ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ,୨୯।୫: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ବଡ଼ ଓଲଟପାଲଟ ହୋଇଛି। ନେଦରଲାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଟାର୍ଗେଟକୁ ପିଛା କରିବାବେଳେ ଶ୍ରୀଲଙ୍କାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶ୍ରୀଲଙ୍କା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଆଦୌ ସେମାନଙ୍କ ସପକ୍ଷରେ ଯାଇ ନ ଥିଲା। ଟି-୨୦ ବିଶ୍ୱକପ ପୂର୍ବରୁ ୱାର୍ମ ଅପ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ ମଧ୍ୟରେ […] The post ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ appeared first on Dharitri Odia News.

ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ,୨୯।୫: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ବଡ଼ ଓଲଟପାଲଟ ହୋଇଛି। ନେଦରଲାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଟାର୍ଗେଟକୁ ପିଛା କରିବାବେଳେ ଶ୍ରୀଲଙ୍କାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶ୍ରୀଲଙ୍କା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଆଦୌ ସେମାନଙ୍କ ସପକ୍ଷରେ ଯାଇ ନ ଥିଲା।
ଟି-୨୦ ବିଶ୍ୱକପ ପୂର୍ବରୁ ୱାର୍ମ ଅପ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ ମଧ୍ୟରେ ଏକ ୱାର୍ମ ଅପ ମ୍ୟାଚ ମଧ୍ୟ ଖେଳାଯାଇଥିଲା। ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୨୦ ଓଭରରେ ବୋର୍ଡରେ ୫ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା। ତା’ପରେ ଟାର୍ଗେଟକୁ ପିଛା କରି ବେଳେ ଶ୍ରୀଲଙ୍କା ଦଳ ୧୮.୫ ଓଭରରେ ୧୬୧ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ ଲାଉଡରହିଲରେ ଖେଳାଯାଇଥିଲା।
୨୧ ରୁ ୨୫ ମଇ ମଧ୍ୟରେ ବାଂଲାଦେଶ ଏବଂ ଆମେରିକା ମଧ୍ୟରେ ତିନୋଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା। ଏହି ସିରିଜରେ ଆମେରିକା ପ୍ରଥମ ଦୁଇଟି ମ୍ୟାଚ ଜିତି ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ଆମେରିକା ୫ ଉଇକେଟ ଏବଂ ଦ୍ୱିତୀୟ ମ୍ୟାଚରେ ୬ ରନରେ ଜିତିଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ବାଂଲାଦେଶ ୧୦ ଉଇକେଟ ଜିତିଥିଲା। କିନ୍ତୁ ବାଂଲାଦେଶକୁ ଆମେରିକା ବିପକ୍ଷରେ ସିରିଜକୁ ୨-୧ରେ ହରାଇବାକୁ ପଡିଲା।

The post ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ appeared first on Dharitri Odia News.