ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ

ଶ୍ରୀନଗର,୧୦।୯: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରାଯାଇଛି। ଉଭୟ ଅଧିକାରୀ ଶ୍ରୀନଗରରେ ଅବସ୍ଥାପିତ ଥିବା ଜଣାପଡିଛି। ଗତ ଦୁଇ ବର୍ଷ ମଧ୍ୟରେ ସେ ନିର୍ଯାତନା, ଯୌନ ନିର୍ଯାତନା ତଥା ମାନସିକ ନିର୍ଯାତନା ଭୋଗୁଛନ୍ତି ବୋଲି ଆଇଏଏଫ୍‌ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି। […] The post ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.

ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ

ଶ୍ରୀନଗର,୧୦।୯: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରାଯାଇଛି। ଉଭୟ ଅଧିକାରୀ ଶ୍ରୀନଗରରେ ଅବସ୍ଥାପିତ ଥିବା ଜଣାପଡିଛି। ଗତ ଦୁଇ ବର୍ଷ ମଧ୍ୟରେ ସେ ନିର୍ଯାତନା, ଯୌନ ନିର୍ଯାତନା ତଥା ମାନସିକ ନିର୍ଯାତନା ଭୋଗୁଛନ୍ତି ବୋଲି ଆଇଏଏଫ୍‌ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି।

ଭାରତୀୟ ବାୟୁସେନା କହିଛି, ଆମେ ଏ ବିଷୟରେ ଅବଗତ ଅଛୁ। ସ୍ଥାନୀୟ ସ୍ଥାନୀୟ ପୋଲିସ ଷ୍ଟେଶନ ବୁଡଗାମ ଏହି ପ୍ରସଙ୍ଗରେ ଭାରତୀୟ ବାୟୁସେନା ସହ ଯୋଗାଯୋଗରେ ଅଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରୁଛୁ।

ଆଇଏଏଫ୍‌ ଅଧିକାରୀ କହିଛନ୍ତି, ଡିସେମ୍ବର ୩୧, ୨୦୨୩ରେ ଏକ ନୂଆବର୍ଷ ପାର୍ଟିରେ ଓ୍ବିଙ୍ଗ୍‌ କମାଣ୍ଡର ତାଙ୍କୁ ଉପହାର ପାଇଛନ୍ତି କି ନାହିଁ ବୋଲି ପଚାରିଥିଲେ। ମନା କରିବାରୁ ସେ ତାଙ୍କ ରୁମ୍‌କୁ ଆସି ନେଇଯିବାକୁ କହିଥିଲେ।

ଯେତେବେଳେ ସେ ତାଙ୍କ ପରିବାର କେଉଁଠାରେ ଅଛନ୍ତି ବୋଲି ପଚାରିବାରୁ ସେ କହିଥିଲେ ଯେ ସେମାନେ ଅନ୍ୟତ୍ର ଅଛନ୍ତି।

ଆଇଏଏଫ୍‌ ଅଧିକାରୀ ଅଭିଯୋଗ କରିଛନ୍ତି, ତାଙ୍କ ସିନିୟର ତାଙ୍କୁ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ। ମନା କରିବା ସତ୍ତ୍ୱେ ସେ ମୋ ସହ ଜୋରଜବରଦସ୍ତ କରିଥିଲେ। ଶେଷରେ ମୁଁ ତାଙ୍କୁ ଠେଲି ଦେଇ ଦୌଡ଼ି ପଳାଇଥିଲି। ତାଙ୍କ ସହ ଯାହା ଘଟିଛି ମାମଲା ରୁଜୁ କରିବାକୁ ତାଙ୍କୁ କିଛି ସମୟ ଲାଗିଥିବା ସେ କହିଛନ୍ତି। ମୁଁ ଭୟଭୀତ ଥିଲି ଏବଂ ଜାଣି ନ ଥିଲି କଣ କରିବା ଉଚିତ୍‌। ଶେଷରେ ମାମଲା ରୂଜୁ କରିବାକୁ ମୁଁ ବାଧ୍ୟ ହେଲି।

The post ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.