ବଳାତ୍କାର ମାମଲା ପରେ ପ୍ରୋ-ଲିଗ୍ରୁ ଛୁଟି ନେଲେ ହକି ଖେଳାଳି ବରୁଣ
ନୂଆଦିଲ୍ଲୀ, ୮ା୨: ବଳାତ୍କାର ମାମଲାରେ ଛନ୍ଦି ହୋଇଥିବା ଅର୍ଜୁନ ପୁରସ୍କାର ବିଜେତା ଭାରତୀୟ ହକି ଖେଳାଳି ବରୁଣ କୁମାର ଆଇନଗତ ଲଢେଇ ପାଇଁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରୁ ଓହରିଯାଇଛନ୍ତି। ଅଭିଯୋଗକାରିଣୀ ତାଙ୍କଠାରୁ ଟଙ୍କା ଲୁଟିବା ଲାଗି ପ୍ରଚେଷ୍ଟା କରିଥିବା ସେ ପାଲଟା ଅଭିଯୋଗ କରିଛନ୍ତି। ହକି ଇଣ୍ଡିଆ ବରୁଣଙ୍କୁ ନ୍ୟାଶନାଲ ଡ୍ୟୁଟିରୁ ଜରୁରୀ ଛୁଟି ପ୍ରଦାନ କରିଛି। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୋଲିସ ବରୁଣଙ୍କ ବିରୋଧରେ ଏକ ମାମଲା […] The post ବଳାତ୍କାର ମାମଲା ପରେ ପ୍ରୋ-ଲିଗ୍ରୁ ଛୁଟି ନେଲେ ହକି ଖେଳାଳି ବରୁଣ appeared first on Dharitri Odia News.
ନୂଆଦିଲ୍ଲୀ, ୮ା୨: ବଳାତ୍କାର ମାମଲାରେ ଛନ୍ଦି ହୋଇଥିବା ଅର୍ଜୁନ ପୁରସ୍କାର ବିଜେତା ଭାରତୀୟ ହକି ଖେଳାଳି ବରୁଣ କୁମାର ଆଇନଗତ ଲଢେଇ ପାଇଁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରୁ ଓହରିଯାଇଛନ୍ତି।
ଅଭିଯୋଗକାରିଣୀ ତାଙ୍କଠାରୁ ଟଙ୍କା ଲୁଟିବା ଲାଗି ପ୍ରଚେଷ୍ଟା କରିଥିବା ସେ ପାଲଟା ଅଭିଯୋଗ କରିଛନ୍ତି। ହକି ଇଣ୍ଡିଆ ବରୁଣଙ୍କୁ ନ୍ୟାଶନାଲ ଡ୍ୟୁଟିରୁ ଜରୁରୀ ଛୁଟି ପ୍ରଦାନ କରିଛି। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୋଲିସ ବରୁଣଙ୍କ ବିରୋଧରେ ଏକ ମାମଲା ଦରଜ କରିଛି।
୨୨ ବର୍ଷୀୟା ଏହି ମହିଳା ଗତ ସୋମବାର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ରେ ଇନଷ୍ଟାଗ୍ରାମ୍ ଜରିଆରେ ବରୁଣଙ୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା। ହକି ଖେଳାଳି ଜଣକ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଅନେକ ଥର ବଳାତ୍କାର କରିଛନ୍ତି। ବରୁଣ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନିକଟକୁ ଲେଖିଥିବା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ମିଥ୍ୟା ଅଟେ।
The post ବଳାତ୍କାର ମାମଲା ପରେ ପ୍ରୋ-ଲିଗ୍ରୁ ଛୁଟି ନେଲେ ହକି ଖେଳାଳି ବରୁଣ appeared first on Dharitri Odia News.