ଗାଇଡଲାଇନ୍‌ ବିରୋଧରେ ସ୍ବର ଉଠାଇଲେ ପ୍ରମୋଦ

ଭୁବନେଶ୍ୱର,୨।୩(ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଜିତି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଏସ୍‌ଡି ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଓ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ଆର୍ଥିକ ପ୍ରୋତ୍ସାହନ ଗାଇଡ ଲାଇନ୍‌ ଅନୁସାରେ ଜଣେ ଆଥଲେଟ୍‌ ଜୀବନ ମଧ୍ୟରେ ସର୍ବାଧିକ […] The post ଗାଇଡଲାଇନ୍‌ ବିରୋଧରେ ସ୍ବର ଉଠାଇଲେ ପ୍ରମୋଦ appeared first on Dharitri Odia News.

ଗାଇଡଲାଇନ୍‌ ବିରୋଧରେ ସ୍ବର ଉଠାଇଲେ ପ୍ରମୋଦ

ଭୁବନେଶ୍ୱର,୨।୩(ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଜିତି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଏସ୍‌ଡି ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଓ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ଆର୍ଥିକ ପ୍ରୋତ୍ସାହନ ଗାଇଡ ଲାଇନ୍‌ ଅନୁସାରେ ଜଣେ ଆଥଲେଟ୍‌ ଜୀବନ ମଧ୍ୟରେ ସର୍ବାଧିକ ୯ କୋଟି ଟଙ୍କା ପାଇ ପାରିବ।

ଭୁବନେଶ୍ୱର ଫେରିବାପରେ ଏହା ବିରୋଧରେ ସ୍ବର ଉଠାଇଛନ୍ତି ପ୍ରମୋଦ। ”ଅଲିମ୍ପିକ୍ସ କିମ୍ବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ସହଜ କଥା ନୁହେଁ। ଅନ୍ତର୍ଜାତୀୟ ଇଭେଣ୍ଟ ଗୁଡ଼ିକରେ ଜଣେ ଆଥଲେଟ୍‌ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ବେଳେ ଗର୍ବ ଅନୁଭବ କରିଥାଏ। ଗୋଟିଏ ପ୍ରତିଯୋଗିତାରେ ଏକାଧିକ ପଦକ ଜିତିବା କ’ଣ ଭୁଲ। ଖେଳକୁ ପ୍ରମୋଟ କରି ରାଜ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ମାତ୍ର ଏକାଧିକ ପଦକ ଜିତିବାସତ୍ତ୍ୱେ କାହାକୁ ଆର୍ଥିକ ପ୍ରୋତ୍ସାହନରୁ ବଞ୍ଚିତ ରଖାଯିବା ଠିକ୍‌ ନୁହେଁ। ଏହା ଆଥଲେଟ୍‌ଙ୍କୁ ନିରୁତ୍ସାହିତ କରିବ। ମୁଁ ପ୍ୟାରିସ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯିବି। ମାତ୍ର ଏହି ଗାଇଡଲାଇନ୍‌ ମୋ ପାଇଁ ଉତ୍ସାହଜନକ ନୁହେଁ। ୟ

ପ୍ରକାଶ ଯୋଗ୍ୟ ଯେ, ସରକାରଙ୍କ ନୂଆ ଗାଇଡ ଲାଇନ ଅନୁସାରେ ଜଣେ ଆଥଲେଟ୍‌ ସର୍ବାଧିକ ୯ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ପାଇପାରିବ। ଏହା ବ୍ୟତୀତ କୌଣସି ଆଥଲେଟ୍‌ ଗୋଟିଏ ପ୍ରତିଯୋଗିତାରେ ଏକାଧିକ ପଦକ ଜିତିଲେ ମଧ୍ୟ କେବଳ ସର୍ବୋଚ୍ଚ ସଫଳତା ପାଇଁ ପୁରସ୍କୃତ ହେବ।

The post ଗାଇଡଲାଇନ୍‌ ବିରୋଧରେ ସ୍ବର ଉଠାଇଲେ ପ୍ରମୋଦ appeared first on Dharitri Odia News.