କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ
ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍ବୀ ୭ ଏସ୍ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ବିମାନ କାରଣରୁ ବିଜୟୀ ଓଡ଼ିଶା ଟିମ୍ ଶୁକ୍ରବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ବେଳେ ସେମାନଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଳମ୍ବିତ ରାତିରେ ମଧ୍ୟ କ୍ରୀଡ଼ା ବିଭାଗ ଦ୍ଵାରା ସ୍ବାଗତ କରିଛି। କ୍ୱାର୍ଟର ଫାଇନାଲରେ କର୍ନାଟକକୁ ୩୬-୦ ଓ ସେମିଫାଇନାଲରେ ମହାରାଷ୍ଟ୍ରକୁ ୧୯-୫ରେ ହରାଇ ଓଡ଼ିଶା ଫାଇନାଲରେ ପ୍ରବେଶ କରିଥିଲା। ଟାଇଟଲ […] The post କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ appeared first on Dharitri Odia News.
ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍ବୀ ୭ ଏସ୍ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ବିମାନ କାରଣରୁ ବିଜୟୀ ଓଡ଼ିଶା ଟିମ୍ ଶୁକ୍ରବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ବେଳେ ସେମାନଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଳମ୍ବିତ ରାତିରେ ମଧ୍ୟ କ୍ରୀଡ଼ା ବିଭାଗ ଦ୍ଵାରା ସ୍ବାଗତ କରିଛି।
କ୍ୱାର୍ଟର ଫାଇନାଲରେ କର୍ନାଟକକୁ ୩୬-୦ ଓ ସେମିଫାଇନାଲରେ ମହାରାଷ୍ଟ୍ରକୁ ୧୯-୫ରେ ହରାଇ ଓଡ଼ିଶା ଫାଇନାଲରେ ପ୍ରବେଶ କରିଥିଲା। ଟାଇଟଲ ମୁକାବିଲାରେ ବିହାରକୁ ୧୭-୫ରେ ପରାସ୍ତ କରି ଓଡ଼ିଶା ଦଳ ଚାମ୍ପିୟନ ହୋଇଥିଲା। ମାନସ କୁମାର ଜେନା ଦଳର କୋଚ୍ଭାବେ ପୁଣେ ଯାତ୍ରା କରିଥିଲେ।
ଓଡ଼ିଶା ଦଳ: ନିର୍ମାଲ୍ୟ ରାଉତ, ସୋନି ମାଣ୍ଡାଙ୍ଗି, ଆରତୀ ମୁର୍ମୁ, ଡୁମୁନି ମାରାଣ୍ଡି, ତରୁଲତା ନାୟକ, ହୁପି ମାଝି, ସନ୍ଧ୍ୟାରାଣୀ ଟୁଡୁ, ସୁନୀତା ହାଁସଦା, କବିତା କସ୍ତୁରୀ ପଢ଼ିହାରୀ, ମାଲିନ ସୟ, ପୁଷ୍ପାଞ୍ଜଳି ଭୋଇ, ତିଳୋତ୍ତମା ସାହୁ। କୋଚ୍: ମାନସ କୁମାର ଜେନା, ମ୍ୟାନେଜର ସଞ୍ଜୁକ୍ତା ମୁଣ୍ଡା, ଫିଜିଓ: ସୌମ୍ୟାଶ୍ରୀ ମିଶ୍ର।
The post କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ appeared first on Dharitri Odia News.