କେଉଁ ଦେଶରେ ପୁରୁଷଙ୍କ ଉପରେ ହୋଇଥାଏ ସବୁଠାରୁ ଅଧିକ ଅତ୍ୟାଚାର ? ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୧୪।୧୨: ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷ । ସେ ତାଙ୍କ ପତ୍ନୀ ଏବଂ ଶାଶୁଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ  ଆତ୍ମହତ୍ୟା କରିଛନ୍ତି । ଏହାପୂର୍ବରୁ ଅତୁଲ ପ୍ରାୟ ଦେଢ ଘଣ୍ଟାର ଏକ ଭିଡିଓ କରି ପୋଷ୍ଟ କରିଥିଲେ । ଏହାବ୍ୟତୀତ ସେ ଏକ ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ଛାଡିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଅତୁଲ ସୁଭାଷଙ୍କୁ ନ୍ୟାୟ ପାଇଁ ଦାବି ହେଉଛି । ଏହି ମାମଲା ପରେ ସୋସିଆଲ ମିଡିଆରେ ପୁରୁଷଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ସ୍ୱର ଉଠିଛି । ସମାନ ଶୈଳୀରେ ନିର୍ଯାତିତ ହୋଇ ପୁରୁଷ ଆତ୍ମହତ୍ୟା କରିବା ଭାରତରେ ପ୍ରଥମ ଘଟଣା ନୁହେଁ । ଆସନ୍ତୁ ଜାଣିବା କେଉଁ ଦେଶରେ ପୁରୁଷଙ୍କ ପ୍ରତି ଅଧିକ ଅତ୍ୟାଚାର ହୋଇଥାଏ ।ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ଭାରତ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଭାରତର ୫୨.୪% ପୁରୁଷ ସେମାନଙ୍କ ଜୀବନରେ କେବେ ନା କେବେ ଘରୋଇ ହିଂସାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ପ୍ରାୟ ୪୯% ପୁରୁଷ ମାନସିକ ନିର୍ଯାତନାର ଶିକାର ହୋଇଥାନ୍ତି । ଯେତେବେଳେ କି ୬% ଶାରୀରିକ ହିଂସାର ଶିକାର ହୋଇଛନ୍ତି । ତେବେ ପାଶ୍ଚାତ୍ୟ ଦେଶ ଗୁଡିକର ଆକଳନ ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି । ରିପୋର୍ଟ ଅନୁଯାୟୀ, ଇଂଲଣ୍ଡରେ ଘରୋଇ ହିଂସାର ଶିକାର ହୋଇଥିବା ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ରହିଥାନ୍ତି । ଘରୋଇ ନିର୍ଯାତନା ମାମଲାରେ ୨୫%

କେଉଁ ଦେଶରେ ପୁରୁଷଙ୍କ ଉପରେ ହୋଇଥାଏ ସବୁଠାରୁ ଅଧିକ ଅତ୍ୟାଚାର ? ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୧୪।୧୨: ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷ । ସେ ତାଙ୍କ ପତ୍ନୀ ଏବଂ ଶାଶୁଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ  ଆତ୍ମହତ୍ୟା କରିଛନ୍ତି । ଏହାପୂର୍ବରୁ ଅତୁଲ ପ୍ରାୟ ଦେଢ ଘଣ୍ଟାର ଏକ ଭିଡିଓ କରି ପୋଷ୍ଟ କରିଥିଲେ । ଏହାବ୍ୟତୀତ ସେ ଏକ ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ଛାଡିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଅତୁଲ ସୁଭାଷଙ୍କୁ ନ୍ୟାୟ ପାଇଁ ଦାବି ହେଉଛି । 

ଏହି ମାମଲା ପରେ ସୋସିଆଲ ମିଡିଆରେ ପୁରୁଷଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ସ୍ୱର ଉଠିଛି । ସମାନ ଶୈଳୀରେ ନିର୍ଯାତିତ ହୋଇ ପୁରୁଷ ଆତ୍ମହତ୍ୟା କରିବା ଭାରତରେ ପ୍ରଥମ ଘଟଣା ନୁହେଁ । ଆସନ୍ତୁ ଜାଣିବା କେଉଁ ଦେଶରେ ପୁରୁଷଙ୍କ ପ୍ରତି ଅଧିକ ଅତ୍ୟାଚାର ହୋଇଥାଏ ।

ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ଭାରତ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଭାରତର ୫୨.୪% ପୁରୁଷ ସେମାନଙ୍କ ଜୀବନରେ କେବେ ନା କେବେ ଘରୋଇ ହିଂସାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ପ୍ରାୟ ୪୯% ପୁରୁଷ ମାନସିକ ନିର୍ଯାତନାର ଶିକାର ହୋଇଥାନ୍ତି । ଯେତେବେଳେ କି ୬% ଶାରୀରିକ ହିଂସାର ଶିକାର ହୋଇଛନ୍ତି । 

ତେବେ ପାଶ୍ଚାତ୍ୟ ଦେଶ ଗୁଡିକର ଆକଳନ ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି । ରିପୋର୍ଟ ଅନୁଯାୟୀ, ଇଂଲଣ୍ଡରେ ଘରୋଇ ହିଂସାର ଶିକାର ହୋଇଥିବା ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ରହିଥାନ୍ତି । ଘରୋଇ ନିର୍ଯାତନା ମାମଲାରେ ୨୫% ପୁରୁଷ ଅତ୍ୟାଚାରର ଶିକାର ହୋଇଥାନ୍ତି । କେବଳ ଏତିକି ନୁହେଁ ବିଶ୍ୱର ସୁପର ପାୱାର ଆମେରିକାରେ ମଧ୍ୟ ଏହି ମାମଲା କମ୍ ନୁହେଁ । ଆମେରିକାର ୪୪% ପୁରୁଷ ଅନେକ ସମୟରେ ଘରୋଇ ହିଂସାର ଶିକାର ହୋଇଛନ୍ତି ।

ଦୁନିଆର ସବୁଠୁ ଖୁସି ଦେଶ ଭାବେ ପରିଗଣିତ ଫିନଲ୍ୟାଣ୍ଡରେ ମଧ୍ୟ ପୁରୁଷଙ୍କ ପ୍ରତି ଅତ୍ୟାଚାର ମାମଲା ଦେଖିବାକୁ ମିଳିଥାଏ । ଫିନଲ୍ୟାଣ୍ଡରେ ଘରୋଇ ହିଂସା ମାମଲାରେ ୩୧% ପୁରୁଷ ପୀଡିତ ବୋଲି ଜଣାପଡିଛି। ୨୦୨୩ ମସିହାରେ ଭୁଟାନରେ ୭୭୮ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୬୯ ଜଣ ପୁରୁଷ ମେଲର ଶିକାର ହୋଇଥିଲେ।