୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର
ଖୋର୍ଦ୍ଧା,୧୦ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀ ଏବେ ପ୍ରଚାରକୁ ଜୋରଦାର କରିଛନ୍ତି। ଭୁବନେଶ୍ୱର ଲୋକ ସଭା ଏବଂ ୭ଟି ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ନେଇ ସମ୍ଭାବନା ରହିଛି। ଲୋକ ସଭା ପ୍ରାର୍ଥୀଭାବେ ବିଜେଡିରୁ ମନ୍ମଥ ରାଉତରାୟ, ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସରୁ ସୟଦ ୟାସିର ନଓ୍ବାଜଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ୩ଦଳର ପ୍ରାର୍ଥୀମାନେ ଦଳୀୟ ବିଧାୟକ […] The post ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର appeared first on Dharitri Odia News.
ଖୋର୍ଦ୍ଧା,୧୦ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀ ଏବେ ପ୍ରଚାରକୁ ଜୋରଦାର କରିଛନ୍ତି। ଭୁବନେଶ୍ୱର ଲୋକ ସଭା ଏବଂ ୭ଟି ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ନେଇ ସମ୍ଭାବନା ରହିଛି। ଲୋକ ସଭା ପ୍ରାର୍ଥୀଭାବେ ବିଜେଡିରୁ ମନ୍ମଥ ରାଉତରାୟ, ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସରୁ ସୟଦ ୟାସିର ନଓ୍ବାଜଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ୩ଦଳର ପ୍ରାର୍ଥୀମାନେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ନେଇ ରୋଡ୍ ଶୋ, ନିର୍ବାଚନ ସମ୍ମିଳନୀ କରିବା ସହ ଘରକୁ ଘର ବୁଲୁଛନ୍ତି।
ଖୋର୍ଦ୍ଧା ବିଧାନସଭା ଆସନରେ ୧୦ଜଣ ପ୍ରାର୍ଥୀ ମଇଦାନରେ ରହିଥିବା ବେଳେ ବିଜେଡିରୁ ରାଜେନ୍ଦ୍ର ସାହୁ, ଭାଜପାରୁ ପ୍ରଶାନ୍ତ ଜଗଦ୍ଦେବ, ସ୍ବାଧୀନ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ସେପଟେ କଂଗ୍ରେସରୁ ସୋନାଲି ସାହୁ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି। ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ଗାଁ, ବସ୍ତି ବୁଲି ସମସ୍ୟାର ସମାଧାନ ପାଇ ପ୍ରତିଶ୍ରୁତି ଦେବା ସହ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ସେହିପରି ବେଗୁନିଆରେ ୧୨ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ, କଂଗ୍ରେସର ପୃଥ୍ବୀବଲ୍ଲଭ ପଟ୍ଟନାୟକ ଏବଂ ଭାଜପା ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳିଙ୍କ ମଧ୍ୟରେ ଲଢ଼େଇ ହେବ। ପ୍ରାର୍ଥୀମାନେ ବିଭିନ୍ନ ଗାଁ, ବସ୍ତି ବୁଲି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ଚିଲିକା ଆସନରେ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ଏଠାରେ ମଧ୍ୟ ବିଜେଡିର ରଘୁନାଥ ସାହୁ, ଭାଜପାର ପୃଥ୍ବୀରାଜ ହରିଚନ୍ଦନ ଏବଂ କଂଗ୍ରେସର ପ୍ରଦୀପ ସ୍ବାଇଁଙ୍କ ମଧ୍ୟ ଟକ୍କର ହେବାକୁ ଯାଉଛି। ସେହିପରି ଜଟଣୀ ବିଧାନସଭା ଆସନରେ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ଏଠାରେ ବିଜେଡିରୁ ବିଭୂତି ଭୂଷଣ ବଳବନ୍ତରାୟ, ଭାଜପାର ବିଶ୍ୱରଞ୍ଜନ ବଡଜେନା ଏବଂ କଂଗ୍ରେସର ସନ୍ତୋଷ ଜେନାଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ସ୍ବାଧୀନ ପ୍ରାର୍ଥୀ ସାମାଜିକ କର୍ମୀ ମନଓ୍ବର ଅଲ୍ଲୀ ଏବଂ ସୁଜିତ ବଳବନ୍ତରାୟ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି। ଅନ୍ୟପକ୍ଷରେ ଅସନ୍ତୁଷ୍ଟ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଅଙ୍କ ବିଗାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
The post ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର appeared first on Dharitri Odia News.