ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ

ନନ୍ଦିଘୋଷ ବ୍ୟୁରୋ: ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ। ୧୪ଟି ଖରିଫ ଫସଲ ଲାଗି ବଢିଛି ଏମଏସପି। କେନ୍ଦ୍ର କ୍ଯାବିନେଟ... The post ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ appeared first on .

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ

ନନ୍ଦିଘୋଷ ବ୍ୟୁରୋ: ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ। ୧୪ଟି ଖରିଫ ଫସଲ ଲାଗି ବଢିଛି ଏମଏସପି। କେନ୍ଦ୍ର କ୍ଯାବିନେଟ ବୈଠକରେ ଧାନର ଏମଏସପି ୧୧୭ ଟଙ୍କା ବଢାଯାଇ କରାଯାଇଛି ୨୩ଶହ ଟଙ୍କା। ୨୦୧୩-୧୪ରେ ଧାନର ଏମଏସପି ଥିଲା ୧୩୧୦ ଟଙ୍କା। କପାର ଏମଏସପି ବଢାଯାଇଛି ୫୦୧ ଟଙ୍କା। ସେହିପରି ରାଗି, ବାଜରା, ମକାର ଏମଏସପି ମଧ୍ଯ ବୃଦ୍ଧି କରାଯାଇଛି। ଦେଶରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିବେ ୨ ଲକ୍ଷ ଗୋଦାମ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ମହାରାଷ୍ଟ୍ରରେ ବଧାବନ ପୋର୍ଟ ପ୍ରୋଜେକ୍ଟ ଲାଗି ମଞ୍ଜୁର ହୋଇଛି ୭୦ ହଜାର କୋଟି ଟଙ୍କା। ଏମଏସପିକୁ ଆଇନଗତ ଗ୍ଯାରେଣ୍ଟି ପ୍ରଦାନ ଲାଗି ବିଭିନ୍ନ ଚାଷୀ ସଂଗଠନର ଦୀର୍ଘ ଦିନର ଦାବି ରହିଛି। ସେପରଟେ ହରିଆଣା, ମହାରାଷ୍ଟ୍ର, ଝାଡଖଣ୍ଡରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏମଏସପି ଘୋଷଣା କରାଯାଇଥିବା କୁହାଯାଉଛି।

The post ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ appeared first on .