ଚାର୍ଜସିଟ୍ ଉପରେ ଆକ୍ସନ କେବେ?
ନବୀନ ସରକାର ଉପରେ ଲଗାଇଥିବା ଚାର୍ଜସିଟ୍ ଉପରେ ଆକ୍ସନ କେବେ ? ଶହେ ଦିନର ମୋହନ ସରକାରରେ ପୂରା ହୋଇଛି ବହୁ ପ୍ରତିଶ୍ରୁତି।୧୦୦ ଦିନର ଉପଲବ୍ଧି ଜାଣିଲେ ଲୋକେ, ଏବେ ଆକ୍ସନକୁ ଅପେକ୍ଷା।
ବିଜେପି ଶାସନର ଶହେଦିନ ପୂର୍ତ୍ତିରେ ଜନତା ଦରବାରରେ ମୋହନ ସରକାରଙ୍କ ରିପୋର୍ଟ କାର୍ଡ। 'ପୂରା ହୋଇଛି ଅନେକ ପ୍ରତିଶ୍ରୁତି', 'ନିଆଯାଇଛି ବହୁ ଜନମଙ୍ଗଳକାରୀ ପଦକ୍ଷେପ'। ହେଲେ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଉପରେ ନିଜ ଦଳ ଲଗେଇ ଥିବା ଚାର୍ଜସିଟ ଉପରେ କାର୍ଯ୍ୟାନୁଷ୍ଠାନ କେବେ ? କେବେ ପଡିବ ପୂର୍ବ ସରକାରରେ ଦୁର୍ନୀତିଗ୍ରସ୍ତ ନେତା ଏବଂ ଅଧିକାରୀଙ୍କ ହାତରେ ହାତକଡି ? ଗତ ନିର୍ବାଚନରେ ସବୁଠୁ ବଡ ମୁଦ୍ଦା ଥିଲା ପାଣ୍ଡିଆନ, ସରକାରୀ କଳକୁ ହାଇଜାକ୍ କରି ମନମୁଖୀ ଛାୟା ଶାସନ, ଦୁର୍ନୀତିକୁ ପ୍ରୋତ୍ସାହନ, ପଲିଟିକ୍ସରେ ଲଞ୍ଚିଂ ପାଇଁ ରାଜକୋଷର ଅପବ୍ୟୟ, ହେଲିକେପ୍ଟରରେ ବେଆଇନ୍ ଓଡିଶା ଭ୍ରମଣ।