ସ୍ତ୍ରୀଙ୍କୁ ହତ୍ୟା କରି ଜାଳି ଦେଇଥିବା ସ୍ବୀକାର କଲେ ସ୍ବାମୀ
ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର)- ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେବା ମାମଲାରେ ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ସନ୍ତୋଷ ପାତ୍ରଙ୍କୁ ରବିବାର କେ.ନୂଆଗାଁ ପୋଲିସ କୋର୍ଟ ଚାଲାଣ କରିଛନ୍ତି। ମାମଲା ନଂ.୧୬୫/୨୪ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲକୁ ପଠାଯାଇଛି। ଶୁକ୍ରବାର ରାତିରେ ସ୍ତ୍ରୀ ବିଷ୍ଣୁ ପ୍ରିୟା ପାତ୍ରଙ୍କୁ ଯୌତୁକ ଟଙ୍କା ପାଇଁ ତାଙ୍କ ସ୍ବାମୀ ସନ୍ତୋଷ ନିସ୍ତୁକ ମାଡ଼ ମାରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ବିଷ୍ଣୁପ୍ରିୟା ମରିଯିବା […] The post ସ୍ତ୍ରୀଙ୍କୁ ହତ୍ୟା କରି ଜାଳି ଦେଇଥିବା ସ୍ବୀକାର କଲେ ସ୍ବାମୀ appeared first on Dharitri Odia News.
ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର)- ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେବା ମାମଲାରେ ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ସନ୍ତୋଷ ପାତ୍ରଙ୍କୁ ରବିବାର କେ.ନୂଆଗାଁ ପୋଲିସ କୋର୍ଟ ଚାଲାଣ କରିଛନ୍ତି। ମାମଲା ନଂ.୧୬୫/୨୪ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲକୁ ପଠାଯାଇଛି।
ଶୁକ୍ରବାର ରାତିରେ ସ୍ତ୍ରୀ ବିଷ୍ଣୁ ପ୍ରିୟା ପାତ୍ରଙ୍କୁ ଯୌତୁକ ଟଙ୍କା ପାଇଁ ତାଙ୍କ ସ୍ବାମୀ ସନ୍ତୋଷ ନିସ୍ତୁକ ମାଡ଼ ମାରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ବିଷ୍ଣୁପ୍ରିୟା ମରିଯିବା ପରେ ତାକୁ ଆତ୍ମହତ୍ୟାର ରୂପ ଦେବା ସହ ତଥ୍ୟ ଓ ପ୍ରମାଣ ନଷ୍ଟ ପାଇଁ ମୃତଦେହ ଉପରେ କିରୋସିନ ଢ଼ାଳି ଜାଳି ଦିଆଯାଇଥିଲା।
ସକାଳେ କେ.ନୂଆଗାଁ ପୋଲିସ ଗ୍ରାମରେ ପହଞ୍ଚି ଦରପୋଡା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରି ପଚରାଉଚୁରା କରିବା ପରେ ସେ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି।
The post ସ୍ତ୍ରୀଙ୍କୁ ହତ୍ୟା କରି ଜାଳି ଦେଇଥିବା ସ୍ବୀକାର କଲେ ସ୍ବାମୀ appeared first on Dharitri Odia News.