୁବତୀଙ୍କୁ ମୋହରା ବନାଇ ନିଶା ବେପାର କରାଯାଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଚଳିତବର୍ଷରୁ ଆଜି ସୁଦ୍ଧା କମିଶନରେଟ ପୋଲିସ ଓ ସ୍ପେଶାଲ କ୍ରାଇମ୍‌ ୟୁନିଟ ଭୁବନେଶ୍ୱର ଅଞ୍ଚଳରୁ ୯୮୪ ଗ୍ରାମ ବ୍ରାଉନସୁଗାର ଓ ୫୪୩ କେଜି ଗଞ୍ଜେଇ ଜବତ କରିଥିବା ସୂଚନା ଦିଆଯାଇଛି।

The post ବ୍ରାଉନସୁଗାର ର଼୍ୟାକେଟରେ ଶିକ୍ଷିତା ଯୁବତୀ, ପୁଡ଼ିଆ କରି ବିକୁଥିଲେ appeared first on Dharitri Odia News.