ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର ରାଜି ଓରଫ ରାଜେନ୍ଦ୍ର ସେଠୀଙ୍କ ଠାରୁ ଶୁକ୍ରବାର ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ୨ଟି ବୋମା ଜବତ କରିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଖବର ଦାତା ମମ୍ମିଳନୀରେ ପ୍ରକାଶ କରିଛନ୍ତି। ସକାଳେ ଥାନା ଏସ୍‌ଆଇଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ରାଜେନ୍ଦ୍ର ତାଙ୍କ ଘରେ […] The post ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ appeared first on Dharitri Odia News.

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ  ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର ରାଜି ଓରଫ ରାଜେନ୍ଦ୍ର ସେଠୀଙ୍କ ଠାରୁ ଶୁକ୍ରବାର ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ୨ଟି ବୋମା ଜବତ କରିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଖବର ଦାତା ମମ୍ମିଳନୀରେ ପ୍ରକାଶ କରିଛନ୍ତି। ସକାଳେ ଥାନା ଏସ୍‌ଆଇଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ରାଜେନ୍ଦ୍ର ତାଙ୍କ ଘରେ ବୋମା ରଖିଥିବା ନେଇ ସୂଚନା ମିଳିଥିଲା। ପୋଲିସ ଟିମ୍‌ ତାଙ୍କୁ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାରୁ ଉଠାଇ ନେଇ ତାଙ୍କ ଘରେ ଚଢ଼ାଉ କରି ଖାନତଲାସ କରିଥିଲେ। ପରେ ୨ ଜଣ ସାକ୍ଷ୍ୟଙ୍କ ଉପସ୍ଥିତିରେ ତାଙ୍କୁ ପଚରାଉଚୁରା କରିବା ପରେ ସେ ତାଙ୍କ ଘରଠାରୁ ପ୍ରାୟ ୧୫୦ମିଟର ଦୂରରେ ଥିବା ଚାଷଜମିର ବୁଦା ମୂଳରେ ଏକ ପ୍ଲାଷ୍ଟିକ ଡ୍ରମରେ ୨ ଟି ବୋମା ରଖିଥିବା ସ୍ବୀକାର କରିଥିଲେ। ତାଙ୍କ ସୂଚନା ଆଧାରରେ ପୋଲିସ ଟିମ୍‌ ବୁଦା ମୂଳରେ ଲୁଚାଇ ରଖାଯାଇଥିବା ପ୍ଲାଷ୍ଟିକ ଡ୍ରମ ସହ ବୋମା ୨ଟିକୁ ଜବତ କରିଥିଲା। ପୂର୍ବରୁ ରାଜେନ୍ଦ୍ରଙ୍କ ପୁଅ ଅଜିତ ସେଠୀ ଓରଫ ବଳିଆଙ୍କୁ ପୋଲିସ ଅକ୍ଟୋବର ୨୬ରେ ଦିଗପହଣ୍ଡିରେ ଘଟିଥିବା ବୋମାମାଡ଼ ଏବଂ ଗତ ୨୮ ତାରିଖ ବିଳମ୍ବିତ ରାତିରେ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ଗାଡ଼ି ଚାଳକ ଧନୁ ଗୌଡ଼ଙ୍କ ଘର ସମ୍ମୁଖରେ ବୋମା ମାଡ଼ କରିବା ସହ ସେ ଚଳାଉଥିବା କାରକୁ ପେଟ୍ରୋଲ ଢ଼ାଳି ଜାଳି ଦେବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହିପରି ଅକ୍ଟୋବର ୩୦ରେ ଦିଗପହଣ୍ଡି ଏନ୍‌ଏସି ୧ନଂ.ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିରେ କୁସିଆଁ ମହାନ୍ତିଙ୍କ ଘରେ ଭଡାରେ ରହୁଥିବା ରାଜେନ୍ଦ୍ର ସେଠୀଙ୍କ ଘରକୁ ଲକ୍ଷ୍ୟକରି ବୋମାମାଡ଼ କରାଯାଇଥିଲା। ବୋମାମାଡ଼ରେ କେହି ମୃତାହତ ହୋଇନଥିଲେ ମଧ୍ୟ ଘର ଛାତର ସିମେଣ୍ଟ ପଲସ୍ତରା ଭାଙ୍ଗି ଯାଇଥିଲା। ଦୁର୍ବୃତ୍ତ ମାନେ ବାଇକରେ ଆସି ରାଜେନ୍ଦ୍ରଙ୍କ ଘରକୁ ଲକ୍ଷ୍ୟକରି ଲଗାତାର ୨ଟି ବୋମା ନିକ୍ଷେପ କରି ଚମ୍ପଟ ମାରିଥିଲେ। ଏନେଇ ରାଜେନ୍ଦ୍ରଙ୍କ ସ୍ତ୍ରୀ ଭାଗ୍ୟ ସେଠୀଙ୍କ ଏତଲା କ୍ରମେ ପୋଲିସ ଥାନା ମାମଲା ନଂ.୪୨୭/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲା। ଶୁକ୍ରବାର ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରାଙ୍କ ଏତଲା କ୍ରମେ ରାଜେନ୍ଦ୍ରଙ୍କ ବିରୋଧରେ ଥାନା ମାମଲା ନଂ.୪୬୨/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ରାଜେନ୍ଦ୍ରଙ୍କୁ ଘର ମାଲିକ ଘରୁ ଉଠାଇ ଦେବା ପରେ ତାଙ୍କ ପୁଅ ଅଜିତ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନଙ୍କୁ ବୋମାମାଡ଼ କରିବା ପାଇଁ ଘରେ ୨ଟି ବୋମା ରଖିଥିଲେ ବୋଲି ଅଭିଯୁକ୍ତ ରାଜେନ୍ଦ୍ର ବୟାନ ଦେଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ସୋଫିଆ ମିଶ୍ର କହିଛନ୍ତି। ଏନେଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

The post ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ appeared first on Dharitri Odia News.