କେମିତି ମଲେ ବାର୍ ଗାର୍ଲ ? ସନ୍ଦେହରେ ପୁରୁଷ ବନ୍ଧୁ,ପୋଲିସର ତନାଘନା

ଭୁବନେଶ୍ବର ୧୧/୫: ରାଜଧାନୀରୁ ବାର୍‌ ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସନ୍ଦେହ ଘେରରେ ପୁରୁଷ ବନ୍ଧୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ମୃତକ ଜଗତସିଂହପୁର ଅଲଣାହାଟ ଗାଁର ସୁଲୋଚନା ଦାସ । ଦୀର୍ଘଦିନ ଧରି ସେ ନିହାର ଗିରି ନାମକ ଜଣେ ଯୁବକଙ୍କ ସହ ରହୁଥିଲେ  । ଉଭୟଙ୍କ ମଧ୍ୟରେ ବିବାହ ପାଇଁ କଥାବାର୍ତ୍ତା ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଝଗଡା ବଢିଥିଲା । ଯାହାକୁ ନେଇ ଯୁବତୀ ଜଣକ ସୁଇସାଇଡ କରିଥିବା ସନ୍ଦେହ କରାଯାଉଛି ।ତେବେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା କହିଛନ୍ତି ପରିବାର ଲୋକ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବଡଗଡ ଥାନା ପୋଲିସ । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଖୁବ ଶୀଘ୍ର ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ପୋଲିସ । 

କେମିତି ମଲେ ବାର୍ ଗାର୍ଲ ? ସନ୍ଦେହରେ ପୁରୁଷ ବନ୍ଧୁ,ପୋଲିସର ତନାଘନା

ଭୁବନେଶ୍ବର ୧୧/୫: ରାଜଧାନୀରୁ ବାର୍‌ ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସନ୍ଦେହ ଘେରରେ ପୁରୁଷ ବନ୍ଧୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ମୃତକ ଜଗତସିଂହପୁର ଅଲଣାହାଟ ଗାଁର ସୁଲୋଚନା ଦାସ । ଦୀର୍ଘଦିନ ଧରି ସେ ନିହାର ଗିରି ନାମକ ଜଣେ ଯୁବକଙ୍କ ସହ ରହୁଥିଲେ  । ଉଭୟଙ୍କ ମଧ୍ୟରେ ବିବାହ ପାଇଁ କଥାବାର୍ତ୍ତା ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଝଗଡା ବଢିଥିଲା । ଯାହାକୁ ନେଇ ଯୁବତୀ ଜଣକ ସୁଇସାଇଡ କରିଥିବା ସନ୍ଦେହ କରାଯାଉଛି ।

ତେବେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା କହିଛନ୍ତି ପରିବାର ଲୋକ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବଡଗଡ ଥାନା ପୋଲିସ । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଖୁବ ଶୀଘ୍ର ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ପୋଲିସ ।