୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ ମୁଖ୍ୟ ଅଭିଯୁକ୍ତ ହଷ୍ଟେଲ ଓ୍ବାର୍ଡେନ ୟୁମକିନ ବାଗ୍‌ରାଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ଏହି ମାମଲାରେ ସମ୍ପୃକ୍ତି ଥିବା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶିଙ୍ଗ୍‌ତୁଙ୍ଗ୍‌ ୟୋର୍‌ପେନ୍‌ ଓ ହିନ୍ଦୀ ଶିକ୍ଷକ ମାର୍ଗୋମ ଗୋମ୍‌ଦାରଙ୍କୁ ସ୍ବତନ୍ତ୍ର ଜଜ୍‌ ଜାୟେପ୍ଲୁ ଚାଇ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। […] The post ୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ appeared first on Dharitri Odia News.

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ ମୁଖ୍ୟ ଅଭିଯୁକ୍ତ ହଷ୍ଟେଲ ଓ୍ବାର୍ଡେନ ୟୁମକିନ ବାଗ୍‌ରାଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି।

ସେହିପରି ଏହି ମାମଲାରେ ସମ୍ପୃକ୍ତି ଥିବା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶିଙ୍ଗ୍‌ତୁଙ୍ଗ୍‌ ୟୋର୍‌ପେନ୍‌ ଓ ହିନ୍ଦୀ ଶିକ୍ଷକ ମାର୍ଗୋମ ଗୋମ୍‌ଦାରଙ୍କୁ ସ୍ବତନ୍ତ୍ର ଜଜ୍‌ ଜାୟେପ୍ଲୁ ଚାଇ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୟୁମକିନ୍‌ ୬ରୁ ୧୫ ବର୍ଷ ବୟସର ୧୫ ଛାତ୍ରୀ ଏବଂ ୬ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ୨୦୧୪ରୁ ୨୦୨୨ ମଧ୍ୟରେ ଅରୁଣାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଆବାସିକ ବିଦ୍ୟାଳୟରେ ୨୧ଜଣ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।

The post ୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ appeared first on Dharitri Odia News.