୪୦ ବର୍ଷ ବୟସରେ ଯମଜ ସନ୍ତାନର ମାଆ ହେଲେ ଅଭିନେତ୍ରୀ,କହିଲେ ବିବାହ ନ କରି…
ବେଙ୍ଗାଲୁରୁ,୬।୭: କନ୍ନଡ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭାବନା ରମନ୍ନା ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ ‘ଫ୍ୟାମିଲି’ରେ ଅଭିନୟ କରିଥିବା ୪୦ ବର୍ଷୀୟା ଭାବନା ରମନ୍ନା ବିବାହ ନକରି ଆଇଭିଏଫ (ଇନ ଭିଟ୍ରୋ ଫର୍ଟିଲାଇଜେସନ) ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି ଏବଂ ସେ ଯମଜ ସନ୍ତାନର ମାତା ହେବେ ବୋଲି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ […] The post ୪୦ ବର୍ଷ ବୟସରେ ଯମଜ ସନ୍ତାନର ମାଆ ହେଲେ ଅଭିନେତ୍ରୀ,କହିଲେ ବିବାହ ନ କରି… appeared first on Dharitri Odia News.
ବେଙ୍ଗାଲୁରୁ,୬।୭: କନ୍ନଡ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭାବନା ରମନ୍ନା ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ ‘ଫ୍ୟାମିଲି’ରେ ଅଭିନୟ କରିଥିବା ୪୦ ବର୍ଷୀୟା ଭାବନା ରମନ୍ନା ବିବାହ ନକରି ଆଇଭିଏଫ (ଇନ ଭିଟ୍ରୋ ଫର୍ଟିଲାଇଜେସନ) ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି ଏବଂ ସେ ଯମଜ ସନ୍ତାନର ମାତା ହେବେ ବୋଲି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।
ଭାବନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ବମ୍ପ ସହିତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ କେବେ ଭାବି ନଥିଲି ଯେ ମୁଁ ଏହା କହିବି, କିନ୍ତୁ ଦେଖନ୍ତୁ, ମୁଁ ୬ ମାସର ଗର୍ଭବତୀ, ଯମଜ ସନ୍ତାନ ସହିତ। ଯେତେବେଳେ ମୁଁ ୨୦ କିମ୍ବା ୩୦ ବର୍ଷର ଥିଲି, ମାତୃତ୍ୱ ବିଷୟରେ ଭାବି ନଥିଲି। କିନ୍ତୁ ୪୦ ବର୍ଷ ବୟସରେ ଏହି ଇଚ୍ଛା ମନରେ ଜାଗିଲା। ଜଣେ ଅବିବାହିତା ମହିଳା ଭାବେ ଏହି ରାସ୍ତା ସହଜ ନଥିଲା। ଅନେକ ଆଇଭିଏଫ କ୍ଲିନିକ ମୋତେ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ବେଙ୍ଗାଲୁରୁର ଜଣେ ଡାକ୍ତର ମୋତେ ସମର୍ଥନ ଦେଇଥିଲେ ଏବଂ ପ୍ରଥମ ଚେଷ୍ଟାରେ ମୁଁ ଗର୍ଭବତୀ ହୋଇଥିଲି।
ଭାବନା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବାପା, ଭାଇ, ଭଉଣୀ ଏବଂ ନିକଟତମ ବନ୍ଧୁମାନେ ତାଙ୍କ ଏହି ନିଷ୍ପତ୍ତିରେ ଗର୍ବ ଓ ପ୍ରେମର ସହିତ ତାଙ୍କ ସହ ରହିଛନ୍ତି। ସେ କହିଛନ୍ତି, ମୋର ସନ୍ତାନମାନଙ୍କର ପିତା ନାହାଁନ୍ତି, କିନ୍ତୁ ମୁଁ ଏହି ଯାତ୍ରାରେ ଏକା ନୁହେଁ। ମୋ ପରିବାର ମୋ ସହ ଅଛି।
ଭାବନାଙ୍କ ଏହି ଧାର୍ଯ୍ୟ ନିଷ୍ପତ୍ତି ସମାଜରେ ଏକ ନୂଆ ଆଲୋଚନା ସୃଷ୍ଟି କରିଛି। ଅବିବାହିତା ମହିଳାଙ୍କୁ ଆଇଭିଏଫ ମାଧ୍ୟମରେ ମାତୃତ୍ୱ ଗ୍ରହଣ କରିବାର ଅଧିକାର ଉପରେ ଦୀର୍ଘ ସମୟ ଧରି ଆଇନଗତ ପ୍ରତିବନ୍ଧକ ରହିଥିଲା। କିନ୍ତୁ ଆଇନରେ ପରିବର୍ତ୍ତନ ଆସିବା ପରେ ଭାବନା ଏହି ସୁଯୋଗର ଲାଭ ଉଠାଇଛନ୍ତି। ତାଙ୍କ ଏହି ପଦକ୍ଷେପକୁ ଅନେକେ ସାହସୀ ଏବଂ ପ୍ରେରଣାଦାୟୀ ବୋଲି କହୁଛନ୍ତି।
ଭାବନା ରମନ୍ନା କନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଓ ଭରତନାଟ୍ୟମ ନୃତ୍ୟାଙ୍ଗନା ଭାବେ ପରିଚିତ। ସେ ମୁମ୍ବାଇରେ କିଛି ବର୍ଷ ରହି ଅମିତାଭ ବଚ୍ଚନଙ୍କ ସହ ‘ଫ୍ୟାମିଲି’ ଫିଲ୍ମରେ କାମ କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବେବି ବମ୍ପ ଫଟୋ ଏବେ ଭାଇରାଲ ହେଉଛି।
The post ୪୦ ବର୍ଷ ବୟସରେ ଯମଜ ସନ୍ତାନର ମାଆ ହେଲେ ଅଭିନେତ୍ରୀ,କହିଲେ ବିବାହ ନ କରି… appeared first on Dharitri Odia News.