‘ନିଜ ବୟଫ୍ରେଣ୍ଡ୍ ସହ ବୁଲିଲେ...’, ପ୍ରଦର୍ଶନକାରୀ ଡାକ୍ତରଙ୍କୁ ନେଇ ଟିଏମସି ସାଂସଦଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ସାରା ଦେଶର ହସ୍ପିଟାଲଗୁଡ଼ିକରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଏହି ଜଘନ୍ୟ ଘଟଣା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହାରି ଭିତରେ ଟିଏମସି ସାଂସଦ ଅରୁପ ଚକ୍ରବର୍ତ୍ତୀଙ୍କ ବିବାଦୀୟ ବୟାନ ଦେଇଛନ୍ତି ।ଟିଏମସି ସାଂସଦ ଅରୁପ ଚକ୍ରବର୍ତ୍ତୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ବି ଷଡ଼ଯନ୍ତ୍ରର ପରିଣାମ ସଙ୍ଗୀନ ହେବ । ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ବିରୋଧ ପ୍ରଦର୍ଶନରେ ସାମିଲ ଡାକ୍ତରଙ୍କୁ ଜନତାଙ୍କ ଆକ୍ରୋଶ ସହିବାକୁ ପଡ଼ିପାରେ । ଡାକ୍ତର ନିଜ ଚିକିତ୍ସା କାମ କରିବା ପରିବର୍ତ୍ତେ ଆନ୍ଦୋଳନ ନାଁରେ ଘରକୁ ଚାଲି ଯାଉଛନ୍ତି ଏବଂ ଆନ୍ଦୋଳନ ନାଁରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲିବାକୁ ଗଲେ ଜନ ଆକ୍ରୋଶ ହେବ ।ଏକ ରାଲିରେ ଟିଏମସି ସାଂସଦ ବିରୋଧୀ ପାର୍ଟିଙ୍କୁ ସମାଲୋଚନା କରିଛନ୍ତି । ଏହାସହ ପ୍ରଦର୍ଶନକାରୀ ଜୁନିୟର ଡାକ୍ତରଙ୍କୁ କାମକୁ ଫେରିବା ପାଇଁ ଚେତାବନୀ ଦେଇଛନ୍ତି । ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ହସ୍ପିଟାଲରେ ସେବା ପ୍ରଭାବିତ ହୁଏ ତେବେ ଲୋକଙ୍କ ମଧ୍ୟରେ ରାଗ ବଢିବ । ସେ ପୋଲିସର ଗୋଟିଏ ବର୍ଗକୁ କଥିତ ରୂପେ ବିରୋଧୀ ଗତିବିଧିର ସମର୍ଥନ କରିବା ପାଇଁ ତାଗିଦ୍ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ ପାଇଁ କହ
ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ସାରା ଦେଶର ହସ୍ପିଟାଲଗୁଡ଼ିକରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଏହି ଜଘନ୍ୟ ଘଟଣା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହାରି ଭିତରେ ଟିଏମସି ସାଂସଦ ଅରୁପ ଚକ୍ରବର୍ତ୍ତୀଙ୍କ ବିବାଦୀୟ ବୟାନ ଦେଇଛନ୍ତି ।
ଟିଏମସି ସାଂସଦ ଅରୁପ ଚକ୍ରବର୍ତ୍ତୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ବି ଷଡ଼ଯନ୍ତ୍ରର ପରିଣାମ ସଙ୍ଗୀନ ହେବ । ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ବିରୋଧ ପ୍ରଦର୍ଶନରେ ସାମିଲ ଡାକ୍ତରଙ୍କୁ ଜନତାଙ୍କ ଆକ୍ରୋଶ ସହିବାକୁ ପଡ଼ିପାରେ । ଡାକ୍ତର ନିଜ ଚିକିତ୍ସା କାମ କରିବା ପରିବର୍ତ୍ତେ ଆନ୍ଦୋଳନ ନାଁରେ ଘରକୁ ଚାଲି ଯାଉଛନ୍ତି ଏବଂ ଆନ୍ଦୋଳନ ନାଁରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲିବାକୁ ଗଲେ ଜନ ଆକ୍ରୋଶ ହେବ ।
ଏକ ରାଲିରେ ଟିଏମସି ସାଂସଦ ବିରୋଧୀ ପାର୍ଟିଙ୍କୁ ସମାଲୋଚନା କରିଛନ୍ତି । ଏହାସହ ପ୍ରଦର୍ଶନକାରୀ ଜୁନିୟର ଡାକ୍ତରଙ୍କୁ କାମକୁ ଫେରିବା ପାଇଁ ଚେତାବନୀ ଦେଇଛନ୍ତି । ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ହସ୍ପିଟାଲରେ ସେବା ପ୍ରଭାବିତ ହୁଏ ତେବେ ଲୋକଙ୍କ ମଧ୍ୟରେ ରାଗ ବଢିବ । ସେ ପୋଲିସର ଗୋଟିଏ ବର୍ଗକୁ କଥିତ ରୂପେ ବିରୋଧୀ ଗତିବିଧିର ସମର୍ଥନ କରିବା ପାଇଁ ତାଗିଦ୍ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ ପାଇଁ କହିଛନ୍ତି । ଟିଏମସି ସାଂସଦଙ୍କ ବୟାନକୁ ସିପିଏମ୍ କଡ଼ା ନିନ୍ଦା କରିଛି ।