ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନ କରିବାକୁ ଆସି ସୋସିଆଲ ମିଡିଆରେ ସେମାନଙ୍କ ଭାରତ ଗସ୍ତର ଚମତ୍କାର ଅନୁଭୂତି ବଖାଣିଛନ୍ତି। ଜର୍ମାନ୍‌ ବ୍ଲଗର ସାମୁଏଲ୍‌ ହ୍ୟୁବର୍‌ ମଧ୍ୟ ଭାରତ ଗସ୍ତରେ ଆସି ନିଜ ଅନୁଭୂତିକୁ ସୋସିଆଲ ମିଡିଆରେ ବଖାଣିଛନ୍ତି। କିଛିଦିନ ତଳେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ‘ଫାରକାଷ୍ଟର ବିଲ୍ଡର ଇଣ୍ଟରନ୍ୟାଶନାଲ ଫେଲୋଶିପ୍‌’ରେ ଅଂଶଗ୍ରହଣ […] The post ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ appeared first on Dharitri Odia News.

ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନ କରିବାକୁ ଆସି ସୋସିଆଲ ମିଡିଆରେ ସେମାନଙ୍କ ଭାରତ ଗସ୍ତର ଚମତ୍କାର ଅନୁଭୂତି ବଖାଣିଛନ୍ତି। ଜର୍ମାନ୍‌ ବ୍ଲଗର ସାମୁଏଲ୍‌ ହ୍ୟୁବର୍‌ ମଧ୍ୟ ଭାରତ ଗସ୍ତରେ ଆସି ନିଜ ଅନୁଭୂତିକୁ ସୋସିଆଲ ମିଡିଆରେ ବଖାଣିଛନ୍ତି। କିଛିଦିନ ତଳେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ‘ଫାରକାଷ୍ଟର ବିଲ୍ଡର ଇଣ୍ଟରନ୍ୟାଶନାଲ ଫେଲୋଶିପ୍‌’ରେ ଅଂଶଗ୍ରହଣ କରିବାକୁ ହ୍ୟୁବର ଭାରତ ଆସିଥିଲେ। ଭାରତର ଆତିଥ୍ୟ ଏବଂ ପ୍ରାକୃତିକ ପରିବେଶ ତାଙ୍କୁ ବେଶ୍‌ ଭାଲ ଲାଗିଥିଲା। ହ୍ୟୁବର ଗୁରୁବାର ଏକ ପୋଷ୍ଟ କରି ଲେଖିଛନ୍ତି, ସେ ତାଙ୍କ ଭାରତ ଗସ୍ତରେ ଧର୍ମଶାଳାରେ ରହି ନିଜ ଭାଇମାନଙ୍କ ସହିତ ଖୁବ୍‌ ଉପଭୋଗ କରୁଛନ୍ତି। ସେମାନେ ପର୍ବତ ଶିଖରରେ ଫୁଟ୍‌ବଲ ଖେଳିଥିଲେ, ଯାହା ବେଶ୍‌ ଆନନ୍ଦଦାୟକ ଥିଲା। ସେହିପରି ହ୍ୟୁବର ପର୍ବତରେ ଫୁଟ୍‌ବଲ ଖେଳୁଥିବାର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଜର୍ମାନୀରୁ ଦିଲ୍ଲୀରେ ଅବତରଣ କରିବା ପରେ ପ୍ରଥମେ ‘ଫାର୍‌କାଷ୍ଟର ବିଲ୍‌ଡର ଇଣ୍ଟରନ୍ୟାଶନାଲ ଫେଲୋଶିପ୍‌’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଂଶଗ୍ରହଣକାରୀଙ୍କ ସହ ଧର୍ମଶାଳା ଅଭିମୁଖେ ଯାତ୍ରା କରିଥିଲେ। ତେବେ ଏହି ଯାତ୍ରାବେଳେ ତାଙ୍କ କାର୍‌ ଭାଙ୍ଗିଯାଇଥିଲା ଏବଂ ସେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ରାତିସାରା କାର୍‌ ମଧ୍ୟରେ ବିତାଇବାକୁ ପଡିଥିଲା। ତେବେ ଧର୍ମଶାଳାରେ ପହଞ୍ଚି ସେଠାକାର ପରିବେଶକୁ ଦେଖିବା ପରେ ହ୍ୟୁବର ଏବଂ ତାଙ୍କ ସାଥୀମାନଙ୍କର ସମସ୍ତ ଥକ୍କାପଣ ଦୂର ହୋଇଯାଇଥିଲା। ଧର୍ମଶାଳାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସେ ବହୁତ୍‌ ପ୍ରଭାବିତ ହୋଇଛନ୍ତି ବୋଲି ହ୍ୟୁବର କହିଛନ୍ତି। ନିଜ ଭାରତ ଗସ୍ତବେଳେ ସେ ଧର୍ମଶାଳାର ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିଥିଲେ। ଏହି ଭାରତ ଗସ୍ତ ତାଙ୍କୁ ବେଶ୍‌ ଖୁସି ଦେଇଛି ଏବଂ ଆସନ୍ତା ବର୍ଷ ପୁଣି ଥରେ ସେ ଭାରତ ଭ୍ରମଣ କରିବା ପାଇଁ ଆସିବେ ବୋଲି ହ୍ୟୁବର କହିଛନ୍ତି। ଅନେକ ୟୁଜର୍ସ ହ୍ୟୁବରଙ୍କ ଏହି ପୋଷ୍ଟ ଏବଂ ତାଙ୍କ ଭାରତ ଗସ୍ତର କାହାଣୀକୁ ପସନ୍ଦ କରିଛନ୍ତି।

The post ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ appeared first on Dharitri Odia News.