ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ। ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥା... The post ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ appeared first on .

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ। ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥା AAIB ଏୟାର ଇଣ୍ଡିଆ-୧୭୧ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି। ପ୍ରାରମ୍ଭିକ ରିପୋର୍ଟରେ ଫ୍ଲାଇଟ୍ ଡାଟା ରେକର୍ଡର୍ FDR ଏବଂ କକପିଟ୍ ଭଏସ୍ ରେକର୍ଡର CVRରୁ ମିଳିଥିବା ତଥ୍ୟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ରାଡାର ତଥ୍ୟ ଏବଂ ବିମାନର କାର୍ଯ୍ୟଦକ୍ଷତା ନେଇ ପ୍ରାରମ୍ଭିକ ବୈଷୟିକ ମୂଲ୍ୟାଙ୍କନ ପରେ ରିପୋର୍ଟ ଉପସ୍ଥାପନ ହୋଇଛି। ଏହି ରିପୋର୍ଟକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ DGCA, ଏୟାର ଇଣ୍ଡିଆ ଏବଂ ଅନ୍ୟାନ୍ୟ ବିମାନ ଚଳାଚଳ ଅଂଶୀଦାରମାନଙ୍କୁ ପ୍ରଦାନ କରାଯାଇଛି।AAIB ଏପର୍ଯ୍ୟନ୍ତ ଏହି ରିପୋର୍ଟକୁ ସାଧାରଣ ଲୋକଙ୍କ ପାଇଁ ପ୍ରକାଶ କରିନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଗାମୀ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ଚୂଡ଼ାନ୍ତ ରିପୋର୍ଟ ଆସିବାର ଆଶା କରାଯାଉଛି।ଦୁର୍ଘଟଣା ପାଇଁ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ପ୍ରକ୍ରିୟାଗତ ତ୍ରୁଟି ରହିଛି କି ନାହିଁ ଏହା ମଧ୍ୟ ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ। ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ଅହମ୍ମଦାବାଦର ବିଜେ ମେଡିକାଲ କଲେଜ ହଷ୍ଟେଲର ଏକ କୋଠାକୁ ଖସି ପଡିଥିଲା ଏହି ବିମାନ ।

The post ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ appeared first on .