ବିଜେଡି-ଭାଜପା ମଧ୍ୟରେ ଫରକ କ’ଣ? ବୁଝାଇଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୧୯।୬: ଖୋର୍ଦ୍ଧା ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅନେକଥର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ବିଜେଡି ଏବଂ ଭାଜପା ମଧ୍ୟରେ ଫରକ ଦର୍ଶାଇଛନ୍ତି। ସେ କହିଛନ୍ତି, ବିଜେଡି ଓ ଭାଜପା ଭିତରେ ବହୁତ ଫରକ ଅଛି। ନବୀନ ବାବୁ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବର କଥା। ବିଜେଡିର ୧୧୭ ବିଧାୟକ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ବାଛିବାର ଥାଏ। ସମସ୍ତ ବିଧାୟକ ବସିଥାଆନ୍ତି, ହେଲେ ସେଠାରେ ସମ୍ପୂର୍ଣ୍ଣ […] The post ବିଜେଡି-ଭାଜପା ମଧ୍ୟରେ ଫରକ କ’ଣ? ବୁଝାଇଲେ ପ୍ରଶାନ୍ତ ଜଗଦ୍ଦେବ appeared first on Dharitri Odia News.

ବିଜେଡି-ଭାଜପା ମଧ୍ୟରେ ଫରକ କ’ଣ? ବୁଝାଇଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୧୯।୬: ଖୋର୍ଦ୍ଧା ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅନେକଥର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ବିଜେଡି ଏବଂ ଭାଜପା ମଧ୍ୟରେ ଫରକ ଦର୍ଶାଇଛନ୍ତି।
ସେ କହିଛନ୍ତି, ବିଜେଡି ଓ ଭାଜପା ଭିତରେ ବହୁତ ଫରକ ଅଛି। ନବୀନ ବାବୁ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବର କଥା। ବିଜେଡିର ୧୧୭ ବିଧାୟକ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ବାଛିବାର ଥାଏ। ସମସ୍ତ ବିଧାୟକ ବସିଥାଆନ୍ତି, ହେଲେ ସେଠାରେ ସମ୍ପୂର୍ଣ୍ଣ ଚୁପ୍‌ ଥାଆନ୍ତି। ଯେମିତି ମୁର୍ଦ୍ଦାର ଆସିବ ସେମିତି ସବୁ ଚୁପ୍‌ ଥାଆନ୍ତି। ମୁଁ ଯାଇ ପହଞ୍ଚତ୍ କହିଦେଲି, ଏତେ ଚୁପ୍‌ କ’ଣ, ମୁର୍ଦ୍ଦାର ଆସିବ। ସେଥିରୁ ଜଣେ କହିଲେ ପାଟିକରନି। ହେଲେ ଭାଜପା ଏକ ଗଣତାନ୍ତ୍ରିକ ଦଳ।
ନିର୍ବାଚନ ପୂର୍ବରୁ ଭାଜପା କାର୍ଯ୍ୟାଳୟ ଗଲାବେଳେ ଯେଉଁ କେତେଜଣ ଟିକେଟ ପାଇ ନ ଥାଆନ୍ତି ସେମାନଙ୍କ ସମର୍ଥକମାନେ ଚେୟାର, ଦୁଆର ସବୁ ଭଙ୍ଗାରୁଜା କରୁଥାଆନ୍ତି। ସେ ଯାଇ ଦଳର ରାଜ୍ୟ ସଭାପତିଙ୍କୁ କହିଲେ ଆଜ୍ଞା, ଚାଲନ୍ତୁ ପାର୍ଟି ଅଫିସ୍‌, ସବୁ ଭାଙ୍ଗିଦେଲେଣି ସେମାନଙ୍କୁ ମନା କରିବା। ହେଲେ ସଭାପତି ଉତ୍ତର ଦେଲେ ନାହିଁ ଗଣେଶ, କିଛି କରନାହିଁ। ସେମାନେ ଦଳ ପାଇଁ ବହୁ ତ୍ୟାଗ କରିଛନ୍ତି। ଯଦି ତୁମ ପାଖରେ ଟଙ୍କା ଅଛି ସେମାନଙ୍କୁ ଯାଇକି ପାଣି କିଣିକି ଦେଇ ଦିଅ। ଏହା ହେଉଛି ବିଜେଡି ଓ ଭାଜପା ଭିତରେ ଫରକ ବୋଲି ପ୍ରଶାନ୍ତ କହିଛନ୍ତି।

The post ବିଜେଡି-ଭାଜପା ମଧ୍ୟରେ ଫରକ କ’ଣ? ବୁଝାଇଲେ ପ୍ରଶାନ୍ତ ଜଗଦ୍ଦେବ appeared first on Dharitri Odia News.