ଭୁବନେଶ୍ବର ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ, ଜଣେ ସେଲସମ୍ୟାନଙ୍କ ମୃତ୍ୟୁ ହୋଇଥିବା ସୂଚନା

ଭୁବନେଶ୍ବର:  ଭୁବନେଶ୍ବର କଳ୍ପନା ଛକ ସ୍ଥିତ ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ । ଗୋଦାମରେ କାମ କରୁଥିବା ଜଣେ ସେଲସମ୍ୟାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତକାଲି ରାତିରେ ଘଟିଛି ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ଅଗ୍ନିଶମର ୪ଟି ଗାଡ଼ି ।  ଦୀର୍ଘ ୧ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡର […] The post ଭୁବନେଶ୍ବର ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ, ଜଣେ ସେଲସମ୍ୟାନଙ୍କ ମୃତ୍ୟୁ ହୋଇଥିବା ସୂଚନା appeared first on KNews Odisha.

ଭୁବନେଶ୍ବର ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ, ଜଣେ ସେଲସମ୍ୟାନଙ୍କ ମୃତ୍ୟୁ ହୋଇଥିବା ସୂଚନା
bbsr q

ଭୁବନେଶ୍ବର:  ଭୁବନେଶ୍ବର କଳ୍ପନା ଛକ ସ୍ଥିତ ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ । ଗୋଦାମରେ କାମ କରୁଥିବା ଜଣେ ସେଲସମ୍ୟାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତକାଲି ରାତିରେ ଘଟିଛି ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ଅଗ୍ନିଶମର ୪ଟି ଗାଡ଼ି ।  ଦୀର୍ଘ ୧ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲାବେଳେ ସଟ୍‌ ସର୍କିଟରୁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

କଳ୍ପନା ଛକ ନିକଟରେ ଥିବା ତାରିଣୀ ବସ୍ତ୍ରାଳୟର ପଛ ପଟ ଗଳିରେ ଏକ ୫ ମହଲା ବିଶିଷ୍ଟ ଗୋଦାମ ଘର ଅଛି । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଗୋଦାମର ସ୍କାଏ ଲାଇଟରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହା ସହ ବସ୍ତ୍ରାଳୟ ସୋ ରୁମରେ ଶୋଇଥିବା କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ବସ୍ତ୍ରାଳୟର ୮ରୁ ୧୦ ଜଣ କର୍ମଚାରୀ ତୁରନ୍ତ ଗୋଦାମରେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପଶିଥିଲେ । ସେତେବେଳକୁ ପ୍ରଥମ ଓ ଦ୍ୱିତୀୟ ମହଲାକୁ ନିଆଁ ବ୍ୟାପୀ ଯାଇଥିଲା । ଏତିକି ବେଳେ କଳ୍ପନା ଓ ସଚିବାଳୟ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରୁ ୫ଟି ଦମକଳ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ପ୍ରାୟ ୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସେତେବେଳକୁ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳି ଯାଇଥିଲା ।

 

ଆହୁରି ପଢନ୍ତୁ :  ଆଖି ଆଗରେ ଅଳଙ୍କାର ଦୋକାନରୁ ଲୁଟ୍, ବନ୍ଧୁକ ମୁନରେ ଲୁଟିନେଲେ ୫ କେଜି ଗହଣା

The post ଭୁବନେଶ୍ବର ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ, ଜଣେ ସେଲସମ୍ୟାନଙ୍କ ମୃତ୍ୟୁ ହୋଇଥିବା ସୂଚନା appeared first on KNews Odisha.