ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା
ଡେରାଡୁନ୍,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି, ଯାହାକୁ ସେ କିଣିବା ପାଇଁ ପ୍ରଥମ ପସନ୍ଦରେ ରଖି ନ ଥିଲେ। କେନ୍ଦ୍ର ସରକାରଙ୍କ ଜୀବନ ବୀମା ସ୍କିମ୍ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍ଜେଜେବିଓ୍ବାଇ)ରେ କୁନ୍ଦନଙ୍କ ବିନା ଅନୁମତିରେ ବ୍ୟାଙ୍କ ତାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ି ନିଆଯାଇଛି। ୨୦୨୨ ଡିସେମ୍ବର ୨୯ରେ କୁନ୍ଦନଙ୍କ ଆକାଉଣ୍ଟରୁ ଟଙ୍କା କଢ଼ାଯିବାର […] The post ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା appeared first on Dharitri Odia News.
ଡେରାଡୁନ୍,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି, ଯାହାକୁ ସେ କିଣିବା ପାଇଁ ପ୍ରଥମ ପସନ୍ଦରେ ରଖି ନ ଥିଲେ। କେନ୍ଦ୍ର ସରକାରଙ୍କ ଜୀବନ ବୀମା ସ୍କିମ୍ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍ଜେଜେବିଓ୍ବାଇ)ରେ କୁନ୍ଦନଙ୍କ ବିନା ଅନୁମତିରେ ବ୍ୟାଙ୍କ ତାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ି ନିଆଯାଇଛି। ୨୦୨୨ ଡିସେମ୍ବର ୨୯ରେ କୁନ୍ଦନଙ୍କ ଆକାଉଣ୍ଟରୁ ଟଙ୍କା କଢ଼ାଯିବାର କିଛିଦିନ ପରେ ସେ ନିଜ ଟଙ୍କାର ସୁରକ୍ଷା ନେଇ ଚିନ୍ତା କଲେ। ୨୬ ବର୍ଷୀୟ କୁନ୍ଦନ ସୂଚନା ଅଧିକାର (ଆର୍ଟିଆଇ) ଆଇନ, ୨୦୦୫ ବଳରେ ନିଜ ବୀମା ଆବେଦନପତ୍ରର ଏକ କପି (ନକଲ) ମାଗିଥିଲେ।
ଫେବୃୟାରୀରେ ତାଙ୍କ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଉତ୍ତର ଦେଲା, ‘ଉପରୋକ୍ତ ବୀମାର ଆବେଦନପତ୍ର ମିଳିଲା ନାହିଁ’। ବ୍ୟାଙ୍କ ତାଙ୍କୁ ସେହି ଅବାଞ୍ଛିତ ବୀମା ପାଇଁ ଫେରସ୍ତ ଅନୁମତି ଦେଇନାହିଁ। ସେ ଏହି ଖରାପ ବ୍ୟବସ୍ଥାରୁ ମୁକ୍ତି ଚାହାନ୍ତି ବୋଲି କୁନ୍ଦନ ଏକ ସାକ୍ଷାତକାରରେ କହିଛନ୍ତି। ସାରା ଦେଶରେ କୁନ୍ଦନଙ୍କ ଭଳି ଅନେକ ଗ୍ରାହକ ସରକାରୀ ବୀମା ଯୋଜନାରେ ଆକାଉଣ୍ଟରୁ ଟଙ୍କା କଟାଯିବାକୁ ବିରୋଧ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଜୀବନ ବୀମା ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମଧ୍ୟ ବିନା ସ୍ବୀକୃତିରେ ଗ୍ରାହକମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ସରକାରଙ୍କ ମାଇକ୍ରୋ-ପେନ୍ସନ ସ୍କିମ୍ ଅଟଳ ପେନ୍ସନ (ଏପିଓ୍ବାଇ) ଯୋଜନାରେ ମଧ୍ୟ ଅନୁରୂପ ଅଭିଯୋଗ ଆସିବାରେ ଲାଗିଛି। କୁନ୍ଦନଙ୍କ ଭଳି ତାଙ୍କ ମା’ଙ୍କ ମଧ୍ୟ ବିନା ସହମତିରେ ଏପିଓ୍ବାଇ ଖାତା ଖୋଲାଯାଇଥିଲା। ପିଏମ୍ଜେଜେବିଓ୍ବାଇର ବାର୍ଷିକ ପ୍ରିମିୟମ୍ ୩୪୬ ଟଙ୍କା ହୋଇଥିବାବେଳେ ପିଏମ୍ଏସ୍ବିଓ୍ବାଇ ପାଇଁ ବର୍ଷକୁ ୨୦ ଟଙ୍କା ଦେବାକୁ ପଡ଼ିଥାଏ। ଥରେ ଜଣେ ଗ୍ରାହକ ଏହି ଯୋଜନାଗୁଡ଼ିକରେ ସାମିଲ ହୋଇଗଲେ, ସେମାନଙ୍କ ଆକାଉଣ୍ଟରୁ ବାର୍ଷିକ ହାରରେ ଆପେ ଆପେ ଟଙ୍କା କଟିଯାଏ । ଅନେକ ସମୟରେ ଲୋକେ ଜାଣି ମଧ୍ୟ ପାରନ୍ତି ନାହିଁ ଯେ ସେମାନଙ୍କ ଆକାଉଣ୍ଟରୁ ବୀମା ପ୍ରିମିୟମ୍ ଲାଗି ସରକାର ଟଙ୍କା କଟାଇନେଉଛନ୍ତି।
The post ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା appeared first on Dharitri Odia News.