ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୋରଡ଼ା ବିଡିଓ
ମୋରଡ଼ା,୧୪ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ପ୍ରଶାସନ ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ମୋରଡ଼ା ବିଡିଓ ଅଣାକର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଶୀର୍ଷାପାଳ ଛକ ପର୍ଯ୍ୟନ୍ତ ପରିକ୍ରମା ହୋଇଥିଲା l ୭୮ତମ ସ୍ବାଧୀନତା ଦିବସ ଅବସରରେ ଘରେ ଘରେ ଜାତୀୟ ପତାକା ଲଗାଇ ଜଣେ ସଚେତନ ଭାରତୀୟ ନାଗରିକ ଦାୟିତ୍ୱ ନିର୍ବାହ କରିବାକୁ ବାର୍ତ୍ତା ଦେବା ସହିତ […] The post ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୋରଡ଼ା ବିଡିଓ appeared first on Dharitri Odia News.
ମୋରଡ଼ା,୧୪ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ପ୍ରଶାସନ ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ମୋରଡ଼ା ବିଡିଓ ଅଣାକର ନାଏକଙ୍କ ପ୍ରତ୍ୟକ୍ଷ
ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଶୀର୍ଷାପାଳ ଛକ ପର୍ଯ୍ୟନ୍ତ ପରିକ୍ରମା ହୋଇଥିଲା l ୭୮ତମ ସ୍ବାଧୀନତା ଦିବସ ଅବସରରେ ଘରେ ଘରେ ଜାତୀୟ ପତାକା ଲଗାଇ ଜଣେ ସଚେତନ ଭାରତୀୟ ନାଗରିକ ଦାୟିତ୍ୱ ନିର୍ବାହ କରିବାକୁ ବାର୍ତ୍ତା ଦେବା ସହିତ ହର ଘର ତ୍ରିରଙ୍ଗା ନାରା ଦିଆଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ, ଉପାଧ୍ୟକ୍ଷା ଜେମାମଣି ମହାନ୍ତ,ସିଡିପିଓ ବିଟୁ ଟୁଡୁ, ୨୦ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ, ପୋଲିସ ପ୍ରଶାସନ,ଜବାହର ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷକ ଅରୁଣ କୁମାର ବେହେରା, ଭାଜପା ଚିତ୍ରଡା ମଣ୍ଡଳ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତ, ଅମ୍ବରିଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଲମା ମୁର୍ମୁ ପରିଚାଳନା କରିଥିଲେ।
The post ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୋରଡ଼ା ବିଡିଓ appeared first on Dharitri Odia News.