ବୟସ ମାତ୍ର ୮ ବର୍ଷ; ୫କୋଟି ଟଙ୍କା ଘରର ମାଲିକାଣୀ,କେମିତି ହେଲା ଏପରି ?

ନୂଆଦିଲ୍ଲୀ ୨୨।୦୩: ଘର କିଣିବା ଆଜିକା ଦିନରେ ଏକ କାଠିକର କାମ । ଦରଦାମ୍‌ ଯୋଗୁଁ ୨ଟି ରୁମ୍‌ ଥିବା ଏକ ଘର କିଣିଦେଲେ ଲୋକଙ୍କ ଅବସ୍ଥା ବିଗିଡି ଯାଉଛି । ଯଦିଓ ଲୋକମାନେ ଡାଉନ୍‌ ପେମେଣ୍ଟ ଦେଇ ଘର କିଣି ଦେଉଛନ୍ତି, ତେବେ ସେମାନଙ୍କୁ ବର୍ଷ ବର୍ଷ ଧରି ଏହାର EMI ଦେବାକୁ ପଡିଥାଏ । ଥରେ ଚିନ୍ତା କରନ୍ତୁ ଯଦି ଜଣେ ୮ ବର୍ଷର ଝିଅ କୋଟି କୋଟି ଟଙ୍କାର ଘରର ମାଲିକ ହୋଇଯାଏ ତେବେ ଆପଣଙ୍କୁ କେମତି ଲାଗିବ । ନିଶ୍ଚୟ ଅଜବ ଲାଗିବ ନା । କିନ୍ତୁ ଏପରି କିଛି ଘଟଣାକୁ ନେଇ ଜଣେ କୁନି ଝିଅ ଏବେ ଚର୍ଚ୍ଚାରେ ।  ଝିଅଟିର ବୟସ ମାତ୍ର ୮ ବର୍ଷ । କିନ୍ତୁ ସେ ଏହି ବୟସରେ ୫ କୋଟି ଟଙ୍କା ଘରର ମାଲିକାଣୀ ହୋଇଛନ୍ତି  । ଝିଅଟିର ନାଁ ହେଉଛି ରୁବି ମ୍ୟାକଲେଲାନ୍ । ସେ ଅଷ୍ଟ୍ରେଲିଆର ବାସିନ୍ଦା । ରିପୋର୍ଟ ଅନୁଯାୟୀ, ଏହି ଝିଅଟି ମାତ୍ର ୬ ବର୍ଷ ବୟସରେ ଏକ ଘର କିଣିଥିଲା । ସେତେବେଳେ ସେହି ଘରର ମୂଲ୍ୟ ୩ କୋଟି ଟଙ୍କା ଥିଲା । ବର୍ତ୍ତମାନ ନିଶ୍ଚିତ ଭାବୁଥିବେ ଯେ ଏତେ ଛୋଟ ଝିଅ କେମିତି କୋଟି କୋଟି ଟଙ୍କା ମୂଲ୍ୟ ଘରର ମାଲିକ ହୋଇପାରିବ ? ଆସନ୍ତୁ ଜାଣିବା ସେ ବିଷୟରେ...ବାସ୍ତବରେ ଝିଅଟି ତାର ୨ ବଡ଼ ଭାଇଭଉଣୀଙ୍କ ସହାୟତାରେ ୩ କୋଟି ଟଙ୍କା ମୂଲ୍ୟର ଏହି ଘର କିଣିଥିଲା।  ରୁବିଙ୍କ ବଡ ଭାଇ ଆଙ୍ଗୁସ୍ ୧୪ ବର୍ଷର ହୋଇଥିବା ବେଳେ ଭଉଣୀ ଲୁସି ୧୩ ବର୍ଷର ଅଟନ୍ତି । ବାସ୍ତବରେ ଏହି ତିନି ଭାଇ ଓ ଭଉଣୀ ଏକାଠି ଘର କିଣିଥିଲେ । ସେ ତାଙ୍କ ପକେଟ

ବୟସ ମାତ୍ର ୮ ବର୍ଷ; ୫କୋଟି ଟଙ୍କା ଘରର ମାଲିକାଣୀ,କେମିତି ହେଲା ଏପରି ?

ନୂଆଦିଲ୍ଲୀ ୨୨।୦୩: ଘର କିଣିବା ଆଜିକା ଦିନରେ ଏକ କାଠିକର କାମ । ଦରଦାମ୍‌ ଯୋଗୁଁ ୨ଟି ରୁମ୍‌ ଥିବା ଏକ ଘର କିଣିଦେଲେ ଲୋକଙ୍କ ଅବସ୍ଥା ବିଗିଡି ଯାଉଛି । ଯଦିଓ ଲୋକମାନେ ଡାଉନ୍‌ ପେମେଣ୍ଟ ଦେଇ ଘର କିଣି ଦେଉଛନ୍ତି, ତେବେ ସେମାନଙ୍କୁ ବର୍ଷ ବର୍ଷ ଧରି ଏହାର EMI ଦେବାକୁ ପଡିଥାଏ । ଥରେ ଚିନ୍ତା କରନ୍ତୁ ଯଦି ଜଣେ ୮ ବର୍ଷର ଝିଅ କୋଟି କୋଟି ଟଙ୍କାର ଘରର ମାଲିକ ହୋଇଯାଏ ତେବେ ଆପଣଙ୍କୁ କେମତି ଲାଗିବ । ନିଶ୍ଚୟ ଅଜବ ଲାଗିବ ନା । କିନ୍ତୁ ଏପରି କିଛି ଘଟଣାକୁ ନେଇ ଜଣେ କୁନି ଝିଅ ଏବେ ଚର୍ଚ୍ଚାରେ । 

