ଏବେ ନୋଟ ନୁହେଁ ଭୋଟର ଶକ୍ତି ହେବ ଦୃଢ଼: କଂଗ୍ରେସ…

ନୂଆଦିଲ୍ଲୀ,୧୫।୨ : କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟଙ୍କ ନିର୍ବାଚନୀ ବଣ୍ଡ ସ୍କିମର ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହା ନୋଟ ବଦଳରେ ଭୋଟର ଦେବାର ଶକ୍ତି ସୁଦୃଢ଼ କରିବ ବୋଲି କହିଛି। କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବହୁ ପ୍ରଚାରିତ ନିର୍ବାଚନ ବଣ୍ଡ ଯୋଜନା ସଂସଦ ଦ୍ୱାରା ପାରିତ ହୋଇଥିବା ଉଭୟ ଆଇନର ଉଲ୍ଲଂଘନ ଏବଂ ଭାରତର ସମ୍ବିଧାନର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେ କହିଛନ୍ତି […] The post ଏବେ ନୋଟ ନୁହେଁ ଭୋଟର ଶକ୍ତି ହେବ ଦୃଢ଼: କଂଗ୍ରେସ… appeared first on Dharitri Odia News.

ଏବେ ନୋଟ ନୁହେଁ ଭୋଟର ଶକ୍ତି ହେବ ଦୃଢ଼: କଂଗ୍ରେସ…

ନୂଆଦିଲ୍ଲୀ,୧୫।୨ : କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟଙ୍କ ନିର୍ବାଚନୀ ବଣ୍ଡ ସ୍କିମର ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହା ନୋଟ ବଦଳରେ ଭୋଟର ଦେବାର ଶକ୍ତି ସୁଦୃଢ଼ କରିବ ବୋଲି କହିଛି। କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବହୁ ପ୍ରଚାରିତ ନିର୍ବାଚନ ବଣ୍ଡ ଯୋଜନା ସଂସଦ ଦ୍ୱାରା ପାରିତ ହୋଇଥିବା ଉଭୟ ଆଇନର ଉଲ୍ଲଂଘନ ଏବଂ ଭାରତର ସମ୍ବିଧାନର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସେ କହିଛନ୍ତି ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତଯୋଗ୍ୟ ଏବଂ ନୋଟ ଉପରେ ଭୋଟ ଦେବାର ଶକ୍ତି ସୁଦୃଢ଼ କରିବ। ଜୟରାମ ରମେଶ ଅଭିଯୋଗ କରିଛନ୍ତି, ଦାତାମାନଙ୍କୁ ସୁବିଧା ଦେଉଥିବା ବେଳେ ମୋଦି ସରକାର ଅନ୍ନଦାତାମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, “ଆମେ ମଧ୍ୟ ଆଶା କରୁଛୁ ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରେଲ (ଭିଭିପିଏଟ) ପ୍ରସଙ୍ଗରେ ନିର୍ବାଚନ ଆୟୋଗ କ୍ରମାଗତ ଭାବରେ ରାଜନୈତିକ ଦଳମାନଙ୍କୁ ଭେଟିବାକୁ ମନା କରୁଛନ୍ତି। ସୁପ୍ରିମକୋର୍ଟ ଏଥିପ୍ରତି ଦୃଷ୍ଟି ଦେବେ। ଯଦି ଦାନ ପ୍ରକ୍ରିୟା ସ୍ବଚ୍ଛ ତେବେ ଏହି ଜିଦ କାହିଁକି କରୁଛନ୍ତି ସରକାର?

ଗୁରୁବାର ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଯୋଜନାକୁ ବାତିଲ କରି କହିଛନ୍ତି ଏହା ସମ୍ବିଧାନ ଅନୁଯାୟୀ ସୂଚନା ତଥା ବକ୍ତବ୍ୟ ତଥା ଅଭିବ୍ୟକ୍ତିର ଅଧିକାରକୁ ଉଲ୍ଲଂଘନ କରୁଛି। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) କୁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମିଳିଥିବା ଦାନ ବିଷୟରେ ସୂଚନା ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

The post ଏବେ ନୋଟ ନୁହେଁ ଭୋଟର ଶକ୍ତି ହେବ ଦୃଢ଼: କଂଗ୍ରେସ… appeared first on Dharitri Odia News.