ଘୁମୁରା ପାଇଁ ପ୍ରସ୍ତୁତି: ଉତ୍ସବକୁ ସରସ ସୁନ୍ଦର କରିବା ଲକ୍ଷ୍ୟ

ଥୁଆମୂଳ ରାମପୁର,୨୭ା୧୨ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ସମିତି ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ଭାଜପା ନେତା ବିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ରହି ଉତ୍ସବ କିଭଳି ସରସ ସୁନ୍ଦର ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଆସନ୍ତା ଜାନୁଆରୀ ୭ ଓ ୮ […] The post ଘୁମୁରା ପାଇଁ ପ୍ରସ୍ତୁତି: ଉତ୍ସବକୁ ସରସ ସୁନ୍ଦର କରିବା ଲକ୍ଷ୍ୟ appeared first on Dharitri Odia News.

ଘୁମୁରା ପାଇଁ ପ୍ରସ୍ତୁତି: ଉତ୍ସବକୁ ସରସ ସୁନ୍ଦର କରିବା ଲକ୍ଷ୍ୟ

ଥୁଆମୂଳ ରାମପୁର,୨୭ା୧୨ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ସମିତି ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ଭାଜପା ନେତା ବିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ରହି ଉତ୍ସବ କିଭଳି ସରସ ସୁନ୍ଦର ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଆସନ୍ତା ଜାନୁଆରୀ ୭ ଓ ୮ ତାରିଖ ଦୁଇଦିନ ଧରି ଥୁଆମୂଳ ରାମପୁର ସଦର ବାବା ଖଣ୍ଡୁଆଳ ଖେଳ ପଡିଆଠାରେ ଉତ୍ସବ ଆୟୋଜନ ହେବ। ଏହାର ପରିଚାଳନା ପାଇଁ ଉତ୍ସବ ପାଳନ କମିଟି, ସବ୍‌ କମିଟି, ଅତିଥି ସମ୍ବର୍ଦ୍ଧନା କମିଟି, ମଞ୍ଚ ପରିଚାଳନା କମିଟି ଗଠନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ବଳଭଦ୍ର ବାଗ, ଦୁର୍ଗା କୀର୍ତ୍ତି, ହିତେଶ ନାଏକଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ କର୍ମଚାରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ ପରିଚାଳନା କରିଥିବାବେଳେ ବ୍ଲକ ଅଧ୍ୟକ୍ଷ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

The post ଘୁମୁରା ପାଇଁ ପ୍ରସ୍ତୁତି: ଉତ୍ସବକୁ ସରସ ସୁନ୍ଦର କରିବା ଲକ୍ଷ୍ୟ appeared first on Dharitri Odia News.