ନୀରଜ ଚୋପ୍ରାଙ୍କୁ ବିବାହ କରିବେ କି ମନୁ: ମୁହଁ ଖୋଲିଲେ ପିତା
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଜାଭେଲିନ ଥ୍ରୋରେ ନୀରଜ ପଦକ ଜିତିଥିଲେ। ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ସେମାନଙ୍କ ସମ୍ପର୍କର ଗୁଜବ ଭାଇରାଲ ହେବାରେ ଲାଗିଲା। ବର୍ତ୍ତମାନ ମନୁ ଭାକରଙ୍କ ପିତା […] The post ନୀରଜ ଚୋପ୍ରାଙ୍କୁ ବିବାହ କରିବେ କି ମନୁ: ମୁହଁ ଖୋଲିଲେ ପିତା appeared first on Dharitri Odia News.
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଜାଭେଲିନ ଥ୍ରୋରେ ନୀରଜ ପଦକ ଜିତିଥିଲେ। ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ସେମାନଙ୍କ ସମ୍ପର୍କର ଗୁଜବ ଭାଇରାଲ ହେବାରେ ଲାଗିଲା। ବର୍ତ୍ତମାନ ମନୁ ଭାକରଙ୍କ ପିତା ଏହି ଗୁଜବ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଭିଡିଓରେ ନୀରଜ ଚୋପ୍ରା ଏବଂ ମନୁ ଭାକର ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ମନୁ ଭାକରଙ୍କ ସହ କଥାବାର୍ତ୍ତା ବେଳେ ନୀରଜ ଚୋପ୍ରାଙ୍କ ମୁଣ୍ଡ ନୁଆଁଇ କଥା ହୋଇଥିଲେ।
ଏହା ବ୍ୟତୀତ ପୂର୍ବରୁ ଅନ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ମନୁ ଭକରଙ୍କ ମା’ ସୁମେଧା ଭାକର ଜାଭେଲିନ ତାରକା ନୀରଜ ଚୋପ୍ରାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ସୁମେଧା ମଧ୍ୟ ନୀରଜ ହାତ ଆଣି ନିଜ ମୁଣ୍ଡରେ ରଖୁଥିବାର ନଜର ଆସିଥିଲେ। ମନୁଙ୍କ ମା’ ଏବଂ ନୀରଜ ଚୋପ୍ରାଙ୍କ ଭିଡିଓ ଭାଇରାଲ ହେବା ମାତ୍ରେ ଉଭୟଙ୍କ ବିବାହ ଖବର ଭାଇରାଲ ହୋଇଥିଲା।
ମନୁ ଭାକରଙ୍କ ପିତା ଉଭୟଙ୍କ ବିବାହ ଖବର ବିଷୟରେ ସବୁକିଛି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମନୁ ଏବେ ବହୁତ ଛୋଟ। ସେ ବିବାହ ଯୋଗ୍ୟ ହୋଇନାହାନ୍ତି। ଏପର୍ଯ୍ୟନ୍ତ ସେ ଏ ବିଷୟରେ ଚିନ୍ତା କରିନାହାଁନ୍ତି। ଏହା ବ୍ୟତୀତ ସୁମେଧା ଭାକର ଏବଂ ନୀରଜ ଚୋପ୍ରାଙ୍କ ବାର୍ତ୍ତାଳାପରେ ସେ କହିଛନ୍ତି, ମନୁଙ୍କ ମା’ ନୀରଜଙ୍କୁ ତାଙ୍କ ପୁଅ ଭଳି ବ୍ୟବହାର କରନ୍ତି।
The post ନୀରଜ ଚୋପ୍ରାଙ୍କୁ ବିବାହ କରିବେ କି ମନୁ: ମୁହଁ ଖୋଲିଲେ ପିତା appeared first on Dharitri Odia News.