 ଝିଅଟିର ବୟସ ମାତ୍ର ୮ ବର୍ଷ । କିନ୍ତୁ ସେ ଏହି ବୟସରେ ୫ କୋଟି ଟଙ୍କା ଘରର ମାଲିକାଣୀ ହୋଇଛନ୍ତି  । ଝିଅଟିର ନାଁ ହେଉଛି ରୁବି ମ୍ୟାକଲେଲାନ୍ । ସେ ଅଷ୍ଟ୍ରେଲିଆର ବାସିନ୍ଦା । ରିପୋର୍ଟ ଅନୁଯାୟୀ, ଏହି ଝିଅଟି ମାତ୍ର ୬ ବର୍ଷ ବୟସରେ ଏକ ଘର କିଣିଥିଲା । ସେତେବେଳେ ସେହି ଘରର ମୂଲ୍ୟ ୩ କୋଟି ଟଙ୍କା ଥିଲା । ବର୍ତ୍ତମାନ ନିଶ୍ଚିତ ଭାବୁଥିବେ ଯେ ଏତେ ଛୋଟ ଝିଅ କେମିତି କୋଟି କୋଟି ଟଙ୍କା ମୂଲ୍ୟ ଘରର ମାଲିକ ହୋଇପାରିବ ? ଆସନ୍ତୁ ଜାଣିବା ସେ ବିଷୟରେ...

ବାସ୍ତବରେ ଝିଅଟି ତାର ୨ ବଡ଼ ଭାଇଭଉଣୀଙ୍କ ସହାୟତାରେ ୩ କୋଟି ଟଙ୍କା ମୂଲ୍ୟର ଏହି ଘର କିଣିଥିଲା।  ରୁବିଙ୍କ ବଡ ଭାଇ ଆଙ୍ଗୁସ୍ ୧୪ ବର୍ଷର ହୋଇଥିବା ବେଳେ ଭଉଣୀ ଲୁସି ୧୩ ବର୍ଷର ଅଟନ୍ତି । ବାସ୍ତବରେ ଏହି ତିନି ଭାଇ ଓ ଭଉଣୀ ଏକାଠି ଘର କିଣିଥିଲେ । ସେ ତାଙ୍କ ପକେଟ ମନିରୁ ପାଖାପାଖି ୩ଲକ୍ଷ ଟଙ୍କା ସେଭିଙ୍ଗ୍ କରିଥିଲେ । ଯାହାକୁ ସେ ଡାଉନ୍ ପେମେଣ୍ଟ ଦେଇଥିଲେ ଏବଂ ଆଉ କିଛି ଟଙ୍କା ତାଙ୍କ ପିତାମାତା ପେମେଣ୍ଟ କରିଥିଲେ । 

ତେବେ ଅବଶିଷ୍ଠ ଟଙ୍କାକୁ ସେ EMI ଜରିଆରେ ଦେଉଛନ୍ତି । ଅଷ୍ଟ୍ରେଲିଆର ଭିକ୍ଟୋରିଆରେ କିଣାଯାଇଥିବା ଏହି ଘରେ ୪ଟି ରୁମ୍‌ ରହିଛି ।ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ।  ତେବେ ଏହି ଖବର ଭାଇରାଲ୍ ହେବା ପରେ ରୁବିଙ୍କ ପିତାମାତାଙ୍କୁ ଲୋକମାନେ ଟ୍ରୋଲ କରୁଛନ୍ତି । ଏମିତିକି ସେମାନଙ୍କୁ ଖରାପ ପିତାମାତା ବୋଲି କହୁଛନ୍ତି । କିନ୍ତୁ ରୁବିଙ୍କ ପିତାଙ୍କୁ ଏଥିରୁ କିଛି ଫରକ ପଡୁନି ।

ସେ କହିଛନ୍ତି ଯେ ଅନ୍ୟମାନଙ୍କୁ ଧ୍ୟାନ ଦେବା ପରିବର୍ତ୍ତେ ଲୋକମାନେ ନିଜ ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ ଏବଂ ଏହାକୁ ଦୂର କରିବାକୁ ଚେଷ୍ଟା କରିବା ଉଚିତ୍ । ରୁବିଙ୍କ ପିତା ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ପିଲାମାନେ ବଡ ହେବେ ସେତେବେଳେ ଯଦି ସେମାନେ ଏହି ଘରକୁ ବିକ୍ରି କରିବାକୁ ଚାହିଁବେ ତେବେ ସେମାନେ ଏହାକୁ ବିକ୍ରି କରିପାରିବେ ଏବଂ ଏଥିରୁ ମିଳିଥିବା ଟଙ୍କା ତିନିଜଣଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ ।