ଦୁଇଦିନ ତଳେ ଥିଲେ ଉପଜିଲାପାଳ, ଏବେ ଜେଲରେ ବିଚାରଧିନ ବନ୍ଦୀ: ଚୂଡ଼ା-ଗୁଡ଼ ଖାଇ ବିତାଇଲେ ରାତି

ଭବାନୀପାଟନା,୧୧।୬(ଉତ୍ତମ କୁମାର ଦାସ):କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମା ରବିବାର ରାତିରେ ଜଣେ କ୍ରଶର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ଛାନ୍‌ଭିନ୍‌ ବେଳେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପଜିଲାପାଳ ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ଜେରା କରାଯାଇଥିଲା। ଏହି ସମୟରେ ସେ ଜବତ ଟଙ୍କାର ହିସାବ ଦେଇ ନ […] The post ଦୁଇଦିନ ତଳେ ଥିଲେ ଉପଜିଲାପାଳ, ଏବେ ଜେଲରେ ବିଚାରଧିନ ବନ୍ଦୀ: ଚୂଡ଼ା-ଗୁଡ଼ ଖାଇ ବିତାଇଲେ ରାତି appeared first on Dharitri Odia News.

ଦୁଇଦିନ ତଳେ ଥିଲେ ଉପଜିଲାପାଳ, ଏବେ ଜେଲରେ ବିଚାରଧିନ ବନ୍ଦୀ: ଚୂଡ଼ା-ଗୁଡ଼ ଖାଇ ବିତାଇଲେ ରାତି

ଭବାନୀପାଟନା,୧୧।୬(ଉତ୍ତମ କୁମାର ଦାସ):କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମା ରବିବାର ରାତିରେ ଜଣେ କ୍ରଶର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ଛାନ୍‌ଭିନ୍‌ ବେଳେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପଜିଲାପାଳ ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ଜେରା କରାଯାଇଥିଲା। ଏହି ସମୟରେ ସେ ଜବତ ଟଙ୍କାର ହିସାବ ଦେଇ ନ ପାରିବାରୁ ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ମଧ୍ୟ ଘଟଣାର ତଦନ୍ତ ଚାଲିଛି କଟକ ଭିଜିଲାନ୍ସ ସେଲ ଡିଭିଜନର ଏସ୍‌ପି ଏମ୍‌. ରାଧାକ୍ରିଷ୍ଣା ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅଞ୍ଚଳର ଜଣେ କ୍ରଶର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଧର୍ମଗଡ଼ ଉପଜିଲାପାଳ ଚକ୍‌ମା ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରବିବାର ରାତିରେ ଉପଜିଲାପାଳ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ୪୭ ହଜାର ୬ଶହ ଟଙ୍କା ଜବତ ହୋଇଥିଲା। ଏହି ସମୟରେ ସେ ଜବତ ଟଙ୍କାର ହିସାବ ଦେଇ ନ ପାରିବାରୁ ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ କାରାଗାରକୁ ପଠାଯାଇଥିଲା। ସେଠାରେ ରହିବା ପରେ ଡିପ୍ରେସନ (ମାନସିକ ଅବସାଦ) କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ କାରାଗାର ପରିସରରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତିରେ ଜେଲରେ ତାଙ୍କୁ ଚୁଡା ଓ ଗୁଡ଼ ଦିଆଯାଇଥିବାବେଳେ ସକାଳେ ଚୁଡା, ସନ୍ତୁଳା, ଡାଲମା ଓ ଚା ଦିଆଯାଇଥିବା ସୂଚନା ମିଳିଛି। ଏ ନେଇ ଭିଜିଲାନ୍ସ ବିଭାଗରେ ଏକ ମାମଲା (ନଂ.୬/୨୦୨୫) ରୁଜୁ ହୋଇଛି।

ଯୁବ ଆଇଏଏସ୍‌ ଅଫିସର ଧୀମାନ ଚକ୍‌ମାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଲମ୍ବନ କରିଛନ୍ତି। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

The post ଦୁଇଦିନ ତଳେ ଥିଲେ ଉପଜିଲାପାଳ, ଏବେ ଜେଲରେ ବିଚାରଧିନ ବନ୍ଦୀ: ଚୂଡ଼ା-ଗୁଡ଼ ଖାଇ ବିତାଇଲେ ରାତି appeared first on Dharitri Odia News.