ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି

ନୂଆଦିଲ୍ଲୀ,୧୩ା୧୧: ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରକୁ ଖସିଚାଲିଥିବାବେଳେ ବିଷାକ୍ତ ଧୂମକୁହୁଡ଼ିର ଘନ ଆସ୍ତରଣ ଭାରତ ଏବଂ ପାକିସ୍ତାନର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ନିକଟରେ ପ୍ରସାରିତ ସାଟେଲାଇଟ୍‌ ଫଟୋରୁ ଉଭୟ ଦେଶର ଜନାକୀର୍ଣ୍ଣ ସିନ୍ଧୁ- ଗାଙ୍ଗେୟ ସମତଳ ଅଞ୍ଚଳ ଅତ୍ୟଧିକ ପ୍ରଦୂଷିତ ହୋଇଥିବା ସ୍ପଷ୍ଟ ହୋଇଛି। କୃଷିକ୍ଷେତ୍ରରେ ନଡ଼ା ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ପୋଡ଼ି, ଗାଡ଼ିମୋଟରର ଧୂଆଁ ଓ ଧୂଳି ଏବଂ ଶିଳ୍ପଜନିତ ପ୍ରଦୂଷଣ ଯୋଗୁ ବାୟୁ […] The post ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି appeared first on Dharitri Odia News.

ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି

ନୂଆଦିଲ୍ଲୀ,୧୩ା୧୧: ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରକୁ ଖସିଚାଲିଥିବାବେଳେ ବିଷାକ୍ତ ଧୂମକୁହୁଡ଼ିର ଘନ ଆସ୍ତରଣ ଭାରତ ଏବଂ ପାକିସ୍ତାନର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ନିକଟରେ ପ୍ରସାରିତ ସାଟେଲାଇଟ୍‌ ଫଟୋରୁ ଉଭୟ ଦେଶର ଜନାକୀର୍ଣ୍ଣ ସିନ୍ଧୁ- ଗାଙ୍ଗେୟ ସମତଳ ଅଞ୍ଚଳ ଅତ୍ୟଧିକ ପ୍ରଦୂଷିତ ହୋଇଥିବା ସ୍ପଷ୍ଟ ହୋଇଛି। କୃଷିକ୍ଷେତ୍ରରେ ନଡ଼ା ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ପୋଡ଼ି, ଗାଡ଼ିମୋଟରର ଧୂଆଁ ଓ ଧୂଳି ଏବଂ ଶିଳ୍ପଜନିତ ପ୍ରଦୂଷଣ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି।
ପଞ୍ଜାବରେ ନଡ଼ାପୋଡ଼ି ଘଟଣା ଚଳିତ ବର୍ଷ ୭,୦୦୦ ଅତିକ୍ରମ କରିଛି। କେବଳ ସୋମବାର ୪୧୮ଟି ନଡ଼ାପୋଡ଼ି ଘଟିଛି, ଯାହା ବିସ୍ତୀର୍ଣ୍ଣ ଅଞ୍ଚଳର ବାୟୁକୁ ପ୍ରଦୂଷିତ କରୁଛି। ଇତିମଧ୍ୟରେ ଚଣ୍ଡିଗଡ଼ର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅତ୍ୟନ୍ତ ନିକୃଷ୍ଟ ସ୍ତରରେ ପହଞ୍ଚତ୍ଛି। ମଙ୍ଗଳବାର ଦିଲ୍ଲୀର ଏକ୍ୟୁଆଇ ୪୦୦ ପାଖାପାଖି ରହିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଧ୍ୟ ଅନୁରୂପ ସ୍ଥିତି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ବାହ୍ୟ କାର୍ଯ୍ୟକୁ ନିଷେଧ କରାଯାଇଛି। ପ୍ରଦୂଷଣ ରୋକିବାକୁ ଦୋକାନ ବଜାର ଏବଂ ମଲ୍‌ଗୁଡ଼ିକୁ ଶୀଘ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲାହୋରରେ ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିକାର ପାଇଁ ପାକ୍‌ କର୍ତ୍ତୃପକ୍ଷ କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି। ସ୍କୁଲ୍‌ଗୁଡ଼ିକୁ ବନ୍ଦ କରାଯିବା ସହ ଆଂଶିକ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ସେହିପରି ନିର୍ମାଣ କାର୍ଯ୍ୟକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ନାସା ବୈଜ୍ଞାନିକ ପଓ୍ବନ ଗୁପ୍ତାଙ୍କ କହିବା ଅନୁଯାୟୀ କେବଳ ନଡ଼ା ପୋଡ଼ି ଯୋଗୁ ଉକ୍ତ ସିନ୍ଧୁ-ଗାଙ୍ଗେୟ ଅଞ୍ଚଳର ବାୟୁ ଗୁଣବତ୍ତା ଅତ୍ୟଧିକ ଖରାପ ହେଉଛି, ତାହା ନୁହେଁ; ଏଥିପାଇଁ ଅନ୍ୟ କାରକଗୁଡ଼ିକ ମଧ୍ୟ ଦାୟୀ। ଥର୍‌ ମରୁଭୂମିର ଧୂଳି, ଗାଡ଼ିମୋଟରର ନିର୍ଗତ ଧୂଆଁ ଓ ଧୂଳି ତଥା ଶିଳ୍ପାଞ୍ଚଳର ଉତ୍ସର୍ଜନ ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ। ଶୀତଦିନେ ତାପମାତ୍ରା ହ୍ରାସ ଯୋଗୁ ପ୍ରଦୂଷିତ କଣିକାଗୁଡ଼ିକ ବାୟୁମଣ୍ଡଳର ନିମ୍ନ ସ୍ତରରେ ରହୁଛି। ଉତ୍ତରରେ ହିମାଳୟ ଏବଂ ଦକ୍ଷିଣରେ ବିନ୍ଧ୍ୟ ପର୍ବତମାଳା ଏହାକୁ ଘେରି ରହୁଥିବାରୁ ଉକ୍ତ ଅଞ୍ଚଳ ଉପରେ ଧୂମକୁହୁଡ଼ିର ଘନ ଆସ୍ତରଣ ସୃଷ୍ଟି ହେଉଛି।

The post ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି appeared first on Dharitri Odia News